19 ବର୍ଷ ଝିଅ ହୃଦୟ ଦେଇ ବସିଲେ 67 ବର୍ଷୀୟ ବୃଦ୍ଧଙ୍କୁ, ଘରୁ ଫେରାର ହୋଇ କରିନେଲେ ବିବାହ, ଆଉ ତା ପରେ… ସମ୍ପୁର୍ଣ୍ଣ ଘଟଣା ଜାଣି ଆପଙ୍କ ହୋସ ଉଡିଯିବ

ବୟସରେ ଆକାଶ ପାତାଳ ଫରକ ଥିବା ସତ୍ବେ ବି କେତେକ ମହିଳା ଓ ପୁରୁଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବିଷୟରେ ଆପଣ ଶୁଣିଥିବେ । ସାଧାରଣତଃ ଏହି ପ୍ରେମୀମାନଙ୍କ ବୟସରେ ୧୦ ରୁ ୨୦ ବର୍ଷର ପାର୍ଥକ୍ୟ ଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ ଯେଉଁଠି ଦୁଇ ପ୍ରେମୀଙ୍କ ମଧ୍ୟରେ ୪୮ ବର୍ଷର ଅନ୍ତର ଅଛି । ଯୁବତୀର ବୟସ ୧୯ ବର୍ଷ ଅଟେ ଯେତେବେଳେ କି ପୁରୁଷର ବୟସ ୬୭ ବର୍ଷ ଅଟେ ଅର୍ଥାତ ସେ ବୁଢା ହୋଇ ଗଲାଣି । ଏତିକି ନୁହେଁ ସେହି ବୟସ୍କ ବ୍ୟକ୍ତିର ୭ ଟି ସନ୍ତାନ ବି ଅଛି । କିନ୍ତୁ ଏହା ସତ୍ବେ ବି ୧୯ ବର୍ଷ ଯୁବତୀ ଓ ୬୭ ବର୍ଷର ବୟସ୍କ ବ୍ୟକ୍ତି ମଧ୍ୟରେ ପ୍ରେମ ହୋଇଗଲା ଓ ଦୁଇ ଜଣ ପ୍ରେମ ବିବାହ ବି କରି ନେଲେ ।

କିନ୍ତୁ ଏହି ବିବାହରେ ଦୁଇ ଜଣଙ୍କ ଘର ଲୋକ ଖୁସି ନ ନାହାନ୍ତି । ଏହା ପରେ ଦୁଇ ଜଣ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଦ୍ଵାରସ୍ଥ ହେଲେ ଓ କହିଲେ କି ତାଙ୍କର ଜୀବନକୁ ଭୟ ଅଛି । ଘର ଲୋକମାନେ ଏହି ବିବାହରେ ଖୁସି ନାହାନ୍ତି । ସେ ଆମ ଦୁଇ ଜଣଙ୍କୁ ମାରିବାକୁ ଚାହୁଁଛନ୍ତି । ସେଥିପାଇଁ ଆମକୁ ସୁରକ୍ଷା ପ୍ରଦାନ କରନ୍ତୁ । କହିଦେଉଛୁ କି ଏହି ୬୭ ବର୍ଷର ବୟସ୍କ ବ୍ୟକ୍ତି ଜଣକ ପଲୱଲ ଜିଲ୍ଲାର ହଥୀନ ଅଞ୍ଚଳର ହୁଂଚପୁରୀ ଗାଁର ନିବାସୀ ଅଟେ ଓ ଝିଅ ନୂଂହ ଜିଲ୍ଲାର ଏକ ଗ୍ରାମର ନିବାସୀ ଅଟେ ।

ଏହି ଯୋଡିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଲୋକମାନେ ବୁଝି ପାରୁ ନାହାନ୍ତି କି ବୟସ୍କ ବ୍ୟକ୍ତି ଜଣକ ନାତି ନାତୁଣୀ ବୟସର ଝିଅ ସହ ବିବାହ କାହିଁକି କରିଲା । ଏହା ଛଡା ଅନ୍ୟ ଏକ ବଡ କଥା ହେଉଛି କି ୧୯ ବର୍ଷର ସୁନ୍ଦର ମହିଳା ୬୭ ବର୍ଷର ବୟସ୍କ ବ୍ୟକ୍ତି ଠାରୁ କେମିତି ପଟି ଗଲା । ସେ ଏହି ବୟସ୍କ ବ୍ୟକ୍ତି ମଧ୍ୟରେ ଏମିତି କଣ ଦେଖିଲା କି ସେ ତାହା ସହ ବିବାହ କରିବା ପାଇଁ ଘରୁ ଫେରାର ହୋଇଗଲା । ୧୯ ବର୍ଷର ଝିଅ ପୂର୍ବରୁ ହିଁ ବିବାହିତ ଅଟେ ।

ପ୍ରଥମ ବିବାହରୁ ତାକୁ କୌଣସି ବି ସନ୍ତାନ ନାହିଁ । ଝିଅର ଘର ଲୋକମାନଙ୍କ ଗାଁରେ ଜମି ନେଇ ବିବାଦ ଚାଲୁ ଥିଲା । ଏମିତିରେ ୬୭ ବୟସ୍କ ବ୍ୟକ୍ତି ଜଣକ ଏହି ମାମଲାରେ ବାରମ୍ବାର ସେହି ଝିଅ ଘରକୁ ଯିବା ଆସିବା କରୁଥିଲା ଓ ଦୁଇ ଜଣଙ୍କ ମଧ୍ୟରେ ସବୁଦିନ ସାକ୍ଷାତ ହେଲା ଓ ପରେ ଏହା ପ୍ରେମରେ ପରିବର୍ତ୍ତନ ହୋଇଗଲା । ଦୁଇ ଜଣ ଘରୁ ଫେରାର ହୋଇ ବିବାହ କରି ନେଲେ । ସେହି ବୟସ୍କ ବ୍ୟକ୍ତିର କିଛି ବର୍ଷ ପୂର୍ବେ ହିଁ ପତ୍ନୀର ଦେହାନ୍ତ ହୋଇଛି । ତାହାର ୭ ଟି ସନ୍ତାନ ବି ଅଛି ।

ବର୍ତ୍ତମାନ ଏହି ବିବାହ ପରେ ଦୁଇ ଜଣ ଡରି ଯାଇଛନ୍ତି । ତାଙ୍କର କହିବା ଅଟେ କି ଘର ଲୋକମାନେ ଏହି ବିବାହରେ ଖୁସି ନାହାନ୍ତି । ସେ ତାଙ୍କର ଜୀବନର ଶତ୍ରୁ ହୋଇ ଯାଇଛନ୍ତି । ଦୁଇ ଜଣ ପଞ୍ଜାବ ଓ ହରିୟାଣା ହାଈକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି । ସେମାନେ ନିଜର ସୁରକ୍ଷା ମାଗୁଛନ୍ତି । କିନ୍ତୁ ବର୍ତ୍ତମାନ କୋର୍ଟ ପୋଲିସକୁ ଆଦେଶ ଦେଇଛନ୍ତି କି କେଉଁ ପରିସ୍ଥିତିରେ ଏମାନେ ବିବାହ କରିଲେ ଏହାର ଯାଞ୍ଚ କରାଯାଉ । ଏହା ପରେ ହିଁ କୋର୍ଟ କିଛି ନିଷ୍ପତି ନେବ ।

Leave a Reply

Your email address will not be published. Required fields are marked *