ବାହାଘର ପରେ ଶାଶୁଘରେ ପ୍ରଥମ ହୋଲି ଖେଳିଲେ Lipsa Mishra, ଦେଖନ୍ତୁ କେମିତି କରୁଛନ୍ତି ମସ୍ତି

ଦର୍ଶକ ବନ୍ଧୁ ନିକଟ ଅତୀତରେ ଓଡିଆ ଜଗତର ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପୁରୁଷ ବନ୍ଧୁ ଆକାଶ ଙ୍କ ସହ ବିବାହ କରିଛନ୍ତି । ତାଙ୍କ ବିବାହରେ ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ । ତାଙ୍କର ବାହାଘରକୁ ନେଇ ସେ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଯାହାର ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ଆଜି ହେଉଛି ହିନ୍ଦୁ ଧରମର ବଡ ପର୍ବ ହୋଲି ପର୍ବ ଯାହାକୁ ଆମେ ମାନେ ଖୁବ ଧୁମ ଧାମ ରେ ସେଲିବ୍ରେସନ କରିଥାଉ । ରଙ୍ଗରେ ହୋଲି ଖେଳି ଖୁବ ଏଞ୍ଜୋଏ କରିଥାଉ ଆଜିର ଦିନରେ । ଆଉ ଆଜି ଲିପ୍ସା ମଧ୍ୟ ନିଜ ପରିବାର ଲୋକଙ୍କ ସହ ହୋଲି ପର୍ବ ପାଳନ କରୁଛନ୍ତି । ବାହାଘର ପରେ ଲିପ୍ସାଙ୍କର ଏହା ହେଉଛି ପ୍ରଥମ ହୋଲି । ତେବେ ଏ ନେଇ ଲିପ୍ସା ଗଣମାଧ୍ୟମ ଆଗରେ ନିଜର ଏକ ସାକ୍ଷାତ୍କାର ବୟାନ ଦେଇଛନ୍ତି ।

ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ଅଭିନେତ୍ରୀ ଲିପ୍ସା ଗଣମାଧ୍ୟମ ଆଗରେ କହିଛନ୍ତି “ହୋଲି ପାଇଁ କଣ ଓଡିଶାରେ ୧୨ ମାସରେ ଆମ ଉତ୍ସାହିତ ଥାଉ । ତା ପରେ ଆଉ ବାହାଘର ପରେ ଏଇଟା ମୋର ପ୍ରଥମ ହୋଲି ତେଣୁ ମତେ ଗୁଡାଏ ଘରକୁ ଯିବାର ଅଛି । ବାପଘର, ଶାଶୁଘର ସବୁ ସମ୍ପର୍କୀୟଙ୍କ ଘର ।

ତା ପରେ ଆଜି ମୁଁ ଆଉ ଗୋଟେ ଘରକୁ ଆସିଛି ଆମେ ଛୁଆ ମାନଙ୍କ ପାଖକୁ ଆସିଲୁ । ମୁଁ ଧନ୍ୟବାଦ ଦେବି ସମସ୍ତଙ୍କୁ ମତେ ଏଠି ଆସିବାକୁ ନିମନ୍ତ୍ରଣ କରିଥିବାରୁ । ଏଇଠି ଆଜି ପ୍ରଥମ ହୋଲି ଖେଳି ମୋ ଦିନ ବନି ଗଲା । ଆଉ ମୁଁ ଭାବୁଛି କାଲି ଦିନ ଟା ବି ବହୁତ ଭଲରେ ଯାଉ । ତେଣୁ ସମସ୍ତଙ୍କୁ ମୁଁ ମୋ ତରଫରୁ କହିବି ହାପି ହୋଲି । ସମସ୍ତେ ସୁରକ୍ଷିତ ଭାବରେ ହୋଲି ଖେଳନ୍ତୁ ।

ପିଲା ଦିନ କଥା ମନେ ପଡୁଛି ସେତେବେଳର ହୋଲି ଖେଳ ଆଉ ଏବେକାର ହୋଲି ଖେଳରେ ଫରକ ରହିଛି । ପିଲା ଦିନରେ ରଙ୍ଗ ଗୁଡାକ ମୁଣ୍ଡରେ ଢାଳି ଦେଉଥିଲେ । ରଙ୍ଗ ଛାଡିବାକୁ ଆମକୁ ମାସେ ଲାଗୁ ଥିଲା । କିନ୍ତୁ ଏବେ ଯେବେ ବଡ ହେଲୁଣି ତେଣୁ ଆମେ ସେଭଳି ଆଉ ହୋଲି ଖେଳୁନୁ ।

ଆମେ ଏବେ ସୁରକ୍ଷିତ ଭାବରେ ହୋଲି ଖେଳୁଛୁ ହେଲେ ପିଲା ଦିନର କଥା ମନେ ପଡୁଛି । ସାଙ୍ଗ ସାଥି ଙ୍କ ପାଖକୁ ମଧ୍ୟ ଯିବୁ” । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *