ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।
ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜି ଆପଣଙ୍କୁ କେଉଁଠୁ କୌଣସି ଚାକିରିର ଅଫର ମିଳିବ । କାହାକୁ ପଇସା ଉଧାର ଦିଅନ୍ତୁ ନହିଁ । ଯଦି ଆପଣ ନିଜର ଛୋଟ ମୋଟ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଆଜି ଆପଣଙ୍କ ଯୋଜନା କିଛି ଆଗକୁ ବଢିବାକୁ ଯାଉଛି । ବ୍ୟାପାରରେ ଲାଭ ହେବ । ଗରିବ ଆବଶ୍ୟକ କରୁଥିବା ଲୋକଙ୍କୁ କିଛି ଦାନ କରନ୍ତୁ, ଆପଣଙ୍କ ଦିନ ମଙ୍ଗଳ ମୟ ରହିବ ।
ବୃଷ :- ଆଜି ଦିନ ବଢିବା ଦ୍ଵାରା ବିତୀୟ ସ୍ଥିତିରେ ସୁଧାର ଆସିବ । କାର୍ଯ୍ୟକୁ ଧର୍ଜ୍ୟର ସହିତ କରନ୍ତୁ ନହେଲେ ବ୍ୟସ୍ତତାର ସହିତ କରାଯାଇଥିବା କାର୍ଯ୍ୟ ଭୁଲ ହୋଇପାରେ । କୌଣସି ଏମିତି ବ୍ୟକ୍ତିଙ୍କ ସାଥ ମିଳିପାରେ । ଯାହା ସହିତ ଆଗକୁ ଯାଇ ପ୍ରେମ ସମ୍ବନ୍ଧ ବନିବାର ସମ୍ଭାବନା ରହିଛି । ବ୍ୟାପାରୀ ମାନଙ୍କ ଖର୍ଚରେ ବୃଦ୍ଧି ହେବ, ଅନ୍ୟ ପଟରେ ବ୍ୟାପାରକୁ ନେଇକି ଆପଣଙ୍କ ଗୁପ୍ତ ଶତ୍ରୁ ଆଜି ସକ୍ରିୟ ରହିବେ ।
ମିଥୁନ :- ଆଜି ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ, ଯାହା ଫଳରେ ଆପଣ ସଫଳତା ଆଡକୁ ବହୁତ ଦ୍ରୁତ ଗତିରେ ବଢିବେ । ନିଜ ସ୍ଵପ୍ନର ଚାକିରି ପାଇବା ପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ଆଜି କରିଥିବା କାମ ଦ୍ଵାରା ଆପଣଙ୍କୁ ପଦୋନ୍ନତି ମିଳିବ । କୌଣସି ନୂଆ କାମ କରିବା ବିଷୟରେ ପ୍ଲାନିଂ କରିବେ । କୌଣସି ବଡ ପ୍ରୋଜେକ୍ଟ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁ ଛନ୍ତି ଓ ଆପଣଙ୍କ କାମରେ କିଛି ଅସୁବିଧା ହେଉଚିତ ଏହି ଚିନ୍ତା ଆପଣଙ୍କର ସଙ୍ଗେ ସଙ୍ଗେ ଦୂର ହେବ ।
କର୍କଟ :- ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ । ଆପଣଙ୍କ ସଫଳତାରେ ନିଜ ଲୋକଙ୍କର ଯୋଗଦାନ ରହିବ । ଆପଣ ସକାରାତ୍ମକ ଊର୍ଜାରେ ଭରପୁର ରହିବେ । ଏହି ସକାରାତ୍ମକ ଊର୍ଜା ପଜିଟିଭ କାର୍ଯ୍ୟରେ ଲଗାଇବେତ ବହୁତ ଭଲ ହେବ । ଆର୍ଥିକ ପକ୍ଷ ବହୁତ ମଜଭୁତ ଦେଖା ଯାଉଛି । କାର୍ଯ୍ୟ ସ୍ଥଳରେ ଅତ୍ୟଧିକ ସକ୍ରିୟତା ଓ ଗତିଶୀଳତା ରହିବ । ସରକାରୀ କାର୍ଯ୍ୟ ନିର୍ବିଘ୍ନରେ ପୁରା ହେବ ।
ସିଂହ :- ଆଜିର ଦିନ ଶିକ୍ଷା କ୍ଷେତ୍ରରେ ଜଡିତ ଲୋକଙ୍କ ପାଇଁ ଅସୀମ ଲାଭର ଯୋଗ ରହିଛି । ଆଜିର ଦିନ ବହୁତ ଶୁଭ ଅଟେ, ଯେଉଁ ସମ୍ପର୍କରେ ବହୁତ ଦିନରୁ ଅଶାନ୍ତି ଲାଗି ରହିଥିଲା ସେହି ସମ୍ପର୍କରେ ଏବେ ମଧୁର ହେବାର ସମ୍ଭାବନା ରହିଛି । ବିବିଧ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ରହିଛି । ପୁରା ଦିନ ବ୍ୟସ୍ତ ରହିବା ଦ୍ଵାରା ଥକା ଅନୁଭବ କରିବେ । ପୁରୁଣା ସାଙ୍ଗ ହଠାତ ଦେଖା ହେବା ଦ୍ଵାରା ଖୁସି ରହିବେ ।
କନ୍ୟା :- ଆଜି ଆପଣ ସବୁ ଚିନ୍ତାକୁ ପଛରେ ଛାଡି ନିଜ ପରିବାର ଲୋକଙ୍କ ସହିତ କିଛି ସମୟ ବ୍ଯତୀତ କରିବେ । ସ୍ଵାସ୍ଥ୍ୟକୁ ନେଇ ଦାୟିତ୍ଵ ହୀନତା କରନ୍ତୁ ନହିଁ କାରଣ ଛୋଟ ଅବହେଳା ଆପଣଙ୍କ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପାରେ । ଆଜି ଆପଣଙ୍କ ଦିନ ଉପଲବ୍ଧି ଭରା ରହିବ । କାର୍ଯ୍ୟ କ୍ଷେତ୍ର ଓ ବ୍ୟାପାରରେ ବାତାବରଣ ଅନୁକୂଳ ରହିବ ।
ତୁଳା :- ଆଜି ବଡ ନିବେଶ କରିବାରୁ ବଞ୍ଚନ୍ତୁ, ଏହା ସହିତ ପଇସାର ସୁରକ୍ଷାକୁ ନେଇ ବେସୀ ଚିନ୍ତା କରନ୍ତୁ ନହିଁ । ଆର୍ଥିକ ସ୍ଥିତି ଅନୁକୂଳ ରହିବ । ଆଜିର ଦିନରେ ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଓ ଭାଗ୍ୟଦୋୟର ପ୍ରସଙ୍ଗ ମଧ୍ୟ ବନିବ । ଆପଣଙ୍କ ବ୍ୟକ୍ତିତ୍ବ ଆଜି ବାସ୍ନା ଭଳି ଚାରି ଆଡେ ମହକିବ । ଆଉ ସମସ୍ତଙ୍କୁ ଆକର୍ଷିତ କରିବ ।
ବିଛା :- ସକାରାତ୍ମକ ଊର୍ଜାରେ ଆପଣ ଭରପୁର ରହିବେ । କୌଣସି ନୂଆ କାମ ଆରମ୍ଭ କରିବେ, ଯାହା ଭବିଷ୍ୟରେ ଲାଭ ଦେବ । ଯଦି ଆପଣ କଉସୀ ବ୍ୟକ୍ତି ସହିତ ରୁଚି ରଖୁଛନ୍ତିତ ଆପଣଙ୍କୁ ସକାରାତ୍ମକ ପ୍ରତିକ୍ରିୟା ମିଳିବ । କାର୍ଯ୍ୟରେ ସଫଳତା ଓ ଯଶ ମିଳିବା ଦ୍ଵାରା ଖୁସି ବଢିବ । ଦରମାରେ ବୃଦ୍ଧି ହୋଇବ । ଅଧିକାରୀ ଆପଣଙ୍କ କାମ ଦ୍ଵାରା ପ୍ରଭାବିତ ହେବ । ଆଜି ଆପଣଙ୍କ ବାଣୀ ଓ ବ୍ୟବହାର ବାଦ ବିବାଦର କାରଣ ବନିବ ।
ଧନୁ :- ଆଜି କୌଣସି କାମ ପାଇଁ କରଜ କରି ପାରନ୍ତି । ଆରାମର ଅବସର ପ୍ରାପ୍ତ ହେବ ନହିଁ । ଆପଣଙ୍କୁ ସବୁ କାମ ଧ୍ୟାନ ପୂର୍ବକ କରିବା ପାଇଁ ସଜେସନ ଦିଆଯାଉଛି । ପାରିବାରିକ ଜୀବନ ସୁଖ ମୟ ରହିବ । ବିପରୀତ ପରିସ୍ଥିତିରେ ପରିଜନଙ୍କ ସହଯୋଗ ମିଳିବ । ଜୀବନ ସାଥି ସହିତ ଆପଣଙ୍କ ସମ୍ପର୍କ ପ୍ରଗାଢ ହେବ ।
ମକର :- ଆଜି ଆପଣଙ୍କୁ ଧନର ପ୍ରାପ୍ତି ହେବ । ଆଶା ଅନୁସାରେ ଆପଣଙ୍କ ସବୁ କାମ ଠିକ ହେବ । ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସମ୍ଭାବନା ରହିଛି । ଭାଗ୍ୟଦୋୟର ପ୍ରବଳ ଯୋଗ ରହିଛି । ପଇସାର ସ୍ଥିତି ଠିକ ରହିବ । ଭାଗ୍ଯର ସାଥ ସବୁ କାର୍ଯ୍ୟ ପୂର୍ଣ କରିବା ପାଇଁ ତତ୍ପର ରହିବେ । ଉଛଧିକାରୀଙ୍କ କୃପାରେ ଭୂମି ଓ ଧନ ସମ୍ପତି ସମ୍ବନ୍ଧୀୟ ବିବାଦର ସମାଧାନ ମଧ୍ୟ ହୋଇବ ।
କୁମ୍ଭ :- ଚାକିରି ସହିତ ଜଡିତ ଲୋକ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଆଜି ପୁରୁଣା ସମସ୍ୟାର ମୁକ୍ତି ମିଳିବ । ଆଜି ପୁରା ଦିନ ନିଜର ଊର୍ଜା ଦ୍ଵାରା ଭରା ଅନୁଭବ କରିବେ । ଛଣା ଛଣି ଜିନିଷକୁ ଆଭଏଡ କରନ୍ତୁ । ଆଜି ଆପଣଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ । ଆଜି ଆପଣ ଅନ୍ୟାକୁ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ ।
ମୀନ :- ଆଜିର ଦିନ ଆରମ୍ଭ ନୂଆ କାର୍ଯ୍ୟ ଆରମ୍ଭ ଓ ବ୍ୟବହାର ସହିତ ଜଡିତ ସମସ୍ଯାର ସମାଧାନ କରିବାରୁ ଆରମ୍ଭ ହେବ । ଆପଣ ନିଜ ଭିତରେ ମସ୍ତ ରହିବେ । ପୁରୁଣା ବିବାଦର ସମାଧାନ ହେବାର ଯୋଗ ରହିଛି । ନୂଆ ଦାୟିତ୍ଵ ସହିତ ନୂଆ ପଦ ମଧ୍ୟ ମିଳିବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇବ ।