ତୁଳସୀରେ ଜଳ ଦେବା ସମୟରେ କହିଦିଅନ୍ତୁ ଏହି 3 ଶବ୍ଦ, ସବୁ ଦୁଃଖ ଦୂର ହେବ… Tulasi chaura puja

ବନ୍ଧୁଗଣ ପ୍ରତ୍ଯେକଟି ହିନ୍ଦୁ ଘର ଅଗଣାରେ ତୁଳସୀ ବୃକ୍ଷକୁ ବୃନ୍ଦାବତୀ ମାଆ ରୂପେ ପୂଜା କରାଯାଇଥାଏ । ତୁଳସୀ ବୃକ୍ଷକୁ ପୂଜା କରିବାର ମାହାତ୍ମ୍ୟ ବିଷୟରେ ଅନେକ ଶାସ୍ତ୍ରରେ ବର୍ଣ୍ଣନା ରହିଛି । ତେବେ ତୁଳସୀ ପୂଜା କରିବା ସମୟରେ ଯେଉଁ ମାନେ ଏହି ମନ୍ତ୍ରକୁ ଉଚ୍ଚାରଣ କରି ପୂଜା କରିଥାନ୍ତି । ସେମାନଙ୍କ ଘରକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଘରେ ଥିବା ଦରିଦ୍ରତା ନାଶ ହୋଇଥାଏ । ଘରେ ସୁଖ ଓ ଶାନ୍ତିର ମାହୋଲ ବନି ରହିଥାଏ ।

ଘର ପରିବାରରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ । ସେହି ଘରେ ବହୁ ପ୍ରକାର ଉନ୍ନତି ହେବାରେ ଲାଗିଥାଏ । ଘରକୁ ଆସୁଥିବା ସବୁ ସମସ୍ଯାରୁ ଆମକୁ ମାଆ ବୃନ୍ଦାବତୀ ରକ୍ଷା କରିଥାନ୍ତି । ତେବେ ବନ୍ଧୁଗଣ ତୁଳସୀ ବୃକ୍ଷରେ ପାଣି ଦେବା ବେଳେ କେଉଁ ମନ୍ତ୍ର ଉଚ୍ଚାରଣ କରିବା ଦରକାର ତାହା ଆପଣଙ୍କୁ ତ ଜଣାଇବୁ । ତାହା ଉପରେ ଆପଣଙ୍କୁ ତୁଳସୀ ବୃକ୍ଷର ପୂଜା କରିବା ସମୟରେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ।

ପ୍ରତିଦିନ ଘରର ସଦସ୍ୟ ସ୍ନାନ ଆଦି କାର୍ଯ୍ୟ ସାରି ଶୁଦ୍ଧପୁତ୍ତ ହୋଇ ପୂଜା କାର୍ଯ୍ୟ ପାଇଁ ନିଜର ସମୟ ବାହାର କରିବା ଉଚିତ । ଏଥିସହ ତୁଳସୀ ବୃକ୍ଷରେ ମଧ୍ୟ ନିତ୍ୟପାଣି ଅର୍ପଣ କରିବା ଦରକାର । ତୁଳସେ ବୃକ୍ଷରେ ଗୋଟେ କି ଦୁଇ ଦିନ ନୁହେଁ ବଂର ନିତ୍ୟ ପାଣି ଚଢାଇବା ଉଚିତ । ତୁଳସୀ ବୃକ୍ଷ ନିକଟକୁ ଯାଇ ସେଠାରେ ମନରେ ଭକ୍ତି ଭାବ ଆଣି ସ୍ବଚ୍ଛ ଜଳ ତୁଳସୀ ବୃକ୍ଷରେ ଚଢାନ୍ତୁ ।

ଏଥିସହ ଫୁଲ, ଚନ୍ଦନ ଆଦି ଦେଇ ବୃନ୍ଦାବତୀ ମାଆଙ୍କର ପୂଜା ଆରାଧନା କରନ୍ତୁ । ତୁଳସୀ ଗଛରେ କୌଣସି ଅପରିଷ୍କାର ଜଳ ଯେପରି ଚଢା ନଯାଏ । ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ନଚେତ ବୃକ୍ଷ ଶୁଖିଯିବାର ସମ୍ଭାବନା ରହିଥାଏ । ତେବେ ତୁଳସୀ ବୃକ୍ଷ ଶୁଖିଯିବା ଜମାରୁ ଶୁଭ ନୁହେଁ ।

ତେଣୁ ପ୍ରତିଦିନ ଗଛରେ ପଣି ଦେଇ ତାହାକୁ ସବୁଜ ସୁନ୍ଦର କରି ରଖନ୍ତୁ । ତେବେ ତୁଳସୀ ବୃକ୍ଷରେ ପାଣି ଦେବା ସମୟରେ ଏହି ମନ୍ତ୍ରଟି ଉଚ୍ଚାରଣ କରନ୍ତୁ । ସେହି ମନ୍ତ୍ରଟି ହେଉଛି ଓମ୍ ବୃନ୍ଦାବନୟେ ସ୍ଵାହା । ଏହି ମନ୍ତ୍ରର ପ୍ରଭାବ ବହୁତ ଶୁଭ ଅଟେ ।

ତେଣୁ ପ୍ରତ୍ଯେକ ବ୍ୟକ୍ତି ତୁଳସୀ ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ରର ଉଚ୍ଚାରଣ କରି କରି ଜଳ ଚନ୍ଧାନ୍ତୁ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ଅନ୍ୟ ମାନଙ୍କୁ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *