ସ୍ତ୍ରୀ କୁ ହିନ୍ଦୁ ଧର୍ମରେ କଣ ପାଇଁ କହନ୍ତି ଅର୍ଦ୍ଧାଙ୍ଗିନୀ ଏବଂ ଧର୍ମ ପତ୍ନୀ ଜାଣନ୍ତୁ ଏହାର ମହତ୍ଵ ?

ଇଂରାଜୀରେ ୱାଇଫ ତ ହିନ୍ଦୀରେ ପତ୍ନୀ କୁହାଯାଏ ଘରବାଲି କୁ ଏହାଛଡା ଆହୁରି ବି କିଛି ନାମରେ ଜଣା ଯାଇଥାଏ । ଅର୍ଦ୍ଧଙ୍ଗିଣୀ ,ବିବି ଏବଂ ଧର୍ମ ପତ୍ନୀ ବି କୁହାଯାଇ ଥାଏ କିନ୍ତୁ ଏହି ସବୁ ନାମର ଅର୍ଥ କଣ ଅଟେ ,ବାକି ସବୁର ଅର୍ଥ ତ ସାମାନ୍ୟ ଅଟେ କିନ୍ତୁ ଅର୍ଦ୍ଧାଙ୍ଗିନୀ ର ଅର୍ଥ ହୋଇଥାଏ ସ୍ଵାମୀଙ୍କର ଅଧା ଅଙ୍ଗ । ଭଗବାନ ଶିବ ଆର୍ଧନାରୀଶ୍ଵର ରୂପରେ ପୂଜା ହୋଇଥାନ୍ତି ସେ ନିଜ ଶରୀରରେ ଥିବା ନାରୀତ୍ଵକୁ ବି ଖୋଜି ନେଇଛନ୍ତି ଏଥିପାଇଁ ସେ ମହାଦେବ କୁହାଯାଏ ।

ଶରୀରରେ ମାଂସ ହାଡ ଏବଂ ତ୍ଵଚା ମହିଳାଙ୍କ ସହିତ ମିସିଯାଏ ଯେତବେଳେ କି ଅଧା ଭାଗ ପୁରୁଷ ,ସମସ୍ତଙ୍କ ଭିତରେ ନାରୀ ଏବଂ ପୁରୁଷ ବରାବର ଥାଏ ।

କିନ୍ତୁ ଧର୍ମପତ୍ନୀ ର ଅର୍ଥ କଣ ହୋଇଥାଏ ଏଥିରେ ବହୁତ ବିବାଦୀୟ ବୟାନ ଶୁଣିଥିବେ ଆପଣ ,ଧର୍ମ ଭାଇ ,ଧର୍ମ ପୁତ୍ର ଏବଂ ପିତା ପରି ଧର୍ମ ପତ୍ନୀ ହୋଇଥାଏ ଏହା କହି ଏହି ସଂପର୍କକୁ ଛୋଟ ସାବିସ୍ତ କରାଯାଇଥାଏ । କିନ୍ତୁ ପ୍ରକୃତରେ ଧର୍ମ ପତ୍ନୀର ଅର୍ଥ ହେଉଛି ସ୍ବାମୀର ଧର୍ମ ନିଭାଇବା ପାଇଁ ସହାୟକ କରିଥାନ୍ତି ଏଥିପାଇଁ ଧର୍ମ ପତ୍ନୀ କୁହାଯାଏ ।

ପତ୍ନୀ ବିନା ପତି ଗୃହସ୍ଥ ଧର୍ମ ନିଭାଇ ପାରେ ନାହିଁ ,କିଛି ଉଦାହରଣରୁ ଜାଣନ୍ତୁ ଏହାର ମର୍ମ

ରାଜାଙ୍କ ଧର୍ମ ହୋଇଥାଏ କି ପ୍ରଜାଙ୍କ ଭିତରୁ କେହିବି ତାଙ୍କ ଭିତରୁ ମିଛ ବି କେହି ଲାଛନ ନଲଗାଇବେ ଏମିତି ମର୍ଯ୍ୟାଦା ସ୍ଥାପନ କରିବା ,ଲଙ୍କା ବିଜୟ ପରେ ଏଥିପାଇଁ ସୀତା ଅଗ୍ନି ପରୀକ୍ଷା ଦେଇଥିଲେ । ସୀତା ଗର୍ଭବତୀ ହେଲା ପରେ ରାମ ତାଙ୍କୁ ବର ମାଗିବା ପାଇଁ କହିଲେ ପରେ ମାଗିନେବି କହି ସୀତା ସେହି ବରଦାନ କୁ ବଞ୍ଚାଇ ରଖିଲେ ।

ଏହାପରେ ଗୁପଚର ମାନେ ରାମଙ୍କୁ କହିଲେ କି ଜଣେ ଧୋବା ସିତାଙ୍କ ଉପରେ ଲାଞ୍ଛନା ଲଗାଇଛନ୍ତି ,ରାମ ସେତବେଳେ ବିଚଳିତ ହୋଇନଥିଲେ । କିନ୍ତୁ ସୀତା ନିଜର ସ୍ଵାମୀ ଏବଂ ପରିବାର ର ମର୍ଯ୍ୟାଦାକୁ ଧ୍ୟାନରେ ରଖି ରାମଙ୍କୁ ବରଦାନ ରୂପେ ବନବାସ ଯିବାର ଇଛା ଜାହିର କଲେ ଯାହା ସୂନୀ ରାମଙ୍କ ଆଖିରୁ ଲୁହ ଆସିଗଲା ।

ଏମିତି ସୀତା ପତି ଧର୍ମ ବଞ୍ଚାଇ ଥିଲେ ଏବଂ ଏକ ନୂଆ ମର୍ଯ୍ୟାଦା ସ୍ଥାପନ କଲେ ,ଏଥିପାଇଁ ସ୍ତ୍ରୀଙ୍କୁ ଧର୍ମ ପତ୍ନୀ କୁହାଯାଇଥାଏ ।

Leave a Reply

Your email address will not be published. Required fields are marked *