29 ଡିସେମ୍ବର 2018 ଶନିବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଆଜି ଆପଣ ନିଜକୁ କୌଣସି ପରିବାରର କାର୍ଯ୍ୟ ବ୍ୟସ୍ତ ରଖିବେ । ଏହି କାର୍ଯ୍ୟର ଆୟୋଜନ କରିବାରେ ଆପଣଙ୍କୁ ଆନନ୍ଦ ମିଳିବ । ଏହି କାର୍ଯ୍ୟ ଦ୍ୱାରା ଆପଣ ଓ ଆପଣଙ୍କ ପରିବାରର ଲୋକ ବହୁତ ଖୁସି ହେବେ । ଆପଣ ଏହି କାର୍ଯ୍ୟ ପାଇଁ ବହୁତ ବ୍ୟସ୍ତ ରହିବେ । ଆଜି ଆପଣ ନିଜ ଘରୋଇ ଜୀବନ ପ୍ରତି ସନ୍ତୁଷ୍ଟ ରହିବେ । ବହୁତ ସମୟରୁ ଆପଣ ନିଜର ଘରୋଇ ଜୀବନ ବିଷୟରେ ଭାବୁ ନଥିଲେ । କେତେ ସମୟ ବିତିଗଲା ଯୋଉଁଥିପାଇଁ ଆପଣ ଏହା ଅନୁଭବ କରିପାରିବେ ନାହିଁ ଯେ ଆପଣଙ୍କର ଘରୋଇ ଜୀବନଟି କେତେ ମହତ୍ତ୍ୱପୂର୍ଣ୍ଣ । ଆଜି ଆପଣଙ୍କୁ ଜମି, ବାସଗୃହ ଆଦିର କାଗଜପତ୍ର ବିଷୟ ଉପରେ ସାବଧାନ ରହିବାକୁ ହେବ । ପରିଜନମାନଙ୍କ ସହିତ ବିନା କାରଣରେ ଚିନ୍ତା ବଢ଼ିପାରେ । ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ,ପ୍ରତିକାର:- କଳା ପିମ୍ପୁଡ଼ି ଓ ଜନ୍ଦା ଗାତ ପାଖରେ ଗୁଡ଼ ରଖନ୍ତୁ ।

ବୃଷ

ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବା ଉଚ଼ିତ୍ । ଏହା ହୁଏତ ଛୋଟ ଛୋଟ କଥା ହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ । ମନେ ଅଛି କି ଆପଣ ନିଜର ଘରର ଆଖପାଖରେ କିଛି ପରିବର୍ତ୍ତନ କରିବା ପାଇଁ ଭାବିଥିଲେ । ଘରେ ସାନ୍ତି ବାତାବରଣ ଅଛିକି ସେଥିପାଇଁ ଆରାମରେ ଯେକୌଣସି ପରିବର୍ତ୍ତନ କରି ପାରିବେ । ଆଜି ଆପଣଙ୍କ ଦିନ ଲାଭକାରୀ ହେବ । ବ୍ୟବସାୟରେ ଲାଭ ହେବ । ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳ ହେବେ । ଯଶ-କୀର୍ତ୍ତି ପ୍ରାପ୍ତ ହେବ । ଆପଣଙ୍କ ଆୟ ଏବଂ ବ୍ୟାପାରରେ ବୃଦ୍ଧି ହେବ,ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ମିଥୁନି

Loading...

ସଂଦ୍ଧ୍ୟାରେ ଆପଣଙ୍କର କୌଣସି ମାନସିକ ସମାରୋହକୁ ଯିବାର ସଙ୍କେତ ଅଛି । ଆପଣ କାହାରି ଭୋଜିରେ ମଧ୍ୟ ଯାଇ ପାରନ୍ତି କିମ୍ବା ବନ୍ଧୁଙ୍କ ଘରେ ହେଉଥିବା ସମାରୋହରେ ଭାଗନେଇ ପାରନ୍ତି । ଯାହା ବି ହେଉନା କାହିଁକି ଆଜି ଦିନ ଖୁବ୍ ଭଲ । ଆଜି ଆପଣଙ୍କର ପ୍ରସିଦ୍ଧିରେ ଯାହା ଜାରୀରହିବ , ଆଗାମୀ ଦିନରେ ଆପଣଙ୍କୁ ମଉଜ ମସ୍ତି କରିବାର ସୁଯୋଗ ମିଳିବ । ସବୁ କିଛି ଆପଣଙ୍କର ଆପ୍ରାଣ ଉଦ୍ୟମର ଫଳ । ଆଜି ଆପଣଙ୍କ ପାଖରେ ଘର ଏବଂ କାର୍ଯ୍ୟସ୍ଥଳରେ ଉତ୍ତମ ବାତାବରଣ ରହିବାରୁ ଅଧିକ ପ୍ରସନ୍ନତା ମିଳିବ । ଆଜି ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ । ମାନସିକ ରୂପରେ ଆପଣ ଅସୁସ୍ଥତା ଅନୁଭବ କରିପାରନ୍ତି,ପ୍ରତିକାର:-ଭିକାରିଙ୍କୁ ଅନ୍ନଦାନ କରନ୍ତୁ ।

କର୍କଟ

ଆଜି ଆପଣଙ୍କ ଘରେ ଖୁସିର ପରିବେଶ ରହିବେ । ଆଜି ଆପଣ ଏବଂ ଆପଣଙ୍କ ଘରଲୋକେ ମଉଜ ମଜଲିସରେ ମଜ୍ଜି ରହିବେ । ବିଦେଶରୁ ମଧ୍ୟ ଆପଣଙ୍କ ଆତ୍ମୀୟ ସଜ୍ଜନ ଆସି ପାରନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି । ଆଜି ଆକସ୍ମିକ ଖର୍ଚ୍ଚ ହେବାର ଆଶଂକା ଅଛି । ଭବିଷ୍ୟତର ଯୋଜନାକୁ ନେଇକରି ମନ କିଛି ଚିନ୍ତା ରହିପାରେ, କିନ୍ତୁ ମଧ୍ୟାହ୍ନ ପରେ ଘରେ ସୁଖ-ଶାନ୍ତିର ବାତାବରଣ ବନିବ,ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ ।

ସିଂହ

ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରେ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଭ୍ରମଣ ପାଇଁ ଆଜି ଦିନଟି ଶୁଭ । ବନ୍ଧୁ ସମ୍ପର୍କିୟ କିମ୍ବା ଅଫିସକାମରେ ବାହାରକୁ ଯାଇପାରନ୍ତି । ଭ୍ରମଣ ବେଳେ ନୂଆ ଦର୍ଶନ ସ୍ଥାନ ପରିଦର୍ଶନ କରିବେ ଏବଂ ବାର୍ତ୍ତାଳାପ ଉପଭୋଗ କରିବେ । ଏହି ଭଲ ସମୟରେ କୌଣସି ବାଧା ବିଘ୍ନ ଆସିବ ନାହିଁ । ଘରର ବାତାବରଣ ଆନନ୍ଦଦାୟୀ ରହିବ । ଆର୍ଥିକ ଲାଭ ସହିତ ବ୍ୟବସାୟରେ ସନ୍ତୋଷ ଅନୁଭବ କରିବେ । ସାମାଜିକ ଦୃଷ୍ଟିରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ । ନୂତନ ବସ୍ତ୍ରାଭୂଷଣ ପ୍ରାପ୍ତ ହେବ,ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା

ଆଜି ଆପଣ ସଫଳତାର ମୁକୁଟ ପିନ୍ଧିବେ ,ଏହି ସଫଳତାର ଅସଲ ହକଦାର ଆପଣ, କାରଣ ଏହି ସଫଳତା ପାଇବା ପାଇଁ ଆପଣ ଅପ୍ରାଣ ଉଦ୍ୟମ କରିଛନ୍ତି । ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ । ଭବିଷ୍ୟତର ଯୋଜନା କରିବା ପାଇଁ ଏହି ସମୟ ଉପଯୁକ୍ତ । ଆପଣଙ୍କ ମଧ୍ୟରୁ ଯେଉଁ ଲୋକମାନେ ଖରାପ ପରିସ୍ଥିତିର ସାମ୍ନାକରୁଛନ୍ତି, ସେମାନେ ନିଜର ରଣନୀତିରେ ପରିବର୍ତ୍ତନ ଆଣିବା ଉଚ଼ିତ୍ । ଏହା ଦ୍ୱାରା ଆପଣ ସହଜରେ ଲକ୍ଷ ପ୍ରାପ୍ତି କରିପାରିବେ । ମିତ୍ରମାନଙ୍କ ସହିତ ଆନନ୍ଦର ସମୟ ବିତାଇବେ । ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ । ପରିଜନମାନଙ୍କ ସହିତ ମତଭେଦ ହେବାରେ ମନରେ ଅସୁବିଧା ହୋଇପାରେ,ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

ତୁଳା

ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଜଣେ ଛାତ୍ର ତାହେଲେ ଆଜି ପଢ଼ା କ୍ଷେତ୍ରରେ ଆପଣ ଆଗରେ ରହିବେ । ଆପଣଙ୍କୁ କୌଣସି ନୂଆ ଜାଗାରେ କିମ୍ବା ନୂଆ ପ୍ରଣାଳୀରେ ପଢ଼ିବା ପାଇଁ ସୁଯୋଗ ମିଳିପାରେ । ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି । ଣୟ-ପ୍ରସଂଗ ପାଇଁ ଆଜିର ଦିନ ଅନୁକୂଳ ଅଟେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ । ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ । ପ୍ରତିକାର:- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ ।

ବିଛା

ଆପଣ ଆଶାକରିଥିବା ଛୋଟ ଧରଣର ଯାତ୍ରାପାଇଁ ଆପଣ କୁଆଡେ ଯାଇପାରନ୍ତି । ଏହିଭଳି ଭଲ ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ନିଜର କାର୍ଯ୍ୟ ଜନିତ ହେଉ କିମ୍ବା ବ୍ୟକ୍ତିଗତ ସୁଖ ପାଇଁ ହେଉ ଏହିଯାତ୍ରା ପଛରେ କିଛି ମହତ୍ତ୍ୱ ରହିଛି ।  ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ । ପରିବାରର ଲୋକମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ । ମଧ୍ୟାହ୍ନ ପରେ କୌଣସି କାର୍ଯ୍ୟରେ ବିନା ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ ନାହିଁ । ନିଜ ସମ୍ପର୍କୀୟମାନଙ୍କଠାରୁ ଲାଭ ହେବ । ମିତ୍ର ତଥା ସ୍ଵଜନମାନଙ୍କୁ ସାକ୍ଷାତ କରିବେ । ଆକସ୍ମିକ ଖର୍ଚ୍ଚ ମାମଲାରେ ସାବଧାନ ରୁହନ୍ତୁ । ଶାରୀରିକ ଏବଂ ମାନସିକ ଅସୁସ୍ଥତା କାରଣରୁ ମିତ୍ରମାନଙ୍କ ସାଥିରେ ଉଗ୍ର ଚର୍ଚ୍ଚା କିମ୍ବା ଝଗଡ଼ା ନ ହେଉ, ଏହାର ମଧ୍ୟ ଧ୍ୟାନ ରଖିବେ,ପ୍ରତିକାର:- ଗୁଡ଼ ଓ ଗହମ ପିଲାଙ୍କୁ ବାଣ୍ଟନ୍ତୁ ।

ଧନୁ

ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ଥି ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ ।  ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ । ତେଣୁ ଇମେଲ ଲେଖନ୍ତୁ । ଆପଣ ହଠାତ୍ ଏମିତି ଜଣେ ବ୍ୟକ୍ତି ସହ ଦେଖାହୋଇପାରନ୍ତି ଯିଏ ଆପଣଙ୍କୁ ବ୍ୟବସାୟିକ କିମ୍ବା ଆପଣଙ୍କର ଜୀବନ ସମ୍ବନ୍ଧୀୟ ଉପଦେଶ ଦେବେ । ନିଜର ଗୁରୁଜନମାନଙ୍କ ପାଖରୁ ଉପଦେଶ ନିଅନ୍ତୁ କାରଣ ସେମାନଙ୍କ ଅନୁଭବ ଆପଣଙ୍କୁ ବହୁତ ଲାଭବାନ କରାଇବ । ଆଜି ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ । ଆପଣଙ୍କ ବୈଚାରିକ ସମୃଦ୍ଧି ଅନ୍ୟ ଲୋମାନଙ୍କୁ ପ୍ରଭାବିତ କରିପାରିବ । ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନ ଲାଭଦାୟୀ ହେବ,ପ୍ରତିକାର:- କଳା ପିମ୍ପୁଡ଼ି ଗାତ ପାଖରେ ଗୁଡ଼ ରଖନ୍ତୁ ।

ମକର

ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ । ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ । ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି । ପରିବାରର ଲୋକମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ । ମଧ୍ୟାହ୍ନ ପରେ କୌଣସି କାର୍ଯ୍ୟରେ ବିନା ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ ନାହିଁ । ନିଜ ସମ୍ପର୍କୀୟମାନଙ୍କଠାରୁ ଲାଭ ହେବ । ମିତ୍ର ତଥା ସ୍ଵଜନମାନଙ୍କୁ ସାକ୍ଷାତ କରିବେ,ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

କୁମ୍ଭ

ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ । କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ । ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଦିନ ଶୁଭ ଅଟେ । ମିତ୍ର ଏବଂ ସ୍ଵଜନମାନଙ୍କର ଭେଟ ହେବ । ପ୍ରିୟଜନମାନଙ୍କଠାରୁ ସୁଖ ଏବଂ ଆନନ୍ଦପ୍ରାପ୍ତି ହେବ । ପର୍ଯ୍ୟଟନ ପାଇଁ ମିତ୍ର ତଥା ପରିଜନମାନଙ୍କ ସହିତ ଯୋଜନା ବନି ପାରିବ । ମନରେ ପ୍ରସନ୍ନତା ରହିବ,ପ୍ରତିକାର:- ବିଧବାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

ମୀନ

ଆଜି ଆପଣ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟଟି ପୁରଣ ନକରିପାରନ୍ତି ସେଥି ପାଇଁ ସଚ଼େତନ ହେବା ଆବଶ୍ୟକ । ଯଦି ଆପଣ କୌଣସି ଚ଼ାକିରୀ କିମ୍ବା ଛାତ୍ରବୃତ୍ତି ପାଇଁ ଆବେଦନ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ । ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ । ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଆପଣଙ୍କୁ କ୍ଷତି ହୋଇପାରେ । ଦୁର୍ଘଟଣାରୁ ସାବଧାନ ରୁହନ୍ତୁ । ଖର୍ଚ୍ଚ ଅଧିକ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ସହିତ ଉଗ୍ର ବିବାଦ ହେବାର ଆଶଂକା ଅଛି, କିନ୍ତୁ ଆପଣ ଏହାକୁ ଟାଳିବାକୁ ଚେଷ୍ଟା କରିବେ,ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *