କିୟାରା ଆଡଭାନୀଙ୍କ ହଟ ଫଟୋସୁଟ ର ଉଡିଲା ମଜାକ, ସୋସିଆଲ ମିଡିଆରେ ହୋଇଛି ଏହି ମଜାଦାର ମିମ୍ସ

ବଲିଉଡ ଜଗତରେ ଫଟୋଗ୍ରାଫର ଦବୂ ରତନାନୀ ଙ୍କ କ୍ୟାଲେଣ୍ଡର ର ପ୍ରତିବର୍ଷ ବହୁତ ଅପେକ୍ଷା କରାଯାଇଥାଏ । ସେ ପ୍ରତିବର୍ଷ ଷ୍ଟାରଙ୍କ ସହିତ ଏକ ଅଲଗା ଥିମରେ ନିଜର କ୍ଯାଲେଣ୍ଡର ଆଣି ଆସିଥାନ୍ତି । ତାଙ୍କ କ୍ଯାଲେଣ୍ଡରରେ ତାଙ୍କର ଉଠାଇଥିବା ଫଟୋ ଥାଏ ଏବଂ ସବୁ ଗୋଟିଏ ଥିମରେ ଥାଏ । ଏହି ଥର ତାଙ୍କ କ୍ୟାଲେଣ୍ଡରରେ ସନି ଲିୟୋନି ,କିୟାରା ଆଡଭାନୀ, ବିକି କୌଶଲ , ବିଦ୍ୟା ବାଲନ ପରି କଳାକାରଙ୍କୁ ଜାଗା ମିଳିଛି ।

ସମସ୍ତଙ୍କର ଉଠାଯାଇଥିବା ଫଟୋ ସାମ୍ନାକୁ ଆସିଯାଇଛି କିନ୍ତୁ ଏଥିରୁ ସବୁଠାରୁ ଅଧିକ କିୟାରା ଆଡଭାନୀ ହାଇଲାଇଟ ହୋଇଛନ୍ତି ।

କିୟାରା ଫଟୋସୁଟରେ ଟପଲେସ ଏବଂ ସେ ପତ୍ର ସାହାଯ୍ୟରେ ନିଜକୁ ଘୋଡାଇ ଥିଲେ । ତାଙ୍କର ଏହି ଫଟୋ ଉପରେ ଏବେ ମଜାଦାର ମିମ୍ସ ହେଉଛି । କିଏ ତାଙ୍କ ଫଟୋକୁ ଶାଢୀରେ ଘୋଡାଇ ଦେଉଛି ତ ଆଉ କେହି ତାଙ୍କ ପତ୍ର ଉପରେ ଛେଳି ଛାଡିଦେଉଛି । ଏହାଛଡା କବୀର ସିଂହ ଏବଂ ସାହିଦ କପୁରଙ୍କୁ ବି ମିସ୍ମରେ ସାମିଲ କରାଯାଇଛି । କିୟାରାଙ୍କୁ ଏହି ପ୍ରକାର ଦେଖି ସାହିଦ ଦବୂ ରତନାନୀଙ୍କ ପଛରେ ପଡିଯାଇଛନ୍ତି । ଗୋଟିଏ ରୁ ଗୋଟିଏ ମଜେଦାର ମିମ୍ସ ଦେଖିବାକୁ ମିଳୁଛି । ଆପଣ ବି ଦେଖନ୍ତୁ ।

କିୟାରାଙ୍କ ବର୍କଫ୍ରେଟ ର କଥା କହିବା ତାହେଲେ କବୀର ସିଂହ ଙ୍କ ସକ୍ସେସ ପରେ ତାଙ୍କ ପାଖରେ ବହୁତ ପ୍ରୋଜେକ୍ଟ ଅଛି । ତାଙ୍କର ପୂର୍ବ ଫିଲ୍ମ ଗୁଡ ନିୟୁଜ ଥିଲା । ସେ ଅକ୍ଷୟଙ୍କର ଆଗାମୀ ଫିଲ୍ମ ଲକ୍ଷ୍ମୀ ବମ୍ବ ରେ ନଜର ଆସିବେ । ଏହାଛଡା ନେଟଫ୍ଲିକ୍ସ ଙ୍କ ଗିଲ୍ଟି ରେ ବି ଦେଖାଦେବେ ,ଯାହାର ଟ୍ରେଲର ସାମ୍ନାକୁ ଆସି ସାରିଛି ।

Leave a Reply

Your email address will not be published. Required fields are marked *