୫୦୦ ବର୍ଷରେ କାହିଁକି ୩୨ ଥର ବନ୍ଦ ହେଲା ରଥଯାତ୍ରା, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ, ପବିତ୍ର ରଥଯାତ୍ରା ରେ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଛା ଏବଂ ଅଭିନନ୍ଦନ । ବର୍ଷ ୧୫୬୬ ରୁ ୧୫୭୭ ମସିହା ପ୍ରାଏ ୯ ବର୍ଷ ପର୍ଯ୍ୟନ୍ତ ପୁରୀରେ ରଥଯାତ୍ରା ବନ୍ଦ ଥିଲା । ଏହାର କାରଣ କଳାପାହାଡ ର ଆକ୍ରମଣ ଯୋଗୁଁ ଶ୍ରୀ ଚିଲ୍ଲିକା ନିଶ୍ଚଳ ରେ ଶ୍ରୀଜିଉ ପାତାଳୀ ହୋଇଥିଲେ ।

ପରବର୍ତ୍ତୀ ସମୟରେ ୧୬୦୧ ଖ୍ରୀଷ୍ଟାବ୍ଦରେ ଘୋଷଯାତ୍ରା ବନ୍ଦ ହୋଇଥିଲା । କାରଣ ଏ ସମୟରେ ମୁସଲମାନ ପ୍ରଶାସକ ନିର୍ଜା ଖୁରମ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ମଧ୍ୟ ଶ୍ରୀଜିଉ କପିଳେଶ୍ଵର ଶାସନ ଗ୍ରାମ ରେ ଅବସ୍ଥାନ କରୁଥିଲେ । ବର୍ଷ ୧୬୦୭ ଖ୍ରୀଷ୍ଟାବ୍ଦ ରେ ମଧ୍ୟ ରଥଯାତ୍ରା ବନ୍ଦ ରହିଥିଲା । ସେତେବେଳ ସୁବେଦାର ହାସିମ ଖାନ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ ।

ବର୍ଷ ୧୬୦୮ ଖ୍ରୀଷ୍ଟାବ୍ଦ ରେ ବାହୁଡା ବିଜେ ରତ୍ନ ସିଂହାସନ ରେ ଅଧିଷ୍ଟିତ ହୋଇଥିଲେ ଶ୍ରୀଜିଉ । ପରବର୍ତ୍ତୀ ସମୟରେ ୧୬୧୧ ଖ୍ରୀଷ୍ଟାବ୍ଦ ରେ ରଥ ଯାତ୍ରା ବନ୍ଦ ଥିଲା । କଲ୍ୟାଣମଲ୍ଲ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଉପରେ ବର୍ବର ଆକ୍ରମଣ କରିଥିଲା । ସେତେବେଳେ ଠାକୁର ମାନଙ୍କୁ ଜଳପଥ ମାଧ୍ୟମରେ ଚିଲିକା କୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ଷ ୧୬୧୭ ଖ୍ରୀଷ୍ଟାବ୍ଦ ରେ କଲ୍ୟାଣମଲ୍ଲ ଦ୍ଵିତୀୟ ଥର ପାଇଁ ପୁରୀ ଉପରେ ଆକ୍ରମଣ କରିଥିଲେ ।

ଫଳରେ ୧୬୧୭ ଖ୍ରୀଷ୍ଟାବ୍ଦ ରେ ରଥଯାତ୍ରା ହୋଇ ପାରି ନଥିଲା । ୧୬୨୧ ଖ୍ରୀଷ୍ଟାବ୍ଦ ରେ ସୁବେଦାର ମହମ୍ମଦ ବେଗ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଫଳରେ ରଥଯାତ୍ରା ହୋଇପାରି ନଥିଲା । ଏହା ପରେ ସୁବେଦାର ଏକ୍ରାମ ଖାନ ୧୬୯୨ ଖ୍ରୀଷ୍ଟାବ୍ଦ ରେ ପୁରୀ ଉପରେ ଆକ୍ରମଣ କରିଥିଲେ ଫଳରେ ରଥଯାତ୍ରା ହୋଇପାରି ନଥିଲା । ପ୍ରାଏ ୧୬୯୨ ରୁ ୧୭୦୬ ପର୍ଯ୍ୟନ୍ତ ୧୫ ବର୍ଷ ଶ୍ରୀଜିଉ ବାହାରେ ଅବସ୍ଥାନ କରିଥିଲେ ।

୧୭୭୧ ଖ୍ରୀଷ୍ଟାବ୍ଦ ରେ ମହାମ୍ମଦ ତକିର ଖାନ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ ସେହି ବର୍ଷ ମଧ୍ୟ ଏକ ବର୍ଷ ନିମନ୍ତେ ଭଗବାନ ଙ୍କର ରଥଯାତ୍ରା ଅନୁଷ୍ଟିତ ହୋଇ ପାରି ନଥିଲା । ୧୭୩୩ ଖ୍ରୀଷ୍ଟାବ୍ଦ ରେ ଦ୍ଵିତୀୟ ଥର ତକିର ଖାନ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏହା ଫଳରେ ୧୭୩୩,୧୭୩୪,୧୭୩୫ ଲଗାତାର ୩ ବର୍ଷ ନିମନ୍ତେ ରଥଯାତ୍ରା ବନ୍ଦ ରହିଥିଲା ।

ଗତ ୫୦୦ ବର୍ଷ ର ଇତିହାସ କୁ ଯଦି ଆମ୍ଭେ ଅନୁଧ୍ୟାନ କରିବା ତେବେ ମୋଟ ଉପରେ ୩୩ ଥର ପାଇଁ ଶ୍ରୀଜିଉ ଙ୍କର ଏହି ପବିତ୍ର ଘୋଷଯାତ୍ରା ବନ୍ଦ ହୋଇଥିଲା ବିଭିନ୍ନ କାରଣରୁ । ମାତ୍ର ରଥଯାତ୍ରା ସମୟରେ ହିନ୍ଦୁ ମାନଙ୍କ ହୃଦୟରେ ଯେଉଁ ପବିତ୍ର ଭାବନା ରହିଅଛି ତାହା ସତରେ ଅବିସ୍ମରଣୀୟ ଅଟେ । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *