Weather Alert! 13 ଜିଲ୍ଲାରେ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ କରାଇଲେ IMD

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ସାରା ରାଜ୍ୟରେ ଏବେ ପ୍ରବଳା ବର୍ଷା ସହ ପବନ ମଧ୍ୟ ଆଣିଛି । ପାଣି ପାଗ ବିଭାଗ ରୁ 13 ଜିଲ୍ଲାରେ ଏଲୋ ଆଲର୍ଟ ଜାରି ରହିଛି । ମୌସୁମୀ ଛୁଇଁବା ଦ୍ଵାରା 25 ମିଳି ଲିଟର ରୁ ଅଧିକା ବର୍ଷା ହେବାର ସମ୍ଭାବନା ଅଛି । କଳାହାଣ୍ଡି, ବଲାଙ୍ଗୀର, ମୟୁରଭଞ୍ଜ, ଯାଜପୁର ଆଦି ଜାଗାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । 23 ତାରିଖରେ 12 ଟି ଜିଲ୍ଲା 24 ତାରିଖ ପାଇଁ 10 ଜିଲ୍ଲା ଓ 25 ତାରିଖରେ 9 ଜିଲ୍ଲା ପାଇଁ ଏଲୋ ସଂକେତ ମିଳିଛି ।

ଏହା ପାଇଁ ପାଣି ବିଭାଗର ମୁଖ୍ୟ ବୈଜ୍ଞାନିକ ପ୍ରଫେସର ସନ୍ଦିପ ପଟ୍ଟନାୟକ ଆମ ସହ ଯୋଡି ହୋଇ ଛନ୍ତି । ବିଭିନ୍ନ ଜାଗାରେ ବର୍ଷା ପାଇଁ ସବୁ ଜାଗାକୁ ସୂଚନା ଦିଆ ଯାଇଛି । ଆଜି ଠାରୁ ଆରମ୍ଭ କରିକି 5 ଦିନ ଯାଏ ଖୁବ ବର୍ଷା ହେବ ।

ଅଧିକା ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶାରେ ଅଧିକ ବର୍ଷା ହେବ । ମଧ୍ୟ ଓଡିଶା ରେ ବର୍ଷା ମଧ୍ୟ ସାମାନ୍ୟ ଧରଣର ବର୍ଷା ପାଇବ । ଏହା ସହ ଓଡିଶା ଓ ଛତିଶଗଡ ମଧ୍ୟ ଏହି ଭଳି ବର୍ଷା କୁ ସାମନା କରିବା ପାଇଁ ଯାଉଛି । ଜୁଲାଇ ମାସର ପ୍ରଥମ ହପ୍ତା ଯାଏ ବର୍ଷା ହେବାର ସମ୍ଭାବନା ଅଛି ।

ଏହା ପରେ ବର୍ଷା ହେବାର ସମ୍ଭାବନା ଖୁବ କମ ଆମକୁ ଯଦି ବର୍ଷାର ଭରଣା କରିବାର ଅଛି ଏହା ପାଇଁ ଆମକୁ ଲୋ ପ୍ରେସର ସିଷ୍ଟମ ଦରକାର । ମୌସୁମୀ ଦୁର୍ବଳ ଥିବା ବେଳେ ଭି ଆମକୁ ଲାଗୁଛି କି ଏହି ବର୍ଷ ବର୍ଷାର ଭରଣ ହୋଇ ପାରିବ ।

ଯେଉଁ ସାଇକଲୋନ କିମ୍ବା ଝଡ ଆସିବାର ସମ୍ଭାବନା ଅଛି ଆଗକୁ ତା ଦ୍ଵାରା ଆମକୁ କିଛି ମୋଏଶ୍ଚର ମିଳିଯିବ ଓ ଏହା ଆମ ପାଇଁ ଭଲ ଆରବିଆନ ସି ରୁ ମଧ୍ୟ ସପୋର୍ଟ ମିଳିବବାର ସମ୍ଭାବନା ନାଇ । ଆମକୁ ବଙ୍ଗୋପ ସାଗର ରୁ ଯାହା ସପୋର୍ଟ ମିଳିବା ର ଯାହା ଆସା ଥିଲା ତାହା ଏବେ ଦେଖା ଯାଉନି ।

ମାତ୍ର ଆକଳନ କରା ଯାଉଛି କି ଏହି ଯେଉଁ ବର୍ଷା ହେବ ତାହା ଆମ ପାଇଁ ଭଲ ପରିଣାମ ଆଣିଦେବ । ତେବେ ଏହି କିଛି ଦିନ ପାଇଁ ଯେଉଁ ବର୍ଷା ହେବା ପାଇଁ ଯାଉଛି ତାହା ଆମ ପାଇଁ ଆଗକୁ ଆସୁଥିବା ଫସଲ ପାଇଁ ଲାଭ ଦାଇ ହେବ ବୋଲି କହିଛନ୍ତି ପ୍ରଫେସର । ତେବେ ଏବେ ଓଡିଶା ନୁହେଁ ଭାରତ ରେ ମଧ୍ୟ ବର୍ଷା ଯେଉଁ ଦୁଇ ମାସ ଧରି ହେବାର ସମ୍ଭାବନା ଥିଲା ତାହା ଏବେ ଖୁବ କମ ହେବାର ଲୀଗିଛି ଏହାର କାରଣ ଆମର ବଦଲୁଥିବା ଜନଜୀବନ ।

Leave a Reply

Your email address will not be published. Required fields are marked *