Policeର 15ଟି ପ୍ରଶ୍ନ Prakrutiଙ୍କୁ, ଦେଖନ୍ତୁ କଣ ପଚାରିଲେ ?

ନମସ୍କାର ବନ୍ଧୁଗଣ, ଓଲିଉଡ ଷ୍ଟାରଙ୍କ କଳି ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପୂର୍ବରୁ ବାବୁସାନଙ୍କ ସ୍ତ୍ରୀ ତୃପ୍ତିଙ୍କୁ ପୋଲିସ ପଚରାଉଚରା କରିଥିଲା । ଆଜି ପ୍ରକୃତି ମିଶ୍ରଙ୍କୁ ଦୀର୍ଘ ୧ ଘଣ୍ଟା କାଳ ମହିଳା ପୋଲିସ ଜେରା କରିଛି । ପ୍ରକୃତିଙ୍କ ଘର ସତ୍ୟବିହାର ଅଞ୍ଚଳରେ ଖାରବେଳ ନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେଦିନ ଘଟଣା ଘଟିବା ସମୟରେ କଣ ହୋଇଥିଲା କିଏ ସେଠାରେ ଉପସ୍ଥିତ ରହିଥିଲେ ଏ ସବୁ ବିଷୟରେ ପ୍ରକୃତି ସଫେଇ ଦେଇଛନ୍ତି । ତୃପ୍ତିଙ୍କ ଅଭିଯୋଗ ଅନୁଯାୟୀ ପ୍ରକୃତି ବାବୁସାନଙ୍କୁ ନିଶା ଦେଉଛନ୍ତି ଆଉ ତାଙ୍କୁ ବ୍ଳାକମେଲ କରୁଛନ୍ତି ଏ ସବୁ ବିଷୟରେ ମଧ୍ୟ ପୋଲିସ ପଚାରଉଚରା କରିଛି ପ୍ରକୃତିଙ୍କୁ ।

ଗତ କାଲି ପ୍ରକୃତିଙ୍କ ମା ପୁରା ପରିବାରର ଫୋଟୋ ପୋଷ୍ଟ କରିଥିଲେ । ତେବେ ଆଜି ସକାଳୁ ସେମାନେ ଘରକୁ ଆସିବା ପରେ ପୋଲିସ ଖବର ପାଇ ପ୍ରକୃତିଙ୍କୁ ଆସି ପଚରାଉଚରା କରିଥିଲେ । ପ୍ରକୃତି ମାନସିକ ଚାପରେ ରହିଥିବାରୁ ସେ ବୟାନ ଦେବାକୁ ଚାହୁଁ ନ ଥିଲେ କିନ୍ତୁ ବାପା ମନ୍ମଥ ମିଶ୍ର ବାହାରକୁ ଆସି ବୟାନ ଦେଇଥିଲେ । ସେଦିନ ଘଟଣା ଘଟିବା ପରେ ପ୍ରକୃତି ଚେନ୍ନାଇ କେମିତି ଗଲେ ଆଉ ବାବୁସାନଙ୍କ ସହ ଭେଟ ହୋଇଥିଲା କି ନାହି ତାହା ପ୍ରଶ୍ନ ପଚାର ଯାଇଥିଲା । କିନ୍ତୁ କଣ କଥା ହୋଇଥିଲା ତାହା ସ୍ପଷ୍ଟ ହୋଇ ନାହି ।

ତୃପ୍ତିଙ୍କ ସହ ତାଙ୍କ ବାପା ଲଳିତଙ୍କୁ ମଧ୍ୟ ପୋଲିସ ନୋଟିସ ଜାରି କରିଛି । ଶନିବାର ଦିନ ଏହି ଘଟଣା ଘଟିବ ପରେ ପ୍ରକୃତି ଓ ବାବୁସାନ ଦୁହେଁ ଏକାଠି ଚେନ୍ନାଇରେ ରହିଥିବା କଥା ମଧ୍ୟ ପୋଲିସ ପଚାରିଛି । ପ୍ରକୃତି ଏୟାରପୋର୍ଟରୁ କେମିତି ଚେନ୍ନାଇ ଗଲେ ଓ ସେଠାରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କି ନାହି ବାବୁସାନଙ୍କ ତାଙ୍କ ସହ ଏକାଠି ଯାଇଥିଲେ କି ନାହି ପ୍ରଶ୍ନ କରିଛି ପୋଲିସ । ରବିବାର ଓ ସୋମବାର ଦିନ ପ୍ରକୃତି କେଉଁଠି ଥିଲେ ତାହା ମଧ୍ୟ ପ୍ରଶ୍ନ କରିଛି ପୋଲିସ ।

ଦୀର୍ଘ ୩ ବର୍ଷ ହେଲା ପ୍ରକୃତି ଓ ବାବୁସାନଙ୍କ ସମ୍ପର୍କ ଥିବାର ଯେଉଁ ଅଭିଯୋଗ କରିଥିଲା ତୃପ୍ତି ତାହା ବିଷୟରେ ମଧ୍ୟ ପୋଲିସ ପ୍ରଶ୍ନ କରିଛି । ବାପା ମନ୍ମଥ ମିଶ୍ର ମଧ୍ୟ ନିଜର ସଫେଇ ରଖିଛନ୍ତି କି ଝିଅକୁ ପୋଲିସ ତାଙ୍କ ହିସାବରେ ପଚରାଉଚରା କରିଛି ଯାହାର ସହଯୋଗ କରିଥିଲେ ପ୍ରକୃତି ମିଶ୍ର । ବର୍ତ୍ତମାନ ବାକି ରହିଲା ବାବୁସାନ କେଉଁଠି ଅଛି ଆଉ ସେ କେବେ ଓଡିଶା ଆସିବେ ତା ପରେ ଯାଇ ଏହି ଘଟଣାର ପର୍ଦ୍ଦାଫାସ ହେବ । ତେବେ ଗତ କାଲି ବାବୁସାନଙ୍କ ସହ ସମ୍ପର୍କ ହୋଇଥିଲା ଆଉ ସେ ଫେରିବାର ମଧ୍ୟ ସୂଚନା ରହିଛି ।

ବାପା ମନ୍ମଥ ମିଶ୍ର କହିଛନ୍ତି ପୋଲିସକୁ ତଦନ୍ତରେ ସହଯୋଗ ଆମେ କରୁଛୁ । ସେଦିନ କଣ ଘଟିଥିଲା କେମିତି ଘଟିଥିଲା ତାହା ବିଷୟରେ ସବୁ ଯାଞ୍ଚ କରିଛି ପୋଲିସ । ତେବେ ବର୍ତ୍ତମାନ ଅପେକ୍ଷା ରହିଲା ବାବୁସାନ କେବେ ଆସିବେ ପୁରା ଘଟଣା କଣ ତାଙ୍କ ସହ ଘଟିଛି ତାର ବୟାନ ଦେବେ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *