ଗାଁ ଲୋକଙ୍କ ଉପରେ ଚନ୍ଦ୍ରନାଗ(Cobra)ର ଭୟଙ୍କର ହମଲା, ଦେଖନ୍ତୁ ଭୟାନକ ଦୃଶ୍ୟ

ଓଡିଶାର ଆଖଣ୍ଡଳମଣି ପୀଠର ଏକ ଗ୍ରାମରେ ଏକ କୋବ୍ରା ସାପ ଦେଖିବାକୁ ମିଳିଛି । ଘର ଲୋକମାନେ ଜାଣି ବି ନ ଥିଲେ କି ଏହିଭଳି ସ୍ଥାନରେ ସାପ ଅଛି । ଏହା ଏକ କୋବ୍ରା ସାପ ଥିଲା । ଯାହାକି ଗୋବର ଘଷି ମଧ୍ୟରେ ଲୁଚି ରହିଥିଲା । ଘର ଲୋକମାନେ ସାପti ଯେଉଁ ଘର ଭିତରେ ଥିଲା ସେହି ଘରକୁ ବନ୍ଦ କରି ରଖି ଥିଲେ । ସେମାନେ ସ୍ନେକ ହେଲ୍ପ ଲାଇନକୁ ଫୋନ କଇ ଅଧିକାରୀମାନଙ୍କୁ ଏହି ସାପ ବିଷୟରେ କହିଥିଲେ ।

ଅଧିକାରୀମାନେ ଆସି ପ୍ରଥମେ ସେହି ଘରକୁ ଖୋଲି ଗୋବର ଘଷି ଗୁଡିକି ସାଇଟ କରିଲେ ଓ ହିଁ ସାପଟି ନଜର ଆସିଲା । କିନ୍ତୁ ଗୋବର ଘଷି ଗୁଡିକ ଅନେକ ଥିବା କାରଣରୁ ସାପଟି ବାରମ୍ବାର ଗୋବର ଘଷି ଭିତରକୁ ଚାଲି ଯାଉ ଥିଲା । ସାପକୁ ବାହାର କରୁଥିବା ସମୟରେ ସାପଟି ବାରମ୍ବାର ଚୋଟ ମାରିବା ପ୍ରସ୍ତୁତ ରହୁଥିଲା ।

ଏହାରି ମଧ୍ୟରେ ଯେତେବେଳେ ଅଧିକାରୀ ସାପର ଲାଞ୍ଜକୁ ଧରି ତାକୁ ବାହାରକୁ ଆଣିବାକୁ ଚେଷ୍ଟା କରିଲେ । କିନ୍ତୁ ସାପକୁ ବାହାର କରିବା ସମୟରେ ବହୁତ ସମୟ ଓ କଷ୍ଟ କରିବାକୁ ପଡିଲା । ସେ ସାପର ଲାଞ୍ଜକୁ ଧରି ବାହାର କରୁଥିଲେ ତେବେ ଅଚାନକ ସାପ ବୁଲି ପଡି ସେହି ଅଧିକାରୀକୁ ଚୋଟ ମାରିବା ପାଇଁ ଚାଲି ଆସିଲା । ଅଧିକାରୀ ଜଣକ ବୁଦ୍ଧିମତାର ସହ ନିଜକୁ ବଞ୍ଚାଇ ନେଲେ ।

ଏହି ସାପକୁ ଦେଖିବା ପାଇଁ ଗାଁ ଲୋକମାନଙ୍କ ଭିଡ ମଧ୍ୟ ସେହି ସ୍ଥାନରେ ଲାଗି ଯାଇ ଥିଲା । ସାପ ଏତେ ଭିଡକୁ ଦେଖି ବାରମ୍ବାର ଚୋଟ ମାରିବା ପାଇଁ ଚେଷ୍ଟା କରୁଥିଲା । କିନ୍ତୁ ଅଧିକାରୀ ସାପର ଲାଞ୍ଚକୁ ଧରିଥିବା କାରଣରୁ ସାପ ଯାଇ ପାରୁ ନ ଥିଲା ଓ ସେହି ସ୍ଥାନରେ ଫଣା ଟେକି ଫୁଙ୍କାର ମାରୁଥିଲା । କହିବାକୁ ଏହି ମୋନୋକ୍ଲଡ ସାପ ବହୁତ ଚଞ୍ଚଲ ହୋଇଥାନ୍ତି । ମଣିଷକୁ ଦେଖିବା ମାତ୍ରେ ହିଁ ଏମାନେ ଚୋଟ ମାରିବାକୁ ଚାଲି ଆସନ୍ତି । ଏମାନେ ଥଣ୍ଡା ଜିନିଷକୁ ଅଧିକ ପସନ୍ଦ କରନ୍ତି ।

ଏମାନେ ଘର ରହିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନଦୀ ଆଖପାଖରେ ରହିବାକୁ ପସନ୍ଦ କରନ୍ତି । ଯେମିତି କିଙ୍ଗ କୋବ୍ରାର ସବୁ ଲକ୍ଷଣ ଏହି ମୋନୋକ୍ଲଡ କୋବ୍ରା ସାପର ବି ଲକ୍ଷଣ ସମାନ ଅଟେ । ସବୁଠୁ ବଡ କଥା ହେଉଛି କି ଏମାନେ ଚୋଟ ମାରିବା ପୂର୍ବରୁ ବିଷ ଛାଡି ଦେବେ ।

ଯାହାକି ଅତି ଭୟଙ୍କର ଅଟେ । କିନ୍ତୁ ଚୋଟ ମାରିବା ପୂର୍ବରୁ ଏମାନେ ବିଷ ଛାଡି ଦିଅନ୍ତି ସେଥିପାଇଁ ଏମାନଙ୍କ ବିଷ ନଷ୍ଟ ହୋଇଯାଏ ଓ ମଣିଷ ବଞ୍ଚିଯାଏ । ଯଦି ଏହାର ବିଷ ଶରୀର ଭିତରକୁ ଚାଲିଯିବ ତେବେ ଏହା ବହୁତ ହିଁ ଭୟଙ୍କର ହୋଇଥାଏ ।

Leave a Reply

Your email address will not be published. Required fields are marked *