ଆପଣଙ୍କ ଆଧାର କାର୍ଡରେ ଆଉ କେହି ସିମ ବ୍ୟବହାର କରୁଛି କି ? କିପରି ଆପଣ ଜାଣିବେ କି ଆପଣଙ୍କ ଆଧାର କାର୍ଡ ରେ କେତୋଟି ସିମ କିଣା ହୋଇଛି ?

ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତ କାର୍ଯ୍ୟରେ ଜରୁରୀ ପରିଚୟ ପତ୍ର ରୂପରେ ଆବଶ୍ୟକ ପଡିଥାଏ । ଯଦି ଆପଣ ନିଜ ପାଇଁ ମୋବାଇଲ ସିମ କିଣୁଛନ୍ତି ତେବେ ବି ଆଧାର କାର୍ଡ ନିହାତି ଦରକାର । ଆପଣଙ୍କ ପାଖରେ ଆଧାର କାର୍ଡ ନା ହିଁ ତେବେ ଆପଣ ସିମ କେବେ ବି କିଣି ପାରିବେ ନାହିଁ । କିନ୍ତୁ ବେଳେ ବେଳେ କିଛି ଦୋକାନୀ ଯେଉଁମାନେ ସିମ ବିକ୍ରି କରିଥାନ୍ତି ସେମାନେ ବିନା ଆଧାର କାର୍ଡରେ ଲୋକମାନଙ୍କୁ ସିମ ଦେଇ ଦିଅନ୍ତି ।

ଏହା ପରେ ଜଣା ପଡେ କି ସେହି ସିମ କାର୍ଡ ଟି ଅନ୍ୟ କାହା ନାଁରେ ରେଜିଷ୍ଟ୍ରେଶନ ହୋଇଛି । ଏମିତିରେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ ଅଛି ତେବେ ଏହି ପ୍ରଣାଳୀ ମାଧ୍ୟମରେ ଜାଣି ପାରିବେ ।

ଏଥିପାଇଁ ଆପଣ ପ୍ରଥମେ TAF-COP Portalକୁ ଯାଆନ୍ତୁ । ଭାରତର ଟେଲିକମ ବିଭାଗ ଅର୍ଥାତ DOT TAF-COP Portal ନାମକ ଏକ ୱେବ ପୋର୍ଟାଲ ଲଞ୍ଚ କରିଛି । ଏହି ପୋର୍ଟଲ ଦ୍ଵାରା ଆପଣ ଜାଣି ପାରିବେ କି ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ ଚାଲିଛି । ଏମିତିରେ ଯଦି ଆପଣ ଜାଣି ପାରୁଛନ୍ତି କି ଆପଣଙ୍କ ଆଧାର କାର୍ଡରେ ଜାରି ହୋଇଥିବା କିଛି ସିମ ଅନ୍ୟ କେହି ବ୍ୟବହାର କରୁଛି ତେବେ ସେହି ସିମକୁ ବନ୍ଦ କରିବା ପାଇଁ ଏହି ପୋର୍ଟଲରେ ଆବେଦନ କରି ପାରିବେ ।

ଏଥିପାଇଁ ଆପଣ ପ୍ରଥମେ https://tafcop.dgtelecom.gov.in/ କୁ ଯାଆନ୍ତୁ । ୱେବସାଇଟ ଖୋଲିବା ପରେ ଆପଣ ଏଠି ନିଜର ମୋବାଇଲ ନମ୍ବର ଦିଅନ୍ତୁ ଓ OTP ପାଇଁ ରେକୁଏଷ୍ଟ କରନ୍ତୁ । ଏହା ପରେ ଆପଣଙ୍କ ମୋବାଇଲ ଫୋନରେ ଗୋଟିଏ ଓଟିପି ଆସିବ ଓ ଏଠି ଓଟିପି ଦେଲେ ଆପଣଙ୍କ ମୋବାଇଲ ନମ୍ବର କେଉଁ ଆଧାର କାର୍ଡ ସହ ଯୋଡି ଅଛି ତାହା ଜଣା ପଡିଯିବ ।

ଯେଉଁ ସିମ ଆପଣଙ୍କ ଆଧାର କାର୍ଡ ଦ୍ଵାରା ଜାରି କରାଯାଇଛି ଓ ସେହି ସିମକୁ ଆପଣ ବ୍ୟବହାର କରୁ ନାହାନ୍ତି ତେବେ ସେହି ସିମକୁ ଆପଣ ଏହି ୱେବ ପୋର୍ଟାଲ ମାଧ୍ୟମରେ ସିମକୁ ବନ୍ଦ କରିବା ପାଇଁ ଆବେଦନ କରି ପାରିବେ । କହିଦେଉଛୁ କି ସରକାରଙ୍କ ଜାରି ହୋଇଥିବା ନିର୍ଦେଶ ଅନୁସାରେ ଗୋଟିଏ ଆଧାର କାର୍ଡରେ ୯ ଟି ସିମ ଜାରି ହୋଇ ପାରିବ । କହିବାକୁ ଗଲେ ଏହିଭଳି ସୁବିଧା ଲୋକମାନଙ୍କୁ ବହୁତ ସାହାର୍ଯ୍ୟ କରିବ ଓ ସେମାନେ ଜାଣି ପାରିବେ କି ତାଙ୍କର ଆଧାର କାର୍ଡରେ କେତୋଟି ସିମ ଜାରି ହୋଇଛି ଓ ତାକୁ ବି ଏମାନେ ବନ୍ଦ କରି ପାରିବେ ।

Leave a Reply

Your email address will not be published. Required fields are marked *