ଏହି 3 ବର୍ଷର ପିଲା କହୁଛି ପୁନର୍ଜନ୍ମର କଥା… ଯାହା କହୁଛି ଶୁଣି ଆପଣଙ୍କ ହୋସ ଉଡିଯିବ!

ବନ୍ଧୁଗଣ ପୁନର୍ଜନ୍ମ ଅନ୍ଧ ବିଶ୍ବାସର ଦିଗହୀନ ଦିଗବଳୟ ଯାହାକୁ ନା ବିଜ୍ଞାନ ଗ୍ରହଣ କରିଛି ନା ବିଦ୍ଵାନ । କିନ୍ତୁ ସମାଜରେ ରହିଛି ଏମିତି ଘଟଣା ଯାହା ଆକସ୍ମିକ ଭାବେ ଆଖି ଆଗକୁ ଚାଲି ଆସିଲେ ରମ ଟାଙ୍କୁରି ଉଠେ । ସ୍ଵପ୍ନ ଭଳି ଲାଗୁଥିବା ଏଭଳି ଘଟଣା ବେଳେବେଳେ ସତ ପରି ଲାଗେ । ଏମିତି ଏକ ପୁନର୍ଜନ୍ମ ଘଟାନ ରାଜସ୍ଥାନ ରେ ଘଟିଛି । ୩ ବର୍ଷର ନାବାଳକ କହୁଛି ସ ଦିନର ଶେଷ କାହାଣୀ । ୨୫ ବର୍ଷ ଯୁବକଙ୍କ ମୃତ୍ୟୁ ଘଟଣା ବଖାଣୁଛି ୩ ବର୍ଷର ନାବାଳକ । ମୋହିତ ନାମକ ନାବାଳକ କହୁଛି ମୃତ୍ୟୁର ତାଣ୍ଡବ ।

ଜନ୍ମ ହେବା ଦିନୁ ଯେବେ ଟ୍ରାକ୍ଟର ଶବ୍ଦ ଶୁଣେ କାନ୍ଦିଥାଏ ମୋହୀତ । ଟ୍ରାକ୍ଟର ସାଉଣ୍ଡ ଶୁଣିଲେ କାହିଁଙ୍କି କାନ୍ଦି ଉଠେ ପରିବାର ଲୋକେ ମଧ୍ୟ ଜାଣି ପାରନ୍ତି ନାହି । କିନ୍ତୁ ଯେବେ ମୋହିତ କଥା କହିବା ଆରମ୍ଭ କରିଲା ସେବେ କହିଲା ପୁନର୍ଜନ୍ମ ର ଘଟଣା । ପ୍ରଥମେ ମୋହିତ ଙ୍କ ଏହି କଥାକୁ ବିଶ୍ଵାସ କରୁ ନ ଥିଲେ ପରିବାର ଲୋକେ ।

ପରେ ମୋହିତ କହୁଥିବା ମୃତ ବ୍ଯକ୍ତିର ପରିବାର ସହ ସାକ୍ଷାତ କରିଥିଲେ ମୋହିତଙ୍କ ପରିବାର ଲୋକେ । ଏହା ପରେ ମୃତ ତୋରଣର ଘଟଣା ଓ ମୋହିତ କହୁଥିବା ଘଟଣା ଭିତରେ ତିଳେ ମାତ୍ର ସନ୍ଦେହ ରହି ନ ଥିଲା । ଯାହା ଅଧିକ ରୋଚକ ସ୍ଥିତି ସୃଷ୍ଟି କରିଥିଲା । ମୋହିତ ଙ୍କ ପିତାଙ୍କ କହିବା ଅନୁଯାୟୀ ଜନ୍ମ ବେଳୁ ମୋହିତ ଟ୍ରାକ୍ଟର ଶବ୍ଦ ଶୁଣିଲେ ଭୟ କରିବା ସହ କାନ୍ଦି ଉଠେ ।

ଯେବେ କଥା କହିବା ଆରମ୍ଭ କରିଲା ସେବେ ତାର ନାମ ତ୍ଵରଣ ବୋଲି କହିଥିଲା ମୋହିତ । ପରେ ଜାଣିବାକୁ ମିଳିଥିଲା ଆଜିକୁ ପ୍ରାୟ ୧୬ ବର୍ଷ ତଳେ ମନୋହର ଥାନା ଅନ୍ତର୍ଗତ ଜଣେ ଯୁବକ ର ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା । ଏକ ରାଶତ ନିର୍ମାଣ ଅକଜରୀ ରେ ତ୍ଵରଣ ଶ୍ରମିକ ଭାବେ ନିଯୋଜିତ ହୋଇଥିଲା ଓ ଟ୍ରାକ୍ଟର ଧକ୍କା ରେ ତାର ଆକସ୍ମିକ ମୃତ୍ୟୁ ହୋଇଥିଲା ।

ପୁଅର ମୃତ୍ୟୁ ପରେ ପିତା କଲ୍ୟାଣ ଧାକର ଓ ମାତା ମଧ୍ୟ ପ୍ରଦେଶର ଶଙ୍କାର ପୁର ଗାଁ କୁ ଚଳାଇ ଯାଇଥିଲେ । ସବୁଠାରୁ ରୋଚକ କଥା ହେଉଛି ଏହି ଘଟଣା ଶୁଣି ଏବେ ତ୍ଵରଣ ଙ୍କ ପରିବାର ଲୋକେ ମୋହିତଙ୍କ ଘରେ ପହଞ୍ଚି ଥିଲେ ନିଜ ପଟୁ ମୋହିତ ତାଙ୍କୁ ଚିହ୍ନିବା ସହ ତାଙ୍କ କୋଳରେ ଯାଇ ବସିଥିଲା । ଏହି ଘଟଣା ସତରେ ପୁନର୍ଜନ୍ମ କଥା କୁ ପ୍ରମାଣିତ କରିଲା ଭଳି ମନେ ହେଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟାଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *