ସବୁଦିନ ଦର୍ପଣରେ ମୁଁହ ତ ଦେଖୁଥିବେ କିନ୍ତୁ ! ଏହା ବିଷୟରେ କିଛି କଥା ଅଛି ଯାହା ଆପଣ ଜାଣିନଥିବେ।

ନିଜ ବ୍ୟବହାର କୁ ନେଇ ମଣିଷ କୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ । ନିଜ ବ୍ୟବହାର ପାଇଁ କିଏ କଠୋର ବନିଥାଏ ତ ପୁଣି କିଏ କୋମଳ । ଯିଏ ଯେଉଁ ପରିସ୍ଥିତି କାରଣରୁ ନିଜ ସ୍ୱାଭାବ ତିଆରି କରୁ ନା କାହିଁକି, ବଞ୍ଚିବାକୁ ହେଲେ ସମୟ ଅନୁସାରେ ସଭିଙ୍କୁ ବଦଳିବାକୁ ପଡିଥାଏ । ଏହା ସତ୍ୟ ଯେ ଦର୍ପଣ ମଣିଷକୁ ନିଜର ଅସଲ ସ୍ୱରୂପ ଦର୍ଶାଇଥାଏ । ତେଣୁ ଆପଣ ଯଦି କେବେ ଦର୍ପଣ ସମ୍ମୁଖରେ ଛିଡା ହୋଇ ନିଜ ମୁହଁ ଖୋଲି ଦେଖିବେ, ତେବେ ଆପଣଙ୍କୁ ନିଶ୍ଚିତ ରୂପେ ନିଜର ଦାନ୍ତ , ଜିଭ ,ଏ ସମସ୍ତ ନଜର ଆସିବ ।

ଯାହା ମଧ୍ୟରୁ ଦାନ୍ତ ଶକ୍ତ ଓ ଜିହ୍ଵା କୋମଳ ଅଟେ । ଦନ୍ତ କଠୋର ଅଟେ ଓ ମଣିଷ ଜନ୍ମର ପରବର୍ତ୍ତୀ ସମୟରେ ଆବିର୍ଭାବ ହୁଏ, ସିଏ ପୁଣି ଦୁଇ ଦୁଇ ଥର । ପୁଣି ମୃତ୍ୟୁ ପୂର୍ବରୁ ନଷ୍ଟ ହେଇଯାଏ । ହେଲେ ଜିହ୍ଵା କୋମଳ ଅଟେ ଓ ମଣିଷର ଜନ୍ମ ପୂର୍ବରୁ ସୃଷ୍ଟି ହୋଇଥାଏ ଓ ମୃତ୍ୟୁ ପର୍ଯ୍ୟନ୍ତ ସାଥିରେ ରହିଥାଏ । ତେଣୁ ସାଙ୍କେତିକ ରୂପେ ଏଠାରେ ଦର୍ଶାଯାଇଛି କି ଯେଉଁ ବ୍ୟକ୍ତି କଠୋର ହେଇ ଆଜୀବନ ରହିଥାଏ, ତା’ର ଅତିଶୀଘ୍ର ବିନାଶ ଘଟିଥାଏ ।

ହେଲେ ଯେଉଁ ବ୍ୟକ୍ତି କୋମଳ ଅଟେ ତଥା ସମୟ ଓ ପରିସ୍ଥିତି ଅନୁସାରେ ନିଜ ମଧ୍ୟରେ ପରିବର୍ତ୍ତନ ଆଣିଥାଏ, ସେ ଆଜୀବନ ତିଷ୍ଠି ରହିଥାଏ । ଏହା ମଧ୍ୟ ଜାଣିରଖିବା ଉଚିତ, ଯେ ଯେଉଁମାନେ କଠୋର ହୋଇଥାନ୍ତି ସେମାନେ ନିଶ୍ଚିତ ରୂପେ ନିଜ ମଧ୍ୟରେ ଅଳ୍ପ ହେଲେବି ଗର୍ବ ଏବଂ ଅହଂ ଭାବ କୁ ସ୍ଥାନ ଦେଇଥାନ୍ତି । ଏହାହିଁ ସେମାନଙ୍କ ପାଇଁ ବିପଦର ମୁଖ୍ୟ କାରଣ ବନିଥାଏ । ପୁନଶ୍ଚ ଯେଉଁମାନେ କୋମଳ ଅଟନ୍ତି ସେମାନଙ୍କ ମନେ ଏ ଗର୍ବ , ଅହଙ୍କାର, ଅଭିମାନ ପାଇଁ କୌଣସି ସ୍ଥାନ ନଥାଏ ।

ତେଣୁ ସେମାନେ ଯେକୋୖଣସି ପରିସ୍ଥିତି ରେ ଯେକୌଣସି ବ୍ୟକ୍ତି ଙ୍କ ସହ ଖାପ ଖୁଆଇ ଚଳିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି । ଏହାହିଁ ତାଙ୍କର ଏ ଇହଜଗତେ ତିଷ୍ଠି ରହିବାର ମୁଖ୍ୟ କାରଣ ହୋଇଥାଏ । ତେଣୁ ବନ୍ଧୁଗଣ, ଯଥାସମ୍ଭବ ଅହଙ୍କାର ଠୁ ଦୁରେଇ ରହି ନିଜକୁ ତଥା ନିଜ ମନକୁ କୋମଳ କରିବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *