ପୁଣି 16 ଦିନ ପାଇଁ ବଢିଲା ଲକଡାଉନ, କିନ୍ତୁ ଏହି ୩ ଟି ଜିଲ୍ଲାରେ ଲକଡାଉନ ନିୟମ ହେଲା କୋହଳ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କୋବିଡ ମହାମାରୀ ପାଇଁ ମେ ୫ରୁ ଆମ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିଲା ଓ ଏହି ୨୫ ଦିନ ମଧ୍ୟରେ ଏହାର କିଛି ଭଲ ଫଳାଫାଳ ମଧ୍ୟ ଆମ ସମସ୍ତଙ୍କୁ ମିଳିଛି । କହିବାକୁ ଗଲେ କିଛି ଦିନ ପୂର୍ବେ ଆମ ରାଜ୍ୟରେ କୋବିଡ ସଂକ୍ରମିତଙ୍କ ସଂଖ୍ୟା ୨୫ ପ୍ରତିଶତ ଥିଲା ।

କିନ୍ତୁ ଲକଡାଉନ କାରଣରୁ ତାହା ୧୫ ପ୍ରତିଶତ ହୋଇଯାଇଛି । ଏମିତିରେ ସରକାର ଏହି କୋବିଡ ସଂକ୍ରମିତର ସଂଖ୍ୟାକୁ ଆହୁରି କମ କରିବା ପାଇଁ ପୁଣି ଥରେ ଲକଡାଉନର ଘୋଷଣା କରିଛନ୍ତି । କହିବାକୁ ଗଲେ ପ୍ରଥମେ ଲକଡାଉନରେ ଏହି ସଂକ୍ରମିତଙ୍କ ସଂଖ୍ୟା କମ ହୋଇଥିଲା । ଏହା ପରେ ଦ୍ଵିତୀୟ ଲକଡାଉନରେ ବି କିଛି ମାତ୍ରାରେ କମ ହୋଇଛି ।

କିନ୍ତୁ ଏହା ସତ୍ବେ ବି ଓଡିଶାର କେତେକ ଜିଲ୍ଲାରେ ବର୍ତ୍ତମାନ ସମୟରେ ବି କୋବିଡ ସଂକ୍ରମିତଙ୍କ ସଂଖ୍ୟାରେ ବିଶେଷ କିଛି ଫରକ ଆସି ନାହିଁ । ସେଥିପାଇଁ ସରକାର ଲକଡାଉନକୁ ବଢାଇବା ପାଇଁ ନିଷ୍ପତି ନେଇଛନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କିଛି ଦିନ ତଳେ ହିଁ ବାତ୍ୟା ୟାସ ଯୋଗୁ ଓଡିଶାର ବହୁତ କ୍ଷତି ହୋଇଥିଲା । ଏହା ସହିତ ଲକ୍ଷ ଲକ୍ଷ ଲୋକମାନଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଥିଲା । ଯେଉଁମାନେ କି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି । ଅନ୍ୟ ପଟେ ବାତ୍ୟା ବିପର୍ଯୟ ଅଞ୍ଚଳ ଗୁଡିକରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହା ସହିତ କୋବିଡ ସଂକ୍ରମଣର ବି ଭୟ ଅଛି ।

ଜୁନ ୧ ରେ ଦ୍ଵିତୀୟ ଲକଡାଉନ ସମାପ୍ତ ହେବାର ଥିଲା, ଏମିତିରେ ରାଜ୍ୟ ସରକାର ୧୭ ଜୁନ ସକାଳ ୫ ଟା ପର୍ଯ୍ୟନ୍ତ ଲକଡାଉନକୁ ବଢାଇବା ପାଇଁ ନିଷ୍ପତି ନେଇଛନ୍ତି । ଅର୍ଥାତ ୧୬ ଦିନ ଆମ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ଏହା ସହିତ ସରକାର ଅନ୍ୟ କିଛି ସୂଚନା ବି ଜାରି କରିଛନ୍ତି । ଯେମିତି କି ପୂର୍ବ ଭଳି ଶନିବାର ଓ ରବିବାର ଦିନ ପୂରାପୂରି ସଟଡାଉନ ରହିବ । ଏହା ସହିତ ଯାହା ବି ସବୁ ନିୟମ ଲାଗୁ ହୋଇଥିଲା ସେହି ସମସ୍ତ ନିୟମ ଲାଗୁ ରହିବ ।

ଯେମିତି କି ବାହାଘର, ବ୍ରତ ଘର ଓ ଦଶ ଘର ଇତ୍ୟାଦି ସମସ୍ତ ଭୋଜି ପାଇଁ ଯେଉଁ ସବୁ ନିୟମ ଲାଗୁ ହୋଇଥିଲା ସେହି ସମସ୍ତ ନିୟମ ଲାଗୁ ରହିବ । ଏହା ସହିତ କିଛି ଜିନିଷକୁ ନବା ଆଣିବା ପାଇଁ ଯାନବାହାନ, ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିବା ପାଇଁ, ବ୍ୟାଙ୍କ କାମ ପାଇଁ ଏହିଭଳି କିଛି କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି । ଏହା ସହିତ ପୂର୍ବ ଲକଡାଉନରେ ଜାରି ହୋଇଥିବା ସମସ୍ତ ନିୟମ ବଳବତ୍ତର ରହିବ । କିନ୍ତୁ ନୂଆପଡା, ଗଜପତି ଓ ସୁନ୍ଦରଗଡରେ କୋବିଡ ସଂକ୍ରମିତଙ୍କ ସଂଖ୍ୟା କମ ଥିବାରୁ ସେହି ସହରରେ ଲକଡାଉନର ନିୟମକୁ କୋହଳ କରାଯାଇଛି ।

ଏହା ସହିତ ଏହି ତିନୋଟି ଜିଲ୍ଲାରେ ୭ ରୁ ୧ ପର୍ଯ୍ୟନ୍ତ ସମସ୍ତଛି ଆବଶ୍ୟକିୟ ଜିନିଷ ଆଣିବା ପାଇଁ ଅନୁମତି ଦିଆଯାଇଛି । ଏହି ତିନୋଟି ଅଞ୍ଚଳରେ ସମସ୍ତ ଦୋକାନ ଖୋଲିବା ପାଇଁ ବି ଅନୁମତି ଦିଆଯାଇଛି । କିନ୍ତୁ ଅନ୍ୟ ସମସ୍ତ ରାଜ୍ୟରେ ସକାଳ ୭ ରୁ ୧୧ ପର୍ଯ୍ୟନ୍ତ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାଇଁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଯାଇ ପାରିବେ । କହିଦେଛୁ କି ଆମ ରାଜ୍ୟରେ ଅନ୍ୟ ରାଜ୍ୟ ମାନଙ୍କ ଭଳି ଅକ୍ସିଜେନ, ବେଡ ଓ ମେଡିସନ ଅଭାବ ଦେଖା ଯାଇ ନାହିଁ । ବର୍ତ୍ତମାନ ଟେସିଙ୍ଗ ଉପରେ ବି ସରକାର ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *