ଦେଖନ୍ତୁ Anubhabଙ୍କ ଘର ଛାଡିବା ପରେ ଏବେ କେଉଁଠି ଓ କେଉଁ ଅବସ୍ଥାରେ ରହୁଛନ୍ତି Barsha

ବନ୍ଧୁଗଣ ଆପଣ ମାନେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଚମତ୍କାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତେବେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅର୍ଥାତ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ବିବାହାର କିଛି ଦିନ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା । ଯାହା ଫଳରେ ଦୁହେଁ ପରସ୍ପର ବିରୁଦ୍ଧରେ କୋର୍ଟର ଦ୍ଵାରସ୍ଥ ହୋଇଥିଲେ ।

ତେବେ ଏହାରି ମଧ୍ୟରେ ଦୁହେଁ ପରସ୍ପର ବିରୁଦ୍ଧରେ ସୋସିଆଲ ମିଡିଆରେ ଅନେକ ସାରା ଭିଡିଓ ପୋଷ୍ଟ କରିବାରେ ଲାଗିଛନ୍ତି ଯାହାକୁ ନେଇ ଆହୁରି ଅଧିକ ବିବାଦ ଦେଖା ଯାଇଛି । ତେବେ ଆପଣ ମାନେ ଜାଣିଥିବେ ବର୍ଷା ଅନୁଭବଙ୍କ ପୈତୃକ ଘରେ ରହୁଥିଲେ ଯାହା ଫଳରେ ଅନୁଭବ ଓ ତାଙ୍କ ପରିବାର ଭଡା ଘର କରି ରହୁଥିଲେ ।

କିନ୍ତୁ ଅନୁଭବ ଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ନେଇ ସେ ତାଙ୍କ ବାସ ଭାବନକୁ ଫେରିବାର ପିଟିସନ ଦାଖଲ କରିଥିଲେ ଅନୁଭବ କୋର୍ଟ ରେ । ଯାହାର ପରିଣାମ ସ୍ୱରୂପ ମାନ୍ୟବର କୋର୍ଟ ବର୍ଷା ଙ୍କୁ ଅନୁଭବଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମାସିକ ଖର୍ଚ୍ଚା ୩୦ ହଜାର ଟଙ୍କା ଅନୁଭବ ବର୍ଷାଙ୍କୁ ଦେବେ ବୋଲି ଧାର୍ଯ୍ୟ ମଧ୍ୟ ହୋଇଛି ।

ବର୍ଷା ଙ୍କୁ ମାସିକ ଖର୍ଚ୍ଚ ବାବଦରେ ୩୦ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଅନୁଭବ ଟଙ୍କା ମଧ୍ୟ ଦେଇଥିଲେ । ଯାହାର ସ୍କ୍ରିନ ସର୍ଟ ଅନୁଭବ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ନେଇ ବୁଦ୍ଧିଜୀବୀ ଙ୍କ ମଧ୍ୟରେ ବେଶ ଚର୍ଚ୍ଚା ହୋଇଥିଲା । ତେବେ ଏବେ ବର୍ଷାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ରେ ବର୍ଷା ଆଶ୍ରମ କୁ ଯାଉ ଥିବାର ନଜର ଆସୁଛନ୍ତି । ତେବେ ଏହି ଭିଡିଓ ଦେଖି ତାଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରିଛି । ବର୍ଷା ଙ୍କ ଫ୍ୟାନ୍ସ ମାନେ ଭାବୁଛନ୍ତି କି ସେ ତାଙ୍କ ଶାଶୁଘର ଛାଡି ଆଶ୍ରମ ରେ ରହିବା କଥା ଆରମ୍ଭ କରି ଦେଇ ନାହାନ୍ତି ତ । ବର୍ତ୍ତମାନ ସମୟରେ ବର୍ଷା ନୂଆ ନୂଆ ରାଜନିତୀ ରେ ପାଦ ଦେଇଛନ୍ତି ।

ଯାହା ପାଇଁ ସେ ଅନାଥ ଆଶ୍ରମ, ବୃଦ୍ଧାଶ୍ରମ କୁ ଯାଇ ସେଠାରେ ଦାନ କରୁଛନ୍ତି । ତେବେ ବର୍ଷା ରାଜନୀତି ରେ ଏଣ୍ଟ୍ରି କରିବା ପରେ ସାମାଜିକ କାର୍ଯ୍ୟ ରେ ନିଜକୁ ନିଯୋଜିତ କରିବାର ନଜର ଆସୁଛନ୍ତି । ଲାଗୁଛି ଯେମିତି ଅନୁଭବଙ୍କ ସତ୍ତା ସବୁ ଦିନ ପାଇଁ ରାଜନିତୀ ରୁ ଶେଷ ହୋଇ ସାରିଛି । ବନ୍ଧୁଗଣ ଆପଣ ମାନଙ୍କର ବର୍ଷାଙ୍କର ଏଭଳି ପଦକ୍ଷେପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *