ମୁଁ ଆଉ କେଉଁଠି ବିବାହ କରିବି ? ଟଙ୍କା ପାଇଁ ନୁହେଁ ମୋ ପୁଅକୁ ବାପର ପରିଚୟ.. ଦେଖନ୍ତୁ କଣ କହିଛନ୍ତି Dipika

ନମସ୍କାର ବନ୍ଧୁଗଣ, କେ ଦୀପିକା ଶେଷରେ ଦିନେଶ ଙ୍କୁ କହିଛନ୍ତି ଯଦି ଜଣଙ୍କ ସହ ଏତେ ବର୍ଷ ସମ୍ପର୍କ ରଖିବା ପରେ ଆଉ ପରିଚୟ ହେବା ପରେ ସେ ଏମିତି ମୋତେ ଧୋକା ଦେବେ ମୁଁ ଆଉ କଣ କରିପାରିବି ? ଲୋକ ମାନେ ଖାଲି ଦୀପିକାଙ୍କୁ ଦେଖୁଛନ୍ତି ଆଉ ମତ ଦେଇ ଚାଲି ଯାଇଛନ୍ତି । କିନ୍ତୁ ଦୀପିକା ଯେଉଁ ପରିସ୍ଥିତି ରେ ଅଛନ୍ତି ସେ କେବଳ କଷ୍ଟ ନିଜେ ଜାଣିଛନ୍ତି । ଦୀପିକା କଷ୍ଟ ଅନୁଭବ କରିବା ସହ ଅନୁତାପ ବି କରୁଛନ୍ତି । ରାତିର ଅନ୍ଧାରକ ପରି ଜୀବନ ବି ଅନ୍ଧାର ହୋଇ ଯାଇଛି ଦୀପିକାଙ୍କର । ଆଗ ଭଳି ଆଉ ଦୀପିକା ହସୁ ନାହି ।

ଟିକେ ଟିକେ କଥାରେ ରାଗୁଥିବା ଦୀପିକା ଆଜି ପୁରା ପରିବର୍ତ୍ତନ ହୋଇ ଯାଇଛନ୍ତି । ଦୀପିକାଙ୍କ ବାପା ଯିବା ପରେ ସେ ବଡ ପୁଅ ଭାବେ ମା ଓ ଭଉଣୀର କଥା ବୁଝୁଥିଲେ । ସେହି ସମୟରେ ଦିନେଶ ତାଙ୍କ ଜୀବନରେ ଆସିଥିଲେ । ଦୀପିକା ଭାବିଥିଲେ ଭଗବାନ ତାଙ୍କ ଦୁଖକୁ କମ କରିବାକୁ ଦିନେଶଙ୍କୁ ତାଙ୍କ ଜୀବନରେ ପଠାଇଛନ୍ତି ।

ଗୋଟେ ଝିଅର ବାପା, ଭାଇ ପରେ ତା ଜୀବନ ସାଥି ହିଁ ସାହାରା ହୋଇଥାଏ ବୋଲି ଦୀପିକା ମାନେ କରିଲେ । ଦିନେଶ ମଧ୍ୟ ଦୀପିକାଙ୍କୁ ସାହାରା ଦେଇଥିଲା । କାରଣ ଝିଅ ମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି ଠାରେ ଯେଉଁଠୁ ଭଲ ପାଇବା ପାଇଥାନ୍ତି ଆଉ ସମ୍ମାନ ପାଇଥାନ୍ତି ସେଠାରେ ନିଜ ଜୀବନ ବି ଦେଇ ଦେଇଥାନ୍ତି ।

ଦୀପିକା ବି ଠିକ ସେମିତି କରିଲେ ଦିନେଶଙ୍କା ଭଲ ପାଇବା ପାଇବା ପରେ ଦୀପିକା ସବୁ କିଛି ଭୁଲି ଯାଇଥିଲେ । ଦିନେଶଙ୍କ ଖୁସି ପାଇଁ ଦୀପିକାଙ୍କର ବଡ ସମ୍ପତି ଥିଲା ତାଙ୍କର ଇଜ୍ଜତ ତାହା ବି ଅଜାଡି ଦେଇଥିଲେ । କିନ୍ତୁ ଦୀପିକାଙ୍କ ମନରେ ଭୟ ଥିଲା ବିବାହ ପୂର୍ବରୁର ଏ ସବୁ କରିବା କଣ ଠିକ ହେବ ?

ଠିକ ସେହି ସମୟରେ ଦୀପିକାଙ୍କ ଆଖିରେ ଆଖି ମିଶାଇ ହାତ ଧରି ଦିନେଶ କହିଥିଲେ ମୁଁ ତୁମକୁ କେବେ ଛାଡିବି ନାହି, ଘର ଲୋକଙ୍କୁ କହି ତୁମ ଦୁଆରକୁ ବରଯାତ୍ରୀ ଧରି ମୁଁ ନିଶ୍ଚୟ ଆସିବି । ଦିନେଶଙ୍କର ଏହି କେତେ ପଦ କଥାରେ ଦୀପିକା ସେଦିନ ରାତିରେ ନିଜକୁ ସମର୍ପିତ କରି ଦେଇଥିଲେ । ହେଲେ ସତରେ ଦୀପିକା ଆଜି ଦିନେଶର ମିଠା କଥାରେ ଫସି ବରବାତ ହୋଇ ଯାଇଛନ୍ତି ।

ଦୀପିକା କଣ ଜାଣିଥିଲେ ସେଦିନ ରାତିରେ ଦିନେଶ ଯାହା କହିଲେ ସବୁ ମିଛ ବୋଲି । ଯେତେବେଳେ ଜାଣିଲି ସବୁ କିଛି ସରିଯାଇଛି ଦୀପିକାଙ୍କ ପାଖରେ । କେବଳ ଲୋକଙ୍କର ନିନ୍ଦା ଆଉ ଅପମାନ ଛାଡ ଏବେ ଆଉ କିଛି ନାହି ଦୀପିକାଙ୍କ ପାଖରେ ।

ଲୋକେ କହୁଛନ୍ତି ଟଙ୍କା ପାଇଁ ବସିଛି ଦୀପିକା ବଡଘରର ବୋହୂ ହେବ ପାଇଁ ଆଉ ଦିନେଶକୁ ଫସାଉଛି । କିନ୍ତୁ ପୁଅକୁ ଅହଡିକର ଦେବା ପାଇଁ ଟଙ୍କା ବଡ ନୁହେ ତା ବାପର ପରିଚୟ ବଡ । ଦୀପିକା ନ ଆସିଥିଲେ ଦିନେଶ କେବେ ଠାରୁ ବାହା ହୋଇସାରିଥାନ୍ତା ବୋଲି ଦୀପିକା ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *