1866 ଓଡିଶାରେ ନ’ଅଙ୍କ ଦୁର୍ଭିକ୍ଷର କରୁଣ କାହାଣୀ, ଦେଖିଲେ ଆଖିରେ ଲୁହ ରହିବନି

ବନ୍ଧୁଗଣ ଏମିତି ବି ଅସମୟ ଆସେ ଯାହା ମଣିଷ କେବେ ସ୍ଵପ୍ନରେ ଭାବି ନ ଥାଏ । ଭୟାବହ ମହାମାରୀ କୋରୋନା ଆତଙ୍କିତ କରିଦେଲା ବିଶ୍ଵବାସୀଙ୍କୁ । ମା କୋଳରୁ ପୁକାଉ ଛଡାଇ ନେଇଛି ତ ଆଉ କାହାର ମଥାର ସିନ୍ଦୁର ପୋଛି ନେଇଛି ତ ବୃଦ୍ଧ ବାପା ଠାରୁ ତାର ଗୋଟେ ବୋଲି ପୁଅକୁ ଛଡାଇ ନେଇଛି ମହାମାରୀ କୋରୋନା । ଏହା ଠାରୁ ଇ ଓଡିଶାର ସ୍ଥିତି ଶୋଚନୀୟ ହୋଇପଡିଥିଲା ୧୮୬୬ ମସିହା ଯେମିତି ଥିଲା ଓଡିଆ ଜାତି ପାଇଁ ଅଭିଶକ୍ତ ବର୍ଷ । ନଅଙ୍କ ଦୁର୍ଭିକ୍ଷରେ ଅନାହାର ହୋଇଯାଇଥିଲା ଏ ଓଡିଆ ଜାତି । ଓଡିଶାରେ ଗାଁ ଗହଳରେ ଭୋକିଲାରେ ଲୋକ ଦେଖାଯାଉଥିଲେ ।

ଭୋକ ବିକଳରେ କାଙ୍ଗାଳ ମଣିଷର ଆଉ ଗୋଟେ କାଙ୍ଗାଳକୁ ବିକଳ୍ପ ଦେଖାଇଥିଲା ୧୮୬୬ ମସିହା । ନା ଥିଲା ଫସଲ ନା ଥିଲା ପାଣି ସବୁଆଡେ ହାହାକାର ଶୁଭୁଥିଲା । ସ୍ଥିତି ଏମିତି ହୋଇଥିଲା ଗଛରେ ଗୋଟେ ପତ୍ର ବି ନ ଥିଲା । ଯାଜପୁରରେ ଜଣେ ମହିଳା ଶିଳପୁଆ ଧରି ଦୀର୍ଘ ସମୟ ଧରି ନିଜର ସ୍ତନକୁ ଛେଚି ଯାଉଥିଲା ଲହୁ ଲୁହାଣ ହେଲା ପରେ ବି ।

ଆତ୍ମହତ୍ୟାର ଏ ଅଭିନବ ତରିକା ବ୍ରିଟିଶ କେବେ ବି ଭାବି ନ ଥିଲେ । ଆଉ ବ୍ରିଟିଶ ସରକାର ଏହାର କାରଣ ପଛରେ ପହଞ୍ଚିଥିବା ପରେ ଏହା ଛାତି ଥରାଇ ଦେଇଥିଲା ସମସ୍ତଙ୍କର । କାରଣ ସେ ମାଟି ପ୍ରକୃତରେ ଆତ୍ମହତ୍ୟା କରୁ ନ ଥିଲା ବରଂ ସେ ନିଜ ସ୍ତନକୁ କ୍ଷୀର ଟୋପାଏ ଖୋଜୁଥିଲା ନିଜର ୬ ମାସର ଶିଶୁକୁ ବଞ୍ଚିବାକୁ ।

ଓଡିଶାରେ ଶବ ଶବ ବୋହି ମଣିଷର କାନ୍ଧ ଯନ୍ତ୍ରଣା ହେଉଥିଲା ତ ସାବା ବୋହି ନେଉଥିବା ମଣିଷଟି ଅଧ ଘଣ୍ଟା ପରେ ନିଜେ ଶବ ପାଲଟିଯାଇଥିଲା । ଏମିତି ବି ହୋଇଥିଲା ଘରର ପୁଅ ଘର ଲୋକଙ୍କ ଆହାର ପାଇଁ ବାଉଁଶ ବଣକୁ ବାଉଁଶ ପତ୍ର ପାଇଁ ଧାଇଁଥିଲା ସେଟବେଳେ ବାପା ପୁଅକୁ ଡାକି କହୁଥିଲା ବୋହୁ ନାତିଙ୍କ ପାଇଁ ବାଉନସ ପାତ୍ର ପାଇଁ ଯାଉଛୁ କି ?

ତା ଆଗରୁ ମୋତେ ଘୋଷାଡ଼ି ମସାଣି ଯାଏ ନେଇ ଯାଆ । ପୁରୁଣା ଜଗନ୍ନାଥ ସଡକର ଦୁଇ ପାଖରେ ମାଳ ମାଳ ଶବର ରୋଷଣୀ । ଭୋକିଲା ମଣିଷ ଆଉ କୂଢ କୂଢ ଶବ ଗନ୍ଧରେ ସତେ ଅବା ନର୍କେ ଭୂମି । କେବଳ ଚାରିଆଡେ ମୃତ୍ୟୁର ତାଣ୍ଡବ ହିଁ ଦେଖୁଥିଲା ଓଡିଆ ଜାତି । ଜନ୍ଦା ପିମ୍ପୁଡିଙ୍କ ପରି ଭିଡ ଲାଗିଥିଲା ପୁରୁଣା ଜଗନାଥ ମନ୍ଦିରରେ ।

କିନ୍ତୁ କିଛି ମାଗିବା ପାଇଁ ନୁହେଁ ବରଂ ଶେଷ ଦର୍ଶନ କରିବାକୁ । ମନ୍ଦିରର କାଠଗଡ ଖାଉଥିବ ଚାଉଳ କାଙ୍ଗାଳି ମାନଙ୍କୁ ଦାନ ହେବ ବୋଲି ବ୍ରିଟିଶ ମାନେ କହିଲେ । ଏହି କଥା ସୂନୀ ଜଣେ ବୁଢୀ ମା କହିଥିଲେ ମୁଁ ମାରିଲେ ମରିବି ମୋ ପରିବାର ମାରିଲେ ମରିବି କିନ୍ତୁ ମୋ କାଳିଆକୁ ଉପବାସ ରଖିବା କଥା କୁହନି ।

ସେହି ବୁଢୀ ସହ ସ୍ଵର ମିଳାଇ ଲକ୍ଷ ଲକ୍ଷ କାଙ୍ଗାଳି ମଣିଷ କହିଲେ ଯାଜ ତୁମେ ଆମେ ବଞ୍ଚିବା ମରିବା ଦାୟିତ୍ଵ କାଳିଆର ।ଏହା ଥିଲା ୧୮୬୬ ମସିହାର ଦୁର୍ଭିକ୍ଷ ସମୟର କରୁଣ କାହାଣୀ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *