Special Report: 22 ନେତାଙ୍କୁ ପଛରେ ପକାଇ ପୁଣି ନମ୍ବର 1 Leader ହେଲେ PM MODI… ଦେଖନ୍ତୁ Top ଲିଷ୍ଟରେ ଅଛନ୍ତି କେଉଁ ସବୁ ଦେଶର ନେତା

ନମସ୍କାର ବନ୍ଧୁଗଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ଵର ଲୋକପ୍ରିୟ ନେତା ମାନଙ୍କ ତାଲିକାର ଶୀର୍ଷ ରେ ରହିଛନ୍ତି ଯାହା ସର୍ଭେ ରୁ ସୂଚନା ମିଳିଛି । ବିଶ୍ବର ଶୀର୍ଷ ନେତାଙ୍କୁ ନେଇ କରା ଯାଇଥିବାବ ଏକ ସର୍ଭେ ରେ ଏହା ପ୍ରକାଶ ପାଇଛି । ବିଶ୍ଵ ମାନ୍ୟତାରେ ନରେନ୍ଦ୍ର ମୋଦୀ ବିଶ୍ଵ ର ସବୁଠାରୁ ଲୋକପ୍ରିୟ । ମର୍ନିଙ୍ଗ କଂସଲ୍ଟ ସର୍ଭେ ଅନୁଯାୟୀ ଦୁନିଆର ସବୁଠାରୁ ଅଧିକ ୭୫ ପ୍ରତିଶତ ଲୋକ ଙ୍କ ପସନ୍ଦ ସହିତ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ଵ ମାନ୍ୟତାର ଶୀର୍ଷ ରେ ଅଛନ୍ତି । ୨୨ ନେତାଙ୍କ ମଧ୍ୟରେ ଶୀର୍ଷ ରେ ମୋଦୀ ଅଛନ୍ତି ।

ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପରେ ୬୩ ପ୍ରତିଶତ ରିୟାଗିଙ୍ଗ ସହ ମ୍ୟାକ୍ସିକୋ ର ରାଷ୍ଟ୍ରପତି ଆଣ୍ଡରେଜ ମାନୁଏଲ ଭ୍ଲୋପେଜ ଅବ୍ରୋଡ ଦ୍ଵିତୀୟରେ ଅଛନ୍ତି । ସେହିପରି ୫୪ ପ୍ରତିସର ରିୟାଗିଙ୍ଗ ସହ ତୃତୀୟ ସ୍ଥାନରେ ଅଛନ୍ତି ଇଟାଲୀ ର ପ୍ରଧାନମନ୍ତ୍ରୀ ମାରୀଓ ଡ୍ରାଗୀ ।

ଏଥି ସହ ୨୨ ବିଶ୍ଵ ନେତା ଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ୪୧ ପ୍ରତିଶତ ରିୟାଗିଙ୍ଗ ସହ ପଞ୍ଚମ ସ୍ଥାନରେ ଅଛନ୍ତି । ବାଇଡେନ ଙ୍କ ପରେ ୩୯ ପ୍ରତିଶତ ସହ ଷଷ୍ଠ ସ୍ଥାନରେ କାନାଡା ର ରାଷ୍ଟ୍ରପତି ଯଷ୍ଟିନ ଟୋଡୋ, ଜାପାନର ପ୍ରଧାନମନ୍ତ୍ରୀ ଫୁମୋ କିଶିଡା ୩୮ ପ୍ରତିଶତ ରିୟାଗିଙ୍ଗ ସହ ସପ୍ତମ ସ୍ଥାନରେ ଅଛନ୍ତି ।

ଏବେ ବି ସାରା ବିଶ୍ଵ ରେ ଜାରି ରହିଛି ମୋଦୀ ଙ୍କ ଲୋକପ୍ରିୟତା । ମର୍ନିଙ୍ଗ କଂସଲ୍ଟ ପଲିଟିକାଲ ଇଣ୍ଟିଲିଜେନ୍ସ ଅଷ୍ଟ୍ରେଲିଆ, ଅଷ୍ଟ୍ରିୟା, ବ୍ରାଜିଲ, ଜର୍ମାନୀ, ଭାରତ, ମେକ୍ସିକୋ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ସ୍ପେନ, ସ୍ଵିଡେନ ଓ ଯୁକ୍ତରାଷ୍ଟ୍ର ର ନେତାଙ୍କୁ ନେଇ ଏକ ସର୍ଭେ କରିଛି । ଏହା ପୂର୍ବରୁ ଜାନୁଆରୀ ୨୦୨୨ ଓ ନମ୍ବେମ୍ବର ୨୦୨୧ ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ଙ୍କ ତାଲିକାର ଶୀର୍ଷ ରେ ରହିଥିଲେ । ଏହି ସର୍ଭେ ଏଜେନ୍ସି ନିର୍ବାଚନ, ନିର୍ବାଚିତ ଅଧିକାରି ଓ ଭୋଟ ପ୍ରସଙ୍ଗରେ ରିୟଲ ଟାଇମ ମତଦାନ ମଧ୍ୟ ପ୍ରଦାନ କରିଥାଏ ।

ମର୍ନିଙ୍ଗ କଂସଲ୍ଟ ଦୈନିକ ୨୦ ହଜାର ରୁ ଅଧିକ ସାକ୍ଷାତକର ଆୟୋଜିତ କରିଥାଏ । ତଥାପି ଏହି ଏଜେନ୍ସି ସର୍ଭ ରେ ଏକରୁ ୪ ପ୍ରତିଶତ ବୃଦ୍ଧି ବା ହ୍ରାସ ହେବାର ସମ୍ଭାବନା ରହିଛି । ସର୍ଭେ ପାଇଁ ଆମେରିକାର ହାରାହାରି ୪୫ ହଜାର ଲୋକଙ୍କୁ ପ୍ରଶ୍ନ କରା ଯାଇଥିଲା । ସେହିପରି ଅନ୍ୟ ଦେଶରେ ମଧ୍ୟ ଲୋକ ସଂଖ୍ୟା ଆଧାର ରେ ଲୋକ ମାନଙ୍କୁ ପ୍ରଶ୍ନ କରା ଯାଇଥିଲା ।

ସମସ୍ତ ସାକ୍ଷାତକାର ଅନ ଲାଇନ ଜରିଆରେ ହୋଇଛି । ପ୍ରତେକ ଦେଶର ବୟସ, ଅଞ୍ଚଳ ଓ କେତେକ ଦେଶର ସରକାରୀ କଥା କୁ ଗୁରୁତ୍ଵ ଦିଆ ଅଯାଇଛି । ତେବେ ମୋଦୀ ଙ୍କୁ ନେଇ ଥମିବାର ନାଁ ନେଉ ନାହି ଚର୍ଚ୍ଚା । ବନ୍ଧୁଗଣ ଆପଣ ମାନଙ୍କର ନରେନ୍ଦ୍ର ମୋଦୀ ଙ୍କ ବିଷୟରେ କଣ ରହିଛି ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *