ପାକିସ୍ତାନୀ ମହିଳା ପତ୍ରକାର ଯେତେବେଳେ ବାଜପେୟୀଙ୍କୁ ବିବାହ ପ୍ରସ୍ତାବ ଦେଲେ, ବାଜପେୟୀ ଦେଲେ କିଛି ଏଭଳି ଜବାବ୍ ! ହସିବାକୁ ଲାଗିଲେ ସମସ୍ତେ

ନିଜ ଶାସନ କାଳରେ ଭାରତର ଚିତ୍ର ବଦଳାଇ ଉନ୍ନତିର ଶୀର୍ଷକୁ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ଜୀ ୧୬ ଅଗଷ୍ଟ ୨୦୧୮ ତାରିଖରେ ଅଖିଳ ଭାରତୀୟ ଆୟୁର୍ବେଦିକ ସଂସ୍ଥାରେ ଅନେକ ଦିନ ଧରି ଚିକିତ୍ସୀତ ହେବା ପରେ ଦେହତ୍ୟାଗ କରିଥିଲେ ।

ଆଜିର ସମୟରେ ଏଭଳି କୌଣସି ଲୋକ ନଥିବେ ଯେ ଅଟଳ ବିହାରୀ ବାଜପେୟୀଙ୍କୁ ଜାଣିନଥିବେ ।  ସମ୍ପୁର୍ଣ୍ଣ ଜୀବନ ଅବିବାହିତ ଥିବା ଅଟଳ ଜୀ ନିଜ ବାନ୍ଧବୀ ରାଜକୁମାରୀ କୋଲ ଏବଂ ବି.ଏନ୍ .କୋଲ୍ ଙ୍କ ଝିଅ ନମିତା ଭଟ୍ଟାଚାର୍ଯ୍ୟଙ୍କୁ ନିଜ ଦତ୍ତପୁତ୍ରୀ ଭାବେ ଗ୍ରହଣ କରିଥିଲେ । ହିନ୍ଦୀର ଜଣେ ପ୍ରସିଦ୍ଧ କବି ହେବା ସହ ଜଣେ ବିଚକ୍ଷଣ ନେତା ମଧ୍ୟ ଥିଲେ ।

୧୯୯୯ ମସିହାରେ ଅଟଳ ଜୀ ଭାରତରୁ ପାକିସ୍ତାନ ଯିବାକୁ ବସ୍ ସେବା ଆରମ୍ଭ କରିଥିଲେ । ଅମୃତସର- ଲାହୋର ବସ୍ ସେବା ଆରମ୍ଭ କରିବା ସମୟରେ ସେ ସ୍ୱୟଂ ବସ୍ ରେ ବସି ଲାହୋର ଯାଇଥିଲେ । ଭାରତ ପହଚିଂବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଖୁବ୍ ଜୋରସୋରରେ ସ୍ୱାଗତ କରାଗଲା । ଏହି ସମୟରେ ସେ ଗଭର୍ଣ୍ଣର ହାଉସ୍ ରେ ଭାଷଣ ଦେବା ସହ କହିଥିଲେ ଆପଣ ବନ୍ଧୁ ବଦଳାଇ ପାରିବେ,କିନ୍ତୁ ପଡୋଶୀ ନୁହଁ । ଇତିହାସ ବଦଳାଇ ପାରିବେ , କିନ୍ତୁ ଭୁଗୋଳ ନୁହଁ ।

ଭାଷଣ ପରେ ପାକିସ୍ତାନର ଜଣେ ମହିଳା ପତ୍ରକାର ବହୁତ ଚାଲାକର ସହ ତାଙ୍କୁ କାଶ୍ମୀର ବିଷୟରେ ପଚାରିଥିଲେ । ମହିଳା ପତ୍ରକାର ଜଣକ ବାଜପେୟୀଙ୍କୁ ଅବିବାହିତ ଥିବା କାରଣ ପଚାରିଥିଲେ ଏବଂ ସେ ବିବାହ କରିବାକୁ ଆଗ୍ରହ ଥିବା କଥା ମଧ୍ୟ କହିଥିଲେ । କିନ୍ତୁ ଏଥିରେ ତାଙ୍କର ଏକ ସର୍ତ୍ତ ଅଛି ବୋଲି କହି ଅସଲ କଥା କହିଥିଲେ ,ଯେ ତାଙ୍କୁ ବିବାହର ମୁହଁଦେଖାରେ କାଶ୍ମୀର ଦରକାର । ଏହି କଥା ଶୁଣି ଅଟଳ ଜୀ ଅଳ୍ପ ହସି କହିଥିଲେ , ମୁଁ ତୁମ ପ୍ରସ୍ତାବରେ ରାଜି କିନ୍ତୁ ମୋତେ ବି ଯୌତୁକରେ ପୁରା ପାକିସ୍ତାନ ଦରକାର । ଭାରତର ପ୍ରଧାନମନ୍ତ୍ରୀଙ୍କ ଏଭଳି ଜବାବ୍ ସେଠାରେ ଉପସ୍ଥିତ ଥିବା ଭାରତୀୟ ଏବଂ ପାକିସ୍ତାନୀଙ୍କୁ ହସିବାରେ ବାଧ୍ୟ କରିଥିଲା ।

Leave a Reply

Your email address will not be published. Required fields are marked *