ଜାଣନ୍ତୁ ଥଣ୍ଡା ପାଣି ପିଇଲେ ଶରୀରର କଣ କ୍ଷତି ହୁଏ ?

ଥଣ୍ଡା ପାଣି ପିଇଲେ ଶରୀରର କଣ କ୍ଷତି ହୁଏ, ଜାଣିଛନ୍ତି କି?

ଥଣ୍ଡା ପାଣି ପାଟିକୁ ବେଶ ଭଲ ଲାଗେ ପିଇବାକୁ । ହେଲେ ଏହା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ । ଏହି ଥଣ୍ଡା ପାଣି ସେବନ ଦ୍ୱାରା କେବଳ ଥଣ୍ଡା, ଜର କାଶ ନୁହେଁ ଆଉ କଣ ସବୁ ଭୋଗିବାକୁ ପଡିବ ଆସନ୍ତୁ ଜାଣିବା । ପେଟ ଖରାପ ହେବା- ଆପଣଙ୍କ ପେଟ ପାଇଁ ଥଣ୍ଡା ପାଣି ବହୁତ ଅଧିକ କ୍ଷତି ପହଂଚାଇଥାଏ । ମାତ୍ରାଧିକ ଥଣ୍ଡା ପାଣି ସେବନ ଦ୍ୱାରା ପେଟ କାଟିବା, ମୋଡଜି ହେବା, ଅଜବ ଅଜବ ସାଉଣ୍ଡ ବାହାରିବା ଆଦି ସମସ୍ୟା ଦେଖାଦେଇଥାଏ ।

ପାଚନ ପ୍ରକ୍ରିୟାରେ ସମସ୍ୟା

ଥଣ୍ଡା ପାଣିର ଟେମ୍ପରେଚର କମ୍ ହୋଇଥିବାରୁ ଏହା ପେଟ ଭିତରକୁ ଯିବା ପରେ ପାଚନ ପ୍ରକ୍ରିୟାରେ ସମସ୍ୟା କରିଥାଏ। ଫଳରେ ଠିକରେ ହଜମ ନହେବା ଦ୍ୱାରା ଆପଣଙ୍କ ପେଟ କାଟିବା ଆରମ୍ଭ ହୋଇଥାଏ।

ମୁଣ୍ଡ ବିନ୍ଧା ହେବା

ଆପଣ ବ୍ରେନ୍ ଫ୍ରିଜ୍ ହେବା ଭଳି ଅନେକ ଘଟଣା ତ ନିଶ୍ଚୟ ଶୁଣିଥିବେ । ଏହା କେବଳ ଅଧିକ ଥଣ୍ଡା ପାଣି କିମ୍ବା ଅଧ୍କ ଆଇସକ୍ରିମ୍ ଖାଇବା ଦ୍ୱାରା ହିଁ ହୋଇଥାଏ । ଅତ୍ୟଧିକ ଥମ୍ଡା ପାଣି ଆହରଣ କରିବା ଫଳରେ ଏହା ସ୍ପାଇନର ସେନସିଟିଭ୍ ଶିରା ପ୍ରଶିରାକୁ ଥଣ୍ଡା କରିଦେଇଥାଏ । ଯାହା ସିଧାସଳଖ ଆମ ମସ୍ତିସ୍କରେ ପ୍ରଭାବ ପକାଇଥାଏ । ଫଳରେ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ହାର୍ଟ ବିଟ୍ ସ୍ଲୋ ହେବା

ଆମ ଶରୀରରେ ବେଗସ୍ ନର୍ଭସ ନାମକ ନର୍ଭ ରହିଛି । ଯାହା ଆମ ଶରୀରର ସବୁଠୁ ଲମ୍ବା କାର୍ନିଭଲ ନର୍ଭ ଅଟେ । ଏହା ସାଧାରଣତଃ ଆମ ବେକ ପାଖରୁ ହାର୍ଟ, ପାକସ୍ଥଳୀ ଏବଂ ଡାଇଡେଷ୍ଟିଭ ସିଷ୍ଟମ କଂଟ୍ରୋଲ କରିଥାଏ । ଆଉ ଯେତେବେଳେ ବି ଆପଣ ଅଧିକ ଥଣ୍ଡା ପାଣି ଗ୍ରହଣ କରିବେ ନର୍ଭ ଥଣ୍ଡା ହେବା ସହ ହାର୍ଟବିଟ୍ ମାତ୍ର ହ୍ରାସ ପାଇଥାଏ । ଯେତେ ଯଏଁ ଏହି ଥଣ୍ଡା ପାଣି ଆପଣଙ୍କ ପେଟ ଭିତରର ତାପମାତ୍ରା ସହ ସମାନ ହୋଇନି, ସେତେ ଯାଏ ଆପଣ ଏଭଳି ଅନୁଭବ କରୁଥିବେ ।

ଚର୍ବି ବଢାଇବା ସହ ମୋଟା ହେବା

ଆପଣଙ୍କ ଶରୀରରେ ଜମା ଥିବା ଫ୍ୟାଟକୁ ଆଙୁରି ଅଧିକ ମଜଭୂତ କରିଥାଏ ଥଣ୍ଡା ପାଣି । ଯଦି ଆପଣ ମୋଟପା କମ୍ କରିବାକୁ ଚାହୁଁଛନ୍ତି ତେବେ ଯଥା ସମ୍ଭବ ଥଣ୍ଡା ପାଣି ଆଭଏଡ୍ କରନ୍ତୁ ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍ କସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *