Special Report: UK Ambassador ଏବେ ବି କାବୁଲରେ ରହି ଲୋକଙ୍କୁ ଏମିତି କରୁଛନ୍ତି ସାହାଯ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତାଲିବାନ କବଳରୁ ଖସି ପଳାଇବା ପାଇଁ ପ୍ରତିଯୋଗୀତା ଚାଲିଛି । ସଂଗଠନ ର ଧମକରେ ଦେଶ ଛାଡି ପଳାୟନ କରିଛନ୍ତି ନିଜେ ରାଷ୍ଟ୍ର ପୁରୋଧା ରାଷ୍ଟ୍ରପତି ଅସଲଫ ଘନୀ । ଏହା ପରେ ରାଷ୍ଟ୍ର ଦୁତ ଓ କର୍ମଚାରୀ ଏମାନେ ନିଜ ନିଜ ଦେଶକୁ ଫେରିବାରେ ଲାଗିଛନ୍ତି । କିନ୍ତୁ ଜଣେ ରାଷ୍ଟ୍ରଦୁତ ଙ୍କୁ ତାଲିବାନ ଙ୍କ ନାଲି ଆଖି ଡରାଇ ପାରି ନାହି । ଏହି ରାଷ୍ଟ୍ରଦୁତ ଜଣକ ନିଜ ଜୀବନକୁ ନ ଡଋ ସେଠାରେ ଅଟକି ରହିଛନ୍ତି । ସେହି ରାଷ୍ଟ୍ରଦୁତ ହେଉଛନ୍ତି ଡ଼େୟାରିଙ୍ଗ ଆମ୍ବାସଡର ସାର ଲରି ବିଷ୍ଟ୍ରୋ ଯାହାଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ହେବାରେ ଲାଗିଛି ।

ତାଲିବାନ ଧମକରେ ଥିବା ବିଭିନ୍ନ ରାଷ୍ଟ୍ରଦୁତ ଗୁଡିକ ଏଠାରେ ବନ୍ଦ ହୋଇ ଯାଇଛି । ନିଜର ଜୀବନ ରକ୍ଷା କରିବା ପାଇଁ ନିଜ ଦେଶକୁ ଫେରି ଯାଉଛନ୍ତି ରାଷ୍ଟ୍ରଦୁତ ମାନେ । ନିଜର ଜୀବନକୁ ଖାତିର ନ କରି ସାହସିକତା ଦେଖାଇଛନ୍ତି ଲରି ବିଷ୍ଟ୍ରୋ ।

ଏଠାରେ ଅଟକି ଥିବା ନିଜ ଦେଶବାସୀଙ୍କୁ ମୁକୁଳେଇବା ପାଇଁ ଲରି ବିଷ୍ଟ୍ରୋ ଘୋଷଣା କରିଛନ୍ତି । ଏଠାରେ ଥିବା ୪୦୦୦ ବ୍ରିଟେନ ବାସୀ ଓ ଆଫଗାନ କର୍ମୀଙ୍କୁ ଉଦ୍ଧାର ନ କରିବା ଯାଏଁ ଲରିବିଷ୍ଟ୍ରୋ ସେଠାରୁ ଯିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

ଲରି ବିଷ୍ଟ୍ରୋଙ୍କ ଏପରି ସାହସ କମ ପାଇଁ ସେ ପାଲଟି ଯାଇଛନ୍ତି “ଦ ହିରୋ ଅଫ ବ୍ରିଟେନ” । ସୁଚନା ଅନୁସାରେ ଏ ଯାଏଁ ୨୦୦ ବ୍ରିଟେନ ବାସୀଙ୍କୁ ସେମାନଙ୍କ ଦେଶକୁ ପଠା ଯାଇ ସାରିଛି । ଉଦ୍ଧାର କାର୍ଯ୍ୟ ତାଙ୍କ ପ୍ରତୀକ୍ଷା ତତ୍ତ୍ଵାବଧାନରେ ହେଉଛି ବୋଲି ଲରି ବିଷ୍ଟ୍ରୋ କହିଛନ୍ତି । ଏହା ସହ ଆଫଗାନିସ୍ତାନର ସରକାରୀ କର୍ମଚାରୀ ଓ ସେନାରେ ଥିବା କର୍ମୀ ଙ୍କୁ ନେଇ ମଧ୍ୟ ଲରି ବିଷ୍ଟ୍ରୋ ଚିନ୍ତା ବ୍ୟଥିତ କରିଛନ୍ତି ।

ତେଣୁ ଗୋଟିଏ ନାଗରିକ ର ଜୀବନ ରକ୍ଷା କରିବା ବର୍ତ୍ତମାନ ଲରି ବିଷ୍ଟ୍ରୋ ଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି । ଲରି ବିଷ୍ଟ୍ରୋ ଙ୍କ ଏପରି ଦୁସାହସିକତା କାମ ପାଇଁ ଦେଶ ବାସୀ ତାଙ୍କର ପ୍ରଶଂସା କରିବା ସହ ଶତମୁଖ ଅଟନ୍ତି । ବାସ୍ତବରେ ଲରି ବିଷ୍ଟ୍ରୋ ଯେଉଁ ମହାନ କାମ କରିଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମ କୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କାରନ୍ତୁ ।

Leave a Reply

Your email address will not be published. Required fields are marked *