ନିଜର ପୁତ୍ର ଦୁର୍ଜ୍ୟଧନଙ୍କୁ ନଗ୍ନ କାହଙ୍କି ଦେଖିବାକୁ ଚାହୁଁ ଥିଲେ ମାତା ଗାନ୍ଧାରୀ? Mahabharat Facts

ମହାଭାରତର ସମସ୍ତ ଶକ୍ତିଶାଳୀ ମହିଳା ଓ ପ୍ରମୁଖ କିରଦାର ମଧ୍ୟରୁ ଜଣେ ଥିଲେ ମାତା ଗାନ୍ଧାରୀ । ମହାଭାରତରେ ଗାନ୍ଧାରୀଙ୍କ ଜୀବନ ସହ ଜଡିତ ଏମିତି ବହୁତ କିଛି କଥା ଉଲ୍ଲେଖ ହୋଇଛି ଯାହା ବିଷୟରେ ସାଧାରଣ ମନୁଷ୍ୟ ଜାଣି ନାହାନ୍ତି । ସେଥି ମଧ୍ୟରୁ ଗୋଟିଏ ହେଉଛି ମାତା ଗାନ୍ଧୀରୀଙ୍କ ନିଜ ପୁତ୍ରକୁ ନଗ୍ନ ଦେଖିବାର ଶର୍ତ । ଏହା ପଛରେ କଣ କାରଣ ଥିଲା ଏହା ବିଷୟରେ ଆଜି ଆମେ ଜାଣିବା ।

ମାତା ଗାନ୍ଧାରୀ ଭଗବାନ ଶିବଙ୍କ ପରମ ଭକ୍ତ ଥିଲେ । ଭଗବାନ ଶିବଙ୍କ କଠୋର ତପସ୍ୟା କରି ମାତା ଗାନ୍ଧାରୀ ଏହା ବରଦାନ ପାଇଥିଲେ କି ସେ ଯାହାକୁ ବି ନିଜ ଆଖିରୁ ପଟି ଖୋଲି ନଗ୍ନ ଅବସ୍ଥାରେ ଦେଖିବେ ତାର ଶରୀର ବଜ୍ର ହୋଇଯିବ । କହିବାକୁ ଗଲେ ଗାନ୍ଧାରୀ ସବୁବେଳେ ନିଜ ଆଖିରେ ପଟି ବାନ୍ଧି ରଖୁଥିଲେ ।

କିନ୍ତୁ ଯେତେବେଳେ ମହାଭାରତର ଯୁଧ୍ୟ ନିଜର ଅନ୍ତିମ ଚରଣରେ ପହଞ୍ଚି ଯାଇ ଥିଲା ତେବେ କୌରବଙ୍କ ୯୯ ପୁତ୍ର ମୃତ୍ୟୁକୁ ପ୍ରାପ୍ତ କରି ସାରିଥିଲେ । ତେବେ ସେହି ସମୟରେ ମାତା ଗାନ୍ଧାରୀ ନିଜ ପୁତ୍ର ଦୁର୍ଜ୍ୟଧନର ମୃତ୍ୟୁକୁ ନେଇ ଡରି ଗଲେ । ସେଥିପାଇଁ ସେ ଭୀମ ସହ ଦୁର୍ଜ୍ୟଧନକ ଯୁଧ୍ୟ ପୂର୍ବରୁ ଭଗବାନ ଶିବଙ୍କ ଠାରୁ ପ୍ରାପ୍ତ ବରଦାନ ଉପଯୋଗ କରି ନିଜର ପୁତ୍ରର ଶରୀରକୁ ବଜ୍ର ସମାନ କରିବାକୁ ଚାହିଁଲେ ।

ଏଥି ନିମନ୍ତେ ମାତା ଗାନ୍ଧାରୀ ପୁତ୍ର ଦୁର୍ଜ୍ୟଧନଙ୍କୁ ଆଦେଶ ଦେଲେ କି ସେ ଗଙ୍ଗାରେ ସ୍ନାନ କରି ନଗ୍ନ ଅବସ୍ଥାରେ ତାଙ୍କ ସାମ୍ନାକୁ ଆସନ୍ତୁ । ଏହା ମଧ୍ୟରେ ଶ୍ରୀ କୃଷ୍ଣଙ୍କ ଛଳ କାରଣରୁ ଦୁର୍ଜ୍ୟଧନ ନିଜର ଗୁପ୍ତଅଙ୍ଗକୁ ପତ୍ର ଦ୍ଵାରା ଘୋଡାଇ ଦେଇଥିଲେ । ଏହା ପରେ ଯେତେବେଳେ ଦୁର୍ଜ୍ୟଧନ ମାତା ଗାନ୍ଧାରୀଙ୍କ ସମ୍ମୁଖକୁ ଗଲେ ତେବେ ମାତା ଗାନ୍ଧାରୀ ତାଙ୍କ ଆଖିରୁ ପଟି ଖୋଲି ପୁତ୍ରକୁ ଦେଖିଲେ ।

କିନ୍ତୁ ଏହି ସମୟରେ ସେ ଏହା ବି ଦେଖିଲେ କି ଦୁର୍ଜ୍ୟଧନ ନିଜର ଜଙ୍ଘକୁ ପତ୍ର ଦ୍ଵାରା ଘୋଡାଇ ରଖିଛନ୍ତି । ଏମିତିରେ ଦୁର୍ଜ୍ୟଧନଙ୍କ ଶରୀରର ତ ବଜ୍ର ସମାନ ହୋଇଗଲା କିନ୍ତୁ ତାଙ୍କର ଜଙ୍ଘ ଓ ଗୁପ୍ତ ଅଙ୍ଗ ବଜ୍ର ସମାନ ହୋଇ ପାରିଲା ନାହିଁ । ଶେଷରେ ଦୁର୍ଜ୍ୟଧନ ଓ ଭୀମ ମଧ୍ୟରେ ଯୁଧ୍ୟ ହେଲା । ଯୁଧ୍ୟ ସମୟରେ ଭୀମ ଦ୍ଵାରା ଦୁର୍ଜ୍ୟଧନଙ୍କ ଜଙ୍ଘରେ ପ୍ରହାର କରିବା କାରଣରୁ ହିଁ ଦୁର୍ଜ୍ୟଧନର ମୃତ୍ୟୁ ହୋଇଗଲା ।

ଭୀମ ପୁରା ଶରୀର ଛାଡି ଦୁର୍ଜ୍ୟଧନର ଜଙ୍ଘ ଉପରେ ହିଁ କାହିଁକି ପ୍ରହାର କରିଥିଲେ ଏହା ପଛରେ ବି ଏକ କାରଣ ଅଛି । ଯାହାକି ଦ୍ରୌପଦୀ ସହ ଜଡିତ । ଯେତେବେଳେ ଦୁର୍ଜ୍ୟଧନ ସଭା ମଝିରେ ଦ୍ରୌପଦୀଙ୍କ ଅପମାନ କରିଥିଲା ତେବେ ସେହି ସମୟରେ ଭୀମ ଶପଥ ନେଇଥିଲେ କି ସେ ଦୁର୍ଜ୍ୟଧନର ଜଙ୍ଘ ଉପରେ ପ୍ରହାର କରି ତାର ବଧ କରିବ । ସେହି କାରଣରୁ ଭୀମ ଦୁର୍ଜ୍ୟଧନର ଜଙ୍ଘ ଉପରେ ହିଁ ପ୍ରହାର କରିଥିଲେ । ଗାନ୍ଧାରୀ ନିଜର ଶକ୍ତିକୁ ଉପଯୋଗ କରି ବି ନିଜର ଶେଷ ପୁତ୍ର ଦୁର୍ଜ୍ୟଧନଙ୍କୁ ବଞ୍ଚାଇ ପାରିଲେ ନାହିଁ ।

Leave a Reply

Your email address will not be published. Required fields are marked *