Comedian ଗୁଡ୍ଡୁ ଦେଲେ ବଡ ଖୁସି ଖବର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣ ମାନେ ଓଡିଆ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଆମ ଓଡିଶା ସମେତ ଓଡିଶା ବାହାରରେ ମଧ୍ୟ ଓଡିଆ କଳାକାର ମାନଙ୍କର ବେଶ ଚାହିଦା ରହିଛି । ଓଡିଶା ବାହାର ଲୋକେ ଆମ ଓଡିଆ କଳାକାର ମାନଙ୍କୁ ଖୁବ ପସନ୍ଦ କରିବା ସହ ତାଙ୍କର ଅଭିନୟ କୁ ମଧ୍ୟ ବେଶ ପ୍ରଶଂସା କରିଥାନ୍ତି । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଖାସ କରି ଯେଉଁ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସେମାନେ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି ।

ଏମିତିକି କଳାକାର ମାନଙ୍କର ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଆପଣ ମାନେ ହାସ୍ୟ ଅଭିନେତା ବା କମେଡି କିଙ୍ଗ ଗୁଡୁ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଜଣେ ଜଣାଶୁଣା ଚେହେରା ଭାବେ ପରିଚିତ ଅଟନ୍ତି ।

ଅଭିନେତା ଗୁଡୁଙ୍କର ଅଭିନୟ କୁ ଦର୍ଶକ ମାନେ ବେଶ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହାସ୍ୟ ଅଭିନେତା ଗୁଡୁ ଗତ କିଛି ବର୍ଷ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେ ତାଙ୍କର ପିଲା ଦିନର ବାନ୍ଧବୀ ଙ୍କ ସହ ବିବାହ କରିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ନିଜେ ଗୁଡୁ ।

ବର୍ତ୍ତମାନ ସମୟରେ ସେ ନିଜର ଅଭିନୟ କ୍ଯାରିୟର ଜାରି ରଖିଛନ୍ତି । ଏହା ସହ ନିଜର ବୈବାହିକ ଜୀବନରେ ମଧ୍ୟ ନିଜ ସ୍ତ୍ରୀ ଙ୍କ ସହ ବେଶ ହସ ଖୁସିରେ ସମୟ ବ୍ଯତୀତ କରୁଛନ୍ତି ଅଭିନେତା ଗୁଡୁ । ବର୍ତ୍ତମାନ ସମୟରେ ଏକେ ଖୁସି ଖବର ଆସି ପହଞ୍ଚିଛି ଅଭିନେତା ଗୁଡୁ ଙ୍କ ତରଫରୁ ।

ତେବ ସୂଚନା ଅନୁଯାୟୀ ହାସ୍ୟ ଅଭିନେତା ଗୁଡୁ ଯିଏ ଦର୍ଶକ ମାନଙ୍କୁ ତାଙ୍କର କମେଡି ଦ୍ଵାରା ହସାଇ ହସାଇ ଗଡାଇ ଦିଅନ୍ତୁ ସେ ବହୁତ ଜଲ୍ଦି ବାପା ହେବାକୁ ଯାଉଛନ୍ତି । ତେବେ ଅଭିନେତା ଗୁଡୁ ବାପା ହେବା ନେକ ବେଶ ଖୁସି ଥିବାର ନଜର ଆସିଛନ୍ତି ।

ତାଙ୍କ ସ୍ତ୍ରୀ ତାଙ୍କୁ ଏତେ ବଡ ଖୁସି ଖବର ଦେଇଛନ୍ତି ଯାହା ପାଇଁ ତାଙ୍କ ଜୀବନରେ ଖୁସି ଚାରି ଗୁଣା ହୋଇ ଯାଇଛି ବୋଲି ଅଭିନେତା ଗୁଡୁ କହିଛନ୍ତି । ଆଶା କରୁଛୁ ଦୁହିଙ୍କର ବୈବାହିକ ଜୀବନ ଆଗାମୀ ସମୟରେ ସୁଖମୟ ହେବା ସହ ତାଙ୍କର ଆସୁଥିବା ସନ୍ତାନ ମଧ୍ୟ ଭଲରେ ରହୁ । ତେବେ ଆମ ତରଫରୁ ମଧ୍ୟ ଅଭିନେତା ଗୁଡୁ ଙ୍କୁ ଅନେକ ଅନେକ ଶୁଭକାମନା ଓ ଶୁଭେଛା ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଗୁଡୁ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *