12-10-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ଶୁକ୍ରବାର)

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଆପଣ ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । କଥା କଥାରେ କ୍ରୋଧିତ ହେବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର ଆଶଙ୍କା ରହିଛି । ଧାର୍ମିକ ଯାତ୍ରାର ଆୟୋଜନ ହେବାର ଆଶା ରହିଛି ।

ବୃଷ– ବୈବାହିକ ଜୀବନରେ ସୁଧାର ଆସିବ। ଚାକିରିରେ ଉନ୍ନତି ହୋଇପାରେ। ଆଜି ଆପଣ କୌଣସି ସମ୍ପତ୍ତି କିଣିପାରନ୍ତି।

ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଭଲ ଆୟ ହେବ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।

କର୍କଟ: ପାରିବାରିକ ସ୍ତରରେ ଅଶାନ୍ତି ଦେଖା ଦେଇପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ରହିବା ସବୁଠୁଁ ଭଲ ହେବ। ଯାତ୍ରା ଶୁଭଦାୟକ ହୋଇପାରେ। ମଧୁର ବଚନ କହି ସମାଜରେ ଆଦରଣୀୟ ହେବେ।

ସିଂହ : ଆଜି ଆପଣଙ୍କ ପାଇଁ ଦିନଟି ଆନନ୍ଦଦାୟକ ରହିବ । ସୃଜନାତ୍ମକ ଶକ୍ତିରେ ବୃଦ୍ଧି ଘଟିବା ସହ ଗଳ୍ପ ଓ କାବ୍ୟ ରଚନା କରିବାକୁ ଆଗ୍ରହ ପ୍ରକାଶ କରିବେ । ସନ୍ତାନଙ୍କ ପ୍ରଗତିର ଶୁଭ ସମାଚାର ମିଳିବ । ଦିନସାରା ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ ।

କନ୍ୟା– ବ୍ୟବସାୟରେ ଲାଭ ମିଳିପାରେ। କୌଣସି ଯାନବାହନ କିଣିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ।

ତୁଳା: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପୂଜା ପଦ୍ଧତିରେ ମନ ବଳାଇବେ। ଶତ୍ରୁ ବିନାଶ କରିପାରନ୍ତି। ରାଜପୂଜା ମିଳିପାରେ। ଯାନବାହନ ଯୁକ୍ତ ହୋଇପାରନ୍ତି। ବହୁ ପୋଷକ ହେବେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି।

ବିଛା– ସ୍ୱାସ୍ଥ ପ୍ରତି ଧ୍ୟାନ ଦିଅନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ମିଠା ଜିନିଷ ଦାନ କରନ୍ତୁ, ଶୁଭ ଫଳ ମିଳିବ।

ଧନୁ : ଆଜି ଆତ୍ମୀୟସ୍ୱଜନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆର୍ଥିକ ଲାଭର ସୁଯୋଗ ମଧ୍ୟ ରହିଛି । ରୁଚିକର ଭୋଜନ ମିଳିବାର ଆଶା ରହିଛି । ଶାରୀରିକ ଓ ମାନସିକ ସ୍ତରରେ ନିଜର ଧ୍ୟାନ ରଖନ୍ତୁ ।

ମକର : ଆଜି ଆପଣଙ୍କୁ ସାବଧାନ ସହକାରେ ଚଳିବାକୁ ପଡିବ । ବ୍ୟବସାୟିକ କାର୍ଯ୍ୟରେ ବାହାର ହସ୍ତକ୍ଷେପର ବୃଦ୍ଧି ଘଟିବ । ଆର୍ଥିକ ଖର୍ଚ୍ଚ ସାମାନ୍ୟ ଅଧିକ ରହିବ । ମାନସିକ ବ୍ୟାକୁଳତାର ଅନୁଭବ କରିବେ । ଦୁର୍ଘଟଣା ପ୍ରତି ସାବଧାନ ରହନ୍ତୁ ।

କୁମ୍ଭ: ଅଧ୍ୟୟନରତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁ ସମ୍ବାଦ ପାଇ ଖୁସି ହେବେ। ଦିନଟି ମଧ୍ୟମ ଧରଣର। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଧନାଦିଯୁକ୍ତ ହେବେ। ବେଶଭୂଷା ବିନୀତ ସ୍ୱଭାବର ହେବ। ମହାଭୋଗ କରିବେ।

ମୀନ : ଆଗକୁ ବଢ଼ିବାର ଦିନଟିଏ । ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ରାଜନୀତିରେ ସୀମା ବଢାଇବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ପୁରୁଣା ଭୂସଂପତ୍ତି ମାମଲାରେ ସ୍ଥଗିତ ଥିବା କାମ ପୂରା ହେବ । ବ୍ୟବସାୟରେ ଫାଇଦା ମିଳିବ। ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ ।

Leave a Reply

Your email address will not be published. Required fields are marked *