ମୃତ୍ୟୁର 24 ଘଣ୍ଟା ପରେ ଆତ୍ମା କାହିଁକି ଫେରେ ନିଜ ଘରକୁ ? Garuda Purana

କୁହାଯାଏ କି ମୃତ୍ୟୁ ହୋଇ ସାରିଥିବା ଲୋକମାନେ ଯେତେବେଳେ ନିଜ ଶରୀର ଛାଡିକି ଆତ୍ମା ହୋଇ ଯାଇ ଥାନ୍ତି ଏହା ପରେ ସେମାନେ ଜମ ଲୋକ ସହ ଚାଲି ଯାଇ ଥାନ୍ତି କିନ୍ତୁ କିଛି ସମୟରେ ସେମାନେ ଫେରି ଆସିଥାନ୍ତି । ଆପଣ ମାନେ କଣ ଜାଣି ଛନ୍ତି ଏହା କଣ ପାଇଁ ହୁଏ । ଆଜ୍ଞା ହଁ ଆମେ ଜାଣିଛେ କି ଭଗବାନ ମୃଯୁଆ ପରେ ଜନ୍ମ ଓ ଜନ୍ମ ପରେ ମୃତ୍ୟୁ କୁ ବାରି ବାରି କରିକି ରଖିଛନ୍ତି । ଆପଣମାନେ ଏହା ଜାଣିଲେ ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଜନକ ଲାଗି ଥାଇ ପାରେ ।

କିନ୍ତୁ ଏହା ଦେଖିବା ପାଇଁ ସତ୍ୟ ଅଟେ ବୋଲି କୁହାଯାଇ ଥାଏ । ଆଜି ଆମେ କହିବା କି କଣ ପାଇଁ ମୃତ୍ୟୁ ପରେ ଶରୀର ପାଖକୁ ଓ ନିଜ ଲୋକଙ୍କ ପାଖକୁ ଆସିଥାଏ ଆତ୍ମା । ଆମ ମାନଙ୍କ କେହି ପରିଜନ ଯଦି ମୃତ୍ୟୁ ବରଣ କରି ଥାଏ । ତେବେ ସେ ଏହା ଆସା କରୀ ଥାଏ କି ସେ ବଞ୍ଚିଛି କିନ୍ତୁ କିଛି ଜମା ଦୁତ ମାନେ ତାକୁ ନେଇ ଯାଇ ଥାନ୍ତି ଓ ଏହା ପରେ ସେମାନେ ତାର ପାପ ପୂଣ୍ୟର ହିସାବ କରିଥାନ୍ତି ।

ଏହା ପରେ ସେମାନେ ତାଙ୍କୁ ଛାଡି ଦେଇ ଥାନ୍ତି ନିଜ ପରିଜନନକ ପାଖରେ । ଯେହେତୁ କିଛି ଲୋକମାନେ ନିଜର ଲୋକଙ୍କୁ ଦେଖିବା ମାତ୍ରେ ସେମାନେ କାନ୍ଦିବା ପାଇଁ ଆରମ୍ଭ କରି ଦିଅନ୍ତି । କିଛି ସମୟ ପାଇଁ ଆତ୍ମା ଶରୀର ରେ ପଶିବା ପାଇଁ ଚାହିଁ ଥାନ୍ତି କିନ୍ତୁ ସେମାନେ ପଶି ପାରି ନଥାନ୍ତି ।

କିଛି ସମୟ ପରେ ଦେହାନ୍ତ ର ଅନ୍ତିମ ସତ୍କାର ହୋଇ ଥାଏ । ଏହାର କିଛି ଦିନ ପରେ ମଧ୍ୟ ଆତ୍ମା ନିଜ ଲୋକଙ୍କ ଦୁଃଖ ଦେଖିକି ସେ ଯାଇ ପରି ନଥାଏ ଯେତେବେଳେ ସେ କଷ୍ଟ ଭୋଗୁ ଥାଏ ସେ ଚାଲିଯିବା ପାଇଁ ଚେଷ୍ଟା କରି ଥାଏ କିନ୍ତୁ ସେ ଯାଇ ପାରି ନଥାଏ କାରଣ ଯମ ଲୋକକୁ ଯିବା ପାଇଁ ତାର ଶକ୍ତି ନଥାଏ ସେ ଏତେ କମ୍ଜୋର ହୋଇ ଯାଇଥାଏ ।

ଯେତେଦିନ ଯାଏ ଆମେ ତାଙ୍କୁ ପିଣ୍ଡ ଦାନ ଦେଇ ଥାଉ ଏହା ସହ ତାଙ୍କ ଶକ୍ତି ମଧ୍ୟ ବଢିବବାରେ ଲାଗି ଥାଏ । କିଛି ଦିନ ପରେ ସେମାନଙ୍କ ଅଙ୍ଗ ମାନଙ୍କ ରେ ଶକ୍ତି ଆସିବା ଆରମ୍ଭ ହୋଇ ଯାଇଥାଏ । ଯେଉଁ ଦିନ 13 ଦିନ ଥାଏ ସେଇ ଦିନ ଦିଆ ଯାଇଥିବା ପିଣ୍ଡ କୁ ଖାଇବା ପରେ ଯମ ଦୁତ ମାନେ ପୁଣି ଆସିକି ତାକୁ ନେଇ ଯାଇ ଥାନ୍ତି ।

ଯଦି ଲୋକ ଜଣଙ୍କ ଭଲ କାମ କରି ଥାଏ ତେବେ ଯଦି ମୃତ୍ୟୁ ବ୍ଯକ୍ତିର ଲୋକମାନେ ଯଦି କାହା ଠାରୁ ଧାର କରି ଏହି 13 ର ପିଣ୍ଡ ଦାନ କରି ଥାନ୍ତି ଆତ୍ମା ଶାନ୍ତି ପାଇ ନଥାଏ । ଯଦି କେହି ବାଧ୍ୟ କରି ସେମାନଙ୍କୁ ଧାର କରଜ କରାଇ ଥାଏ ତେବେ ସେହି ବ୍ୟକ୍ତି ମାନେ ମଧ୍ୟ ପାପୀ ବୋଲି ପ୍ରମାଣିତ ହୋଇଥାନ୍ତି । କିଛି ଦିନ ପରେ ଆତ୍ମା ସ୍ଵର୍ଗ କିମ୍ବା ନର୍କ କୁ ଯାଇ ଥାଏ ଏହା ପରେ କିଛି ଦିନ ପରେ ସେ ନିନ୍ମ ଯୋନିରେ ଜନ୍ମ ନେଇଥାଏ ଓ ପାପ କର୍ମର ଫକ ପାଇଥାଏ ।

Leave a Reply

Your email address will not be published. Required fields are marked *