ଫୁସ୍ ଫୁସ୍ ରେ ଲାଗିଛି ପୋକ! କାଖ ତଳେ ନାହିଁ ମାଂସ, ଅଜଣା ରୋଗରେ କଷ୍ଟ ଭୋଗୁଛନ୍ତି Jitu… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପ୍ରବଳ ଯନ୍ତ୍ରଣା ହେଉଛି ମୋତେ କଷ୍ଟ ହେଉଛି । ଯାଇଥିଲି ପାଠ ପଢିବାକୁ କିନ୍ତୁ ମୋତେ ମାଡି ବସିଲା ଅଜଣା ରୋଗ ମୁଁ ଆଜ୍ଞା ବାପା ଛେଉଣ୍ଡ ପୁଅଟେ ଭଗବାନ ମୋତେ ଏମିତି କଷ୍ଟ କାହିଁକି ଦେଲେ ସତରେ ମୁଁ ଜାଣିପାରୁ ନାହି । ଏ ଦୃଶ୍ୟ ହେଉଛି ଜିତୁ ନାମକ ଯୁବକଙ୍କର ଯାହାଙ୍କର ଏମିତି ଜାଗାରେ ଯନ୍ତ୍ରଣା ହେଉଛି ଯେଉଁଠି ଦେଖାଇବା ଅସମ୍ଭବ । ଜିତୁଙ୍କର କାଖ ତଳେ ଯେମିତି ଚଖଣ୍ଡେ ଭିତରକୁ ଖାଇ ଯାଇଛି ଆଉ କାଖ ତଳେ ସଂପୂର୍ଣ୍ଣ ପୋକ ସାଲୁବାଲୁ ହୋଇ ରହିଛି । ମାଂସ ନାହି କାଖ ତଳେ ଏମିତିକି କାଖ ସନ୍ଧିରୁ ଦେଖା ଯାଉଛି ଫୁସଫୁସ ।

ଫୁସଫୁସରେ ଲାଗିଛି ଅନେକ ସାରା ପୋକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଗୁଲିବା ପଞ୍ଚାୟତ କାଲମା ଗାଁ ର ଏ ହେଉଛନ୍ତି ଜିତୁ ବୀର । ଗତ ବର୍ଷ ଜିତୁ ଦଶମ ପାସ କରିବା ପରେ ମେଘାଳୟର ସିଲମକୁ ଯାଇଥିଲେ ପଢିବାକୁ । ସେଠାକୁ ଯିବାର ୩ ମାସ ପରେ ଅଧିକ କାଶ ହେବ ସହ ଦେହ ଖରାପ ହୋଇଯାଇଥିଲା । ସେଠାରେ ପ୍ରିନସିପାଲ ତାଙ୍କୁ ମେଡିକାଲରେ ଆଡମିସନ କରି ବଡ ଭାଇ ଦିପୁ ବୀରଙ୍କୁ ଫୋନ କରି ଜଣାଇଥିଲେ ।

ସେଠାରେ ଦିପୁ ସରାକରୀ ମେଡିକାଲରେ ଚିକିତ୍ସା କରିଆବା ପରେ ଜିତୁଙ୍କର ଲଙ୍ଗସରେ ପାଣି ଜମି ଅନେକ ପୋକ ଜମିଥିବାର ଡାକ୍ତର କହିଲେ । ସେଠାରେ ତାଙ୍କର ମାଗଣାରେ ୪ ଥର ଅପରେସନ ହେଲା କିନ୍ତୁ ଅର୍ଥ ଅଭାବରୁ ନିଜ ଗାଁକୁ ଫେରି ଆସିଲେ । ଜିତୁଙ୍କର ବାରମ୍ବାର ଡ୍ରେସିଙ୍ଗ କରିବାକୁ ପଡୁଥିବାରୁ ତାଙ୍କ ବଡ ଭାଇ ଘର ଭଡା କରି ରହୁଛନ୍ତି । ଜିତୁଙ୍କର ସ୍ଥିତି ବାରମ୍ବାର ବିଗିଡିବା ପରେ ବ୍ରହ୍ମପୁର ରେ ହସପିଟାଲ ରେ ଦେଖାଇବା ପରେ ଡାକ୍ତର କହିଥିଲେ ସେଠାରେ ଚିକିତ୍ସା କରିବା ଅସମ୍ଭବ ଅଟେ ।

କୌଣସି ଭଲ ହସ୍ପିଟାଲ ରେ ଜିତୁଙ୍କର ଚିକିତ୍ସା ପାଇଁ ଡାକ୍ତର କହିଥିଲେ । ପୂର୍ବରୁ ଜିତୁଙ୍କର ଅପରେସନ କରିଥିବା ଡାକ୍ତର ଙ୍କୁ କନ୍ଟାକ୍ଟ କରିବା ପରେ ସେ ପୁଣି ଜିତୁଙ୍କୁ ମେଘାଳୟ ନେବାକୁ କହିଥିଲେ । ତେବେ ଆପଣ ମାନେ ବି ଭଲ କରି ଦେଖି ପାରିବେ ଏହି ଦୃଶ୍ୟକୁ । ଏହି ଦୃଶ୍ୟ ଭାରି ବିଚଳିତ କରିଦେବ ଭଳି ହୋଇଛି । ତେବେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ମେଘାଳୟ ଯାଇ ସେଠାରେ ଚିକିତ୍ସା କରିବା ସମ୍ଭବ ନୁହେଁ । ଆଉ ଏବେ ଜିତୁ ଏଭଳି ଶଯ୍ୟାଶାୟୀ ହୋଇ ରହିଛନ୍ତି ।

ଯେଉଁ ବୟସରେ ଜିତୁ ପାଠ ପଢି ଭବିଷ୍ୟତରେ କିଛି କରି ପରିବାର କଥା ବୁଝିବା କଥା ସେହି ବୟସରେ ଏବେ ରୋଗାଗ୍ରସ୍ତ ହୋଇ ପଡି ରହିଛନ୍ତି । ଆଉ ଅନ୍ୟ ପକ୍ଷ ରେ ଜିତୁଙ୍କ ପରିବାରର ସାହାଯ୍ୟର ଅପେକ୍ଷା ରେ ରହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *