ଯେଉଁ ବ୍ୟକ୍ତିର ନିଜ ଲକ୍ଷ ବିଷୟରେ ଜ୍ଞାନ ନାହିଁ ସେ ଜୀବନରେ….. Ajira Nitibani

ଜଳ ହିଁ ଜୀବନ । ଏହା ହେଉଛି ଜୀବନର ପାଞ୍ଚ ତତ୍ଵବା ସଦୃଶ । ଯାହା ବିନା ମଣିଷ ବଞ୍ଚି ପାରିବ ନାହି । ମଣିଷ ଜୀବନରେ ଜଳର ବିଶେଷ ମହତ୍ଵ ରହିଛି । ଜଳ ବିନା କୌଣସି ମଣିଷ ବା ପଶୁପକ୍ଷୀ ବଞ୍ଚି ପାରିବେ ନାହି । ଜଳ ହେଉଛି ଗନ୍ତବ୍ୟର ଜ୍ଞାନ ଯାହା ଦ୍ଵାର ଅନେକ କଥା ଶିକ୍ଷା ଲାଭ ହୋଇଥାଏ । ଜଳ ନିଜର ଚେଷ୍ଟା ଦ୍ଵାରା ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥାଏ । ଜଳ ପର୍ବତ ପାହାଡ ଦେଇ ନିରନ୍ତ ବହି ଯାଇଥାଏ, ଗୋଟେ ନଦୀକୁ ଭରିଥାଏ ଜଳ ଓ ପ୍ରାଣିର ଶୋଷ ମେଣ୍ଟାଇଥାଏ ଜଳ ।

ମଣିଷ ଜଳକୁ ବାନ୍ଧି ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବାନ୍ଧି ନ ରହି ଆଗକୁ ବଢିବାରେ ଲାଗିଥାଏ । କାରଣ ଏହା ନିରନ୍ତର ବୋହିବାରେ ଲାଗିଥାଏ । ଜଳକୁ କେହି ରୋକୀ ପାରିବେ ନାହି । ଜଳ ବୋହିବା ସମୟରେ କେଉଁ ଠାରେ ଯାଇ ଧକ୍କା ହୋଇଥାଏ ତ ଆଉ କେଉଁ ଠାରେ ପଡିଥାଏ । ଯଦି କେଉଁ ମାର୍ଗ ମିଳୁ ନାହି ତେବେ ସେ ନିଜେ ମାର୍ଗ ଅନୁସରଣ କରିଥାଏ ।

ଯଦି କୌଣସି ଠାରେ ମାର୍ଗ ନ ଥାଏ ତେବେ ଜଳ ନିଜର ମାର୍ଗ ନିଜେ ତିଆରି କରିଥାଏ । ଶେଷରେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥାଏ ଜଳ । ଏପରି ଭାବେ ଭଗବାନ କୃଷ୍ଣ ଜଳର ମହତ୍ଵ ବିଷୟରେ ମତ ଦେଇଛନ୍ତି । ଶେଷରେ ଜଳ ସବୁ ବାଧା ବନ୍ଧନକୁ ବାନ୍ଧି ସମୁଦ୍ର ଭିତରେ ପ୍ରବେଶ କରିଥାଏ । ଏହିପରି ପ୍ରତେକ ମଣିଷ ହେବା ଉଚିତ ବୋଲି ଭଗବାନ କୃଷ୍ଣ କହିଛନ୍ତି ।

ମଣିଷ ଯେଉଁ ଠାରେ ଗଲେ ବି ସମସ୍ତଙ୍କର କଲ୍ୟାଣ କରିବା ଉଚିତ । ସମସ୍ତଙ୍କର ଭଲ ଚିନ୍ତା କରିଲେ ନିଜର ହିଁ ଭଲ ହୋଇଥାଏ ଏଥିରେ କୌଣସି ସନ୍ଦେହ ନାହି । ମଣିଷ ଜୀବନରେ କେତେ ବାଧା ଆସିବା କେଉଁଠି ଧୋକା ମଧ୍ୟ ମିଳିବ । ଏହା ପରେ ମଧ୍ୟ ମଣିଷ ନ ରୋକୀ ଆଗକୁ ଜୀବନରେ ବଢିବା ଉଚିତ । କେତେ ଦୁଖ କଷ୍ଟ ମଣିଷ ଜୀବନରେ ଆସିବ । ଏହାକୁ ଖାତିର ନ କରି ଆଗକୁ ବଢିବ ପାଇଁ ଚେଷ୍ଟା ଜାରି ରଖିବା ଉଚିତ । ଯଦି ମଣିଷ ଜୀବନରେ କୌଣସି ରାସ୍ତା ନାହି ତେବେ ଏହାର ସନ୍ଧାନ କରିବା ଉଚିତ ।

ଯଦି କୌଣସି ମାର୍ଗ ନ ଅଛି ତେବେ ଏକ ନୂଆ ମାର୍ଗ ତିଆରି କରିବା ପାଇଁ ଚେଷ୍ଟା କରିବା ଉଚିତ । ଯାହା ଦ୍ଵାରା ମଣିଷ ଜୀବନରେ ବଡ ସଫଳତା ପ୍ରାପ୍ତ କରି ପାରିବ । ନିଜର ଗନ୍ତବ୍ୟକୁ ଲକ୍ଷରେ ରଖି ଶେଷରେ ନିଜର ମୋକ୍ଷକୁ ପ୍ରାପ୍ତ କରି ପାରିବ ମଣିଷ । ଏପରି କରିବା ଦ୍ଵାରା ମଣିଷ ଯେତେ ବଡ ବାଧା ଆସିଲେ ମଧ୍ୟ ଏହାକୁ ପାର କରିବା ପାଇଁ ସକ୍ଷମ ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *