ତୁଳସୀର ଗୋଟେ ପତ୍ର କେତେକ ରୋଗ ପାଇଁ ଲାଭକାରୀ ହୋଇଥାଏ, ଜାଣନ୍ତୁ ଏହା ବିଷୟରେ

ଆୟୁର୍ବେଦ ରେ ତୁଳସୀ ଗଛ ସବୁ ଭାଗ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ବୋଲି କୁହା ଯାଇଛି, ତୁଲସୀ ମୂଳ, ପତ୍ର ଓ ମଞ୍ଜି ସବୁ ବହୁତ ମହତ୍ଵପୂର୍ଣ ହୋଇଥାଏ । ତୁଲସୀ ଗଛ ପବନ ରେ ଥିବା ଜୀବାଣୁ ମାରି ଥାଏ ଓ ପବନ ସୁଧ କରିଥାଏ, ଏହାର ସୁଗନ୍ଧ ଶ୍ଵାସ ସମ୍ବନ୍ଧିତ ରୋଗ ଠାରୁ ବଞ୍ଚେଇ ଥାଏ । ତୁଳସୀ ଗୋଟେ ପତ୍ର ପ୍ରତି ଦିନ ସେବନ କଲେ ରୋଗପ୍ରତିରୋଧକ କ୍ଷମତା ବଢିଥାଏ ।

ତୁଳସୀ କାସ ଥଣ୍ଡା ଠାରୁ ଆରମ୍ଭ କରି ବହୁତ ବଡ ବଡ ଭୟଙ୍କର ରୋଗ ଭଲ କରିଥାଏ, ଏହା ବହୁତ ଭଲ ଆୟୁର୍ବେଦିକ ଜିନିଷ ଅଟେ ।

ପୁରୁଷମାନଙ୍କ ଶାରୀରିକ ଦୁର୍ବଳତା ହେଲେ ତୁଳସୀ ମଞ୍ଜି ପ୍ରୟୋଗ ବହୁତ ଲାଭକାରୀ ହୋଇଥାଏ, ଏହାଛଡା ୟୋନ ସମ୍ପର୍କ ଦୁର୍ବଳତା ଓ ନପୁଂସକତା ରେ ତୁଳସୀ ମଞ୍ଜି ନିୟମିତ ରୂପରେ ବ୍ୟବହାର ବହୁତ ଲାଭକାରୀ ହୋଇଥାଏ । ପ୍ରାୟତଃ ମହିଳାମାନଙ୍କୁ ମାସିକ ସମୟରେ ଆସୁନଥିବାର ଅଭିଯୋଗ ଥାଏ ତେବେ ନିୟମିତ ରୂପରେ ତୁଳସୀ ମଞ୍ଜି ବ୍ୟବହାର କଲେ ଏହା ଦୂର ହୋଇ ଥାଏ ।

ମାସିକ ଚକ୍ର ଅନିମିୟତା ଦୂର କରିବା ପାଇଁ ତୁଳସୀ ପତ୍ର ନିୟମିତ ଭାବରେ ଖାଇବା ଦରକାର ଅଟେ । ତୁଳସୀ ପତ୍ର ବାଟି ଏହାର ରସ ସେବନ ଦ୍ଵାରା ପାଚନଶକ୍ତି ବଢିଥାଏ ଓ ପେଟ ରୋଗ ଦୂର ହୋଇଥାଏ । ଥଣ୍ଡା ଜର ବା ଥକାରେ ତୁଳସୀ ପତ୍ର ଚା ସେବନ କାଲେ ଥଣ୍ଡା, ଜର ଓ ଥକା ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ । ତୁଳସୀ ରସ ଦୁଇ ଚାମଚ ପିଲେ କୁଣ୍ଡେଇବା ବନ୍ଦ ହୋଇଥାଏ, ତୁଳସୀ ଶୁଖିଲା ପତ୍ର ବାଟି ପେଷ୍ଟ ବନେଇ ମୁହଁ ରେ ଲଗେଇଲେ ଚେହେରା ଚମକି ଥାଏ ଓ ଛାଇ କମିଥାଏ । ତୁଳସୀ ପତ୍ର ରସ ୧୫ ଦିନ ପର୍ଜନ୍ତ ଦୁଇ ଦୁଇ ବୁନ୍ଦା ଆଖିରେ ପକେଇଲେ ରତୋନ୍ଧି ଠାରୁ ଆରାମ ମିଳି ଥାଏ ।

Leave a Reply

Your email address will not be published. Required fields are marked *