ବିରାଟ କୋହିଲିଙ୍କ ପାଇଁ ଦୁଃଖୀ ହେଲେ ଅନୁଷ୍କା ଶର୍ମା, ପୋଷ୍ଟ ସେୟାର କରି କହିଲେ ଏହି କଥା

ଅନୁଷ୍କା ଶର୍ମା ଓ ବିରାଟ କୋହିଲି ଦୁଇ ଜଣଙ୍କ ଫଟୋ ଯେବେବି ସାମ୍ନାକୁ ଆସେ ଦେଖୁ ଦେଖୁ ଭାଇରାଲ ହେଇଯାଏ । ଏଥରବି ଅନୁଷ୍କା, ବିରାଟଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି ହେଲେ ସେ ସେୟାର କରିବା ସହିତ ବହୁତ ଦୁଃଖୀ ଅଛନ୍ତି ବୋଲି ଲେଖିଛନ୍ତି । ଅନୁଷ୍କା ଯେଉଁ ଫଟୋ ସେୟାର କରିଛନ୍ତି ତାହା ବ୍ଲାକ ଆଣ୍ଡ ୱାଇଟ । ଏଥିରେ ବିରାଟ ସେଲ୍ଫି ନେଉଛନ୍ତି, ପଛରେ ବସି ଅନୁଷ୍କା ସ୍ମାଇଲ କରୁଛନ୍ତି ।

ସେ କ୍ୟାପସନରେ ଲେଖିଛନ୍ତି- ଆପଣଙ୍କୁ ଲାଗୁଥିବ ସମୟ ସହିତ କାହାକୁବି ବିଦାୟ କହିବା ସହଜ ହେଉଥିବ କିନ୍ତୁ ଏମିତି ଜମାବି ନୁହେଁ ।

ଏବେକା ଦିନରେ ବିରାଟ କୋହିଲି ଇଣ୍ଡିଆ vs ନ୍ୟୁଜଲ୍ୟାଣ୍ଡ ଟେଷ୍ଟ ସିରିଜରେ ବ୍ୟସ୍ତ ଅଛନ୍ତି । ଏମିତିରେ ଅନୁଷ୍କା ବିରାଟଙ୍କଠୁ ବହୁତ ଦୂରରେ ରହି ତାଙ୍କୁ ମିସ କରୁଛନ୍ତି । ସେ ତାଙ୍କ ପତି ବିରାଟଙ୍କ ସହ ସବୁ କ୍ରିକେଟରେ ରହିଥାନ୍ତି, ହେଲେ ଏବେ ସେ ତାଙ୍କର କିଛି ପ୍ରୋଜେକ୍ଟ କାମରେ ଦୂରରେ ଅଛନ୍ତି ।

କିଛି ଦିନ ପୂର୍ବରୁ ଖବର ଆସିଥିଲାକି ଅନୁଷ୍କା , ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ବାୟୋପିକରେ ନଜର ଆସିବେ। ତାଙ୍କର କେତେ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା, ସେଥିରେ ଝୁଲଣ ଗୋସ୍ୱାମୀ ମଧ୍ୟ ରହିଥିଲେ । ସେ ଜଲଦି ଏ ଫିଲ୍ମ ମାଧ୍ୟମରେ ବଡପରଦାକୁ ଫେରିବେ ।

ତାଙ୍କର ଲାଷ୍ଟ ଫିଲ୍ମ ୨୦୧୮ରେ ଜିରୋ ରିଲିଜ ହୋଇଥିଲା । ତାପରେ ସେ ଆଉ କେଉଁ ଫିଲ୍ମରେ ସାଇନ କରିନାହାନ୍ତି । ୨୦୧୯ ରେ କେବଳ କିଛି ଷ୍ଟାଡିୟମ ବା ଇଭେନ୍ଟରେ ଦେଖାଦେଇଥିଲେ । ଜାହାପରେ ତାଙ୍କ ଫ୍ୟାନ ମାନେ ତାଙ୍କୁ ବହୁତ ମିସ କରୁଛନ୍ତି ।

Leave a Reply

Your email address will not be published. Required fields are marked *