କୋଭିଡରୁ ସୁସ୍ଥ ହେବା ପରେ କଣ ଖାଇବେ ?

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କରୋନା ଠାରୁ ବଞ୍ଚିବା ପାଇଁ ସତରକତା ସହ ନିଜ ଶରୀର ମଜବୁତ କରିବା ବହୁତ ଆବଶ୍ୟକ ଅଟେ । ତେବେ କରୋନା ଠାରୁ ବଞ୍ଚିବା ପାଇଁ ଡକ୍ଟର ନିଜ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇବା ପାଇଁ କହିଥାନ୍ତି ।

ତେବେ ଆପଣଙ୍କୁ ରୋଗ ପ୍ରତି ରୋଧକ କ୍ଷୟମତା ବଢାଇବା ପାଇଁ ସଠିକ ପୋଷ୍ଟିକର ଖାଦ୍ୟ ଖାଇବା ବହୁତ ଆବଶ୍ୟକ ହୋଇଥାଏ ଆପଣଙ୍କୁ ସବୁ ଦିନ ୬ଟି ମିଲ ଖାଇବାକୁ ହବ ଅର୍ଥାତ କମ କମ ପରିମାଣରେ ଆପଣଙ୍କୁ ୬ ଥର କିଛି ନା କିଛି ଖାଇବାକୁ ହବ । ତେବେ ଡକ୍ଟର ମାନଙ୍କ କହିବା ଅନୁଯାଇ ଆପଣଙ୍କୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଅବଶ୍ୟ ଖାଇବା ଉଚିତ ।

ଏହା ପାଇଁ ଆପଣଙ୍କୁ କ୍ଷୀର ଜାତୀୟ ଜିନିଷ ଖାଇବା ଉଚିତ ଏହା ଛଡା ଯଦି ଆପଣ ଆଇଂଷ ସେବନ କରନ୍ତି ତେବେ ଅଣ୍ଡା ମାଛ ସେବନ କରନ୍ତୁ ଏଥିରେ ପ୍ରୋଟିନ ମାତ୍ରା ବହୁତ ଅଧିକ ରହିଥାଏ, ଏହା ଛଡା ମନେ ରଖିବେ ପ୍ରୋଟିନ ଯୁକ୍ତ ଖାଇବା ରାତିରେ ଶୋଇଲା ବେଳେ ଖାଇବେ ନାହିନ ଏହା ଭଲରେ ହଜମ ହୋଇନଥାଏ ।

ତେବେ ଖାଇବା ଉପରେ ଯଦି ଆମେ ଆଗରୁ ଏତିକି ଭାବିଥାନ୍ତୁ ବା ଏତିକି ଜିନିଷ କରିଥାନ୍ତୁ ତେବେ ଆମ ରୋଗ ପ୍ରତି ରୋଧକ କ୍ଷମତା ବଢେଇବା ପାଇଁ ଆଜି ଆମକୁ ଏତେ ଭାବିବାକୁ ପଡି ନଥାନ୍ତା । ତେବେ ଶରୀର ଶକ୍ତି ବଢାଇବା କୌଣସି ଖେଳ ଘର ନୁହ ଏହାକୁ ସୁସ୍ତ ସବଳ ହାବା ପାଇଁ ସମୟ ଲାଗିଥାଏ ଆମକୁ ସେହି ସମୟ ନିଜକୁ ଦବାକୁ ହବ,

ଏବେ ଆପଣ ଯାହା କରୋନା ପାଇଁ ପୋଷ୍ଟିକର ଖାଦ୍ୟ ସେବନ କରୁଛନ୍ତି ତାକୁ ସବୁବେଳେ ସେବନ କରନ୍ତୁ ଆପଣ ସଠିକ ସମୟରେ ଖାଇବା ସହ ଯୋଗା ଆଉ ଫଳ ସେବନ କରନ୍ତୁ । ଏହା ଛଡା କାଢା ପିଳେ ବା ଚା ପିଳେ ସବୁ କିଛି ହବ ନାହିନ ଏହା ସହ ଆପଣଙ୍କୁ ଯୋଗ ଆଉ ବ୍ୟାୟାମ କରିବା ଉଚିତ ଯାହା ଆପଣଙ୍କ ଶରୀରକୁ ଅନଦୃନୀ ଶକ୍ତି ପ୍ରଦାନ କରିଥାଏ ।

ତେବେ ବର୍ତମାନ ମଧ୍ୟ ବହୁତ ଲୋକ ଅଛନ୍ତି ଯିଏ କରୋନା ସମୟରେ ବା କରୋନା ପଜେଟିବ ହେଲା ପରେ ମଧ୍ୟ ବାହାର ଖାଦ୍ୟ ସେବନ କରୁଛନ୍ତି ତେବେ ବାହାର ଖାଦ୍ୟ ଆପଣ କେବେ ବି ଖାଇ ପାରନ୍ତି କିନ୍ତୁ ନିଜ ସ୍ୱାସ୍ଥ୍ୟ ସହ ଖେଳି ଆପଣଙ୍କୁ କଣ ମିଳିବ ତାହା ଆପଣଙ୍କୁ ଭାବିବା ଉଚିତ । ଯାହା ଆପଣଙ୍କ ଘରେ ତିଆରି ହାଉଛି ତାହା ସବୁଠାରୁ ଉତ୍ତମ ଅଟେ ଆଉ ମନେ ରଖିବେ ଦୁନିଆର ପ୍ରଥମ ଫାରମାସୀ ଆମ ରୋଷେଇ ଘର ଅଟେ ତା ପରେ ଯିଏ ଡକ୍ଟର ଆଉ ଔଷଧ ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ଏହାକୁ ସେୟାର ମଧ୍ୟ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *