୪ ଟି ଛୁଆର ମା ହେବା ପରେ ମଧ୍ୟ ରବିନା ଟଣ୍ଡନଙ୍କର ଅଛି ଏମିତି ସଉକ! ଜାଣି ଉଡିଯିବ ଆପଣଙ୍କ ହୋସ

ରବିନା ଟଣ୍ଡନ ବିଷୟରେ କିଛି ଇଣ୍ଟ୍ରେଷ୍ଟିଙ୍ଗ କଥା ଆମେ କହିବୁ । ସେ ଚାରୋଟି ଛୁଆର ମା ଆଉ ସେ ୪୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । କିନ୍ତୁ ତାଙ୍କର ବୟସ ଜଣାପଡୁ ନହିଁ, ନବେ ଦଶକର ସବୁଠୁ ହ-ଟ ଅଭିନେତ୍ରୀ ଗୋଟେ ସମୟ ଥିଲା ଅଜୟ ଦେବଗନଙ୍କ ପ୍ରେମରେ ପାଗଳ ହୋଇଥିଲେ । ଆଜି ଆମେ ରବିନା ଟଣ୍ଡନଙ୍କ ବିଷୟରେ ଜାଣିବା, ରବିନା ତାଙ୍କ ପ୍ରେମରେ ଜୀବନ ଦେବାକୁ ପଛେଇ ନଥିଲେ । ଗୋଟେ ସମୟ ଥିଲା ରବିନା ଓ ଅଜୟ ବହୁତ ଚର୍ଚାରେ ଥିଲେ । ଏହି କଥା ସେହି ସମୟ ଯେବେ ଅଜୟ ରବିନାଙ୍କ ସହିତ ଦିଲୱାଲେରେ କାମ କରିଥିଲେ ।

ସେ ଅଜୟଙ୍କ ପ୍ରେମରେ ପଡିଯାଇଥିଲେ ସେହି ସମୟରେ ଅଜୟ କରିସ୍ମାଙ୍କ ସହିତ ଜିଗର ଫିଲ କରୁଥିଲେ । ଆଉ ଦୁଇଜଣଙ୍କର ପ୍ରେମର ଚର୍ଚା ହେବାକୁ ଲାଗିଥିଲା । ଏହି ସବୁ ଦେଖିକି ରବିନା ବହୁତ ଡିପ୍ରେସନରେ ଚାଲିଯାଇଥିଲେ । ଆଉ ସେ ନିଜ ଜୀବନ ନେବାକୁ ମଧ୍ୟ  ପଛାଇ ନଥିଲେ । କିନ୍ତୁ ଅଜୟ ଦେବଗନ ରବିନା ଟଣ୍ଡନଙ୍କ ଏଭଳି କରିବା କୁ ପବ୍ଲିସିଟିର ନାମ ଦେଇଥିଲେ । ଅଜୟ କହିଥିଲେ ସେ ଏମିତି କରି ଲାଇମ ଲାଇଟରେ ଆସିବାକୁ ଚାହୁଁଥିଲେ । ସେଥିପାଇଁ ଏହି ସବୁ କରୁଛନ୍ତି ସେ ।


ରବିନାଙ୍କ ନାମ ପିତାଙ୍କ ନାମ ରବି ଓ ମାଙ୍କ ନାମ ବିନା ଦୁଇଟି ମିଶାଇ ତାଙ୍କ ନାମ ରବିନା ରଖାଯାଇଥିଲା । ରବିନାଙ୍କ ନିକ ନାମ ମୁନମୁନ ଅଟେ । ତାଙ୍କର ନାମ ତାଙ୍କ ମାମୁ ମ୍ୟାକମୋହନ ଦେଇଥିଲେ । ମ୍ୟାକମୋହନ ବଲିଉଡର ବହୁତ ଚର୍ଚିତ ଚେହେରା ଅଟେ । ରବିନା ମୁମ୍ବାଇର ଯୁହୁ ସ୍ଥିତି ଯମୁନା ବାଇ ପବ୍ଲିକ ସ୍କୁଲରୁ ପଢା ଆରମ୍ଭ କରିଥିଲେ । ଗ୍ରାଜୁଏସନ ମିଠିଭାଇ କଲେଜରୁ କରିଥିଲେ । ଏହା ସହିତ ସେ ଫିଲ୍ମରେ ମଧ୍ୟ କାମ କରିବାକୁ ଲାଗିଥିଲେ । କିନ୍ତୁ ପାଠ ପଢିବା ସହିତ କାମ ହୋଇପାରୁନଥିଲା । ତେବେ ରବିନା ସେକେଣ୍ଡିୟରରୁ ପଢା ଛାଡି ଦେଇଥିଲେ ।

ସେ ତାଙ୍କର ଫିଲ୍ମ କ୍ଯାରିଅର ଆରମ୍ଭ ୧୯୯୧ ରେ ସଲମାନଙ୍କ ସହିତ ପଥର କେ ଫୁଲରୁ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର ଏହି ଫିଲ୍ମ ଫ୍ଲପ ହୋଇଥିଲା । ଏହାପରେ ରବିନା ଦିଲ ୱାଲେ, ମୋହରା, ଶତା, ଲାଡଲା, ଜିଦଦି, ଅନ୍ଦାଜ ଅପ୍ନା ଅପ୍ନା, ଖିଲାଡ଼ିଓ କା ଖିଲାଡ଼ି, ଦୁହ୍ଲ୍ହେ ରାଜା , ଆଉ ପରଦେଶୀ ବାବୁ ଭଳି ବହୁତ ହିଟ ଫିଲ୍ମ କରିଛନ୍ତି । ରବିନା ଋଷି କ୍ପୁରଙ୍କ କ୍ରଶ ଥିଲେ, ବମ୍ବେରେ ବେଲଭେଟ ପ୍ରମୋଶନ ସମୟରେ ରବିନା ନିଜେ ଏହି କଥାର ଖୁଲାସା କରିଥିଲେ । ଫିଲ୍ମ ମୋହରା ସମୟରେ ରବିନାଙ୍କୁ ଅକ୍ଷୟ କୁମାରଙ୍କ ସହିତ ପ୍ରେମ ହୋଇଯାଇଥିଲା ।

ତାଙ୍କର କଥା ନିର୍ବନ୍ଧ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ସାରିଥିଲା ପୁଣି ତାଙ୍କର ବ୍ରେକ ଅପ ହୋଇଯାଇଥିଲା । ବ୍ରେକ ଅପର କାରଣ କୁହାଯାଇଥିଲାକି ଅକ୍ଷୟ ଏକ ସହିତ ୩ ଟି ଝିଅଙ୍କ ସହିତ ଡେଟ କରୁଥିଲେ । ଏହି ବ୍ରେକପରୁ ରବିନା ବହୁତ କଷ୍ଟରେ ବାହାରକୁ ଆସିଥିଲେ । ସେ ୨୦୦୪ ରେ ଫିଲ୍ମ ମେକର ଅନିଲ ଥରାନୀଙ୍କ ସହିତ ବିବାହ କରିଥିଲେ । ଅନିଲଙ୍କର ଏହା ଦିତୀୟ ବିବାହ ଥିଲା କିନ୍ତୁ ରବିନାଙ୍କର ପ୍ରଥମ ବିବାହ ଥିଲା । ତାଙ୍କର ଦୁଇଟି ଛୁଆ ଓ ବିବାହ ପୂର୍ବରୁ ତାଙ୍କର ଭଉଣୀଙ୍କର ଦୁଇଟି ଛୁଆଙ୍କୁ ମଧ୍ୟ ରଖିଥିଲେ । ରବିନା ଏବେ ତାଙ୍କର ଦୁଇଟି ଝିଅଙ୍କର ବିବାହ ମଧ୍ୟ କରିସାରିଛନ୍ତି ।

ବଲିଉଡ ପାଇଁ ରବିନାଙ୍କ ଯୋଗ ଦାନ ବହୁତ ରହିଛି । ରବିନାଙ୍କ କମିଟମେଣ୍ଟ ଏଥିରୁ ଅନ୍ଦାଜ ଲାଗାଯାଇପାରେ ଯେବେ ସେ ତାଙ୍କର ପ୍ରସିଦ୍ଧ ଗୀତ ଟିପ ଟିପ ବର୍ଷା ପାଣି ପ୍ରସ୍ତୁତି ଚାଲିଥିଲା ସେବେ ତାଙ୍କୁ ବହୁତ ଜ୍ଵର ହୋଇଥିଲା । ପାଣିରେ ଭିଜିବା ଦ୍ଵାରା ତାଙ୍କର ଜ୍ଵର ଅଧିକ ହୋଇଯାଇଥିଲା । ଆଉ ସେ ସେ-ଟରେ ବିହୋସ ହୋଇଯାଇଥିଲେ । ଫିଲ୍ମ ଡାଇରେକ୍ଟର କହିଥିଲେ ଛୁଟି ନେବା ପାଇଁ କିନ୍ତୁ ରବୀନ କହିଥିଲେ ମୁଁ ମୋ କାମ ପୁରା କରିକି ହିଁ ଏଠାରୁ ଜୀବି । ସେ ପାଣିରେ ଓଦା ହୋଇ ଟିପଟିପ ବର୍ଷା ପାଣି ଗୀତାର ପୁରା ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *