Special Story: ରିୟଲ ଲାଇଫ ତାର୍ଜନ 41 ବର୍ଷ ପର୍ଯ୍ୟନ୍ତ ରହିଥିଲେ ଜଙ୍ଗଲରେ, ଆଧୁନିକ ସମାଜରେ ଚଳି ନପାରି ହରାଇଲେ ପ୍ରାଣ

ନମସ୍କାର ବନ୍ଧୁଗଣ । ଏମିତି ଜଣେ ବ୍ୟକ୍ତି ଯାହାଙ୍କର ଜଙ୍ଗଲରେ ଆରମରେ ଜୀବନ କଟୁଥିଲା । କିନ୍ତୁ ସାମାଜିକ ଜୀବନ ସେହି ବ୍ୟକ୍ତି ଙ୍କ ପାଇଁ ହେଲା କାଳ । ସୂଚନା ଯୋଗ୍ୟ ଭିଏତନାମ ର ରିୟଲ ତାର୍ଜନ ଙ୍କ ୫୧ ବର୍ଷ ବୟସରେ ମୃ-ତ୍ୟୁ ଘଟିଛି । ତାର୍ଜନ ଜଣାଗଲା ରେ ଗତ ୪୧ ବର୍ଷ ହେବ ନିଜର ସୁସ୍ଥ ଜୀବନ ବିତାଉଥିବା ବେଳେ ଜନ ସମାଜ ମଧ୍ୟ ରେ ୮ ବର୍ଷ ମଧ୍ୟ ତିଷ୍ଠି ରହି ପାରିଲେ ନାହି । ସଭ୍ୟ ସମାଜ ର ପ୍ରକ୍ରିୟା କୃତ ଖାଦ୍ୟପାନ ସାଙ୍ଗକୁ ସୁରପାନ ତାଙ୍କ ଜୀବନକୁ ବିପଦରେ ପକାଇ ଦେଲା ବୋଲି ସ୍ଥାନୀୟ ବାସିନ୍ଦା ନିଜ ରାଏ ରେ କହିଛନ୍ତି । ଏହା ହେଉଛି ରିୟଲ ତାର୍ଜନ କୋ ଭ୍ଲାନଙ୍କ ଜୀବନ କାହାଣୀ ।

ଆପଣ ମାନେ ସମସ୍ତେ ଫିଲ୍ମରେ ତାର୍ଜନ କୁ ଦେଖିଥିବେ । କିନ୍ତୁ ଏ କାହାଣୀ ହେଉଛି ରିୟଲ ତାର୍ଜନ ଙ୍କର । ସେ ନିଜର ପିଲାଦିନୁ ସମାଜ କଣ ଜାଣି ନ ଥିଲେ । ସେ ଭିଏତନାମର ଜଙ୍ଗଲରେ ଗତ ୪୧ ବର୍ଷ ହେବ ରହୁଥିଲେ । ସେଠାରୁ ମିଳୁଥିବା ଫଳ ମୂଳ ଖାଇବା ସହ ଗଛର ଛେରା ଓ ପତ୍ରରେ ପୋଷାକ କରି ପିନ୍ଧିଥିଲେ । ଯଦି ଦରକାର ପଡେ ତେବେ ଜୀବଜନ୍ତୁ ଙ୍କୁ ପୋଡିକି ଖାଉଥିଲେ । କେବେ ଗଛ ଉପରେ ମଞ୍ଚା ତ ପାହାଡ ଉପରେ ଥିବା ଗୁମ୍ଫାରେ ଜୀବନ କଟୁଥିଲା । ଜଙ୍ଗଲରେ ଥିବା ସମୟରେ ତାଙ୍କ ଶରୀର ସୁସ୍ଥ ଥିଲା । କିନ୍ତୁ କଥା କଥିତ ସମାଜ ତାଙ୍କ ପାଇଁ କାଳ ହେଲା ।

ସମାଜର ଜୀବନ ଶୈଳୀ ଓ ଖାଦ୍ୟପେୟରେ ନିଜକୁ ଢାଙ୍କି ନ ପାରି ରିୟଲ ତାର୍ଜନ ଙ୍କର ଲିଭର କ୍ୟାନ୍ସରରେ ଗତ ସୋମବାର ଦିନ ପ-ର-ଲୋ-କ ଘଟିଛି । ୧୯୭୦ ଦଶକରେ ହୋଇଥିବା ଭିଏତ୍ନାମ ଯୁଦ୍ଧ ସମୟରେ ଆମେରିକାର ଆକ୍ରମଣରେ ତାଙ୍କର ପରିବାର ଅନେକ ଲୋକ ମାନେ ପ୍ରାଣ ହରାଇ ଥିଲେ । ତାର୍ଜନ ନିଜ ଜୀବନ ରକ୍ଷା କରିବା ପାଇଁ ତାଙ୍କ ବାପା କୋ ଭାନ ଖାନଙ୍କ ସହ ଘନ ଜଙ୍ଗଲକୁ ଚାଲି ଆସିଥିଲେ । ସେ ତାଙ୍କ ବାପାଙ୍କ ସହ ଗତ ୪୦ ବର୍ଷ ହେବ ଆଧୁନିକ ସମାଜ ଠାରୁ ଦୂରରେ ରହିଥିଲେ । ଏପରିକି ଦୁନିଆରେ ଥିବା ମହିଳାଙ୍କ ସମ୍ପର୍କରେ ସେ ଅଜ୍ଞାତ ଥିଲେ ।

୧୯୧୩ ମସିହାରେ କିଛି ଲୋକ ମାନେ ତାଙ୍କ ବିଷୟରେ ସୂଚନା ପାଇଥିଲେ । ଏହା ପରେ ଲୋକ ମାନେ ତାଙ୍କୁ ତାଙ୍କ ଗାଁ ରେ ନେଇ ରଖିଥିଲେ । ସେହି ସମୟରେ ତାଙ୍କ ପିତା ବାର୍ଦ୍ଧକ୍ୟ ଅବସ୍ଥାରେ ଅସୁସ୍ଥ ଥିଲେ । ସେ ଲୋକଙ୍କ ମେଳରେ ରହିବା ପରେ ତାଙ୍କର ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡାବାରେ ଲାଗିଥିଲା । ପ୍ରକୃତି କୋଳରେ ରହୁଥିବା ରିୟଲ ତାର୍ଜନ କୁ ବୋଧ ହୁଏ ସୁହାଇଲା ନାହି ଆଧୁନିକ ଜୀବନ ଓ ଖାଦ୍ୟପେୟ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *