Weather Update: ଆସୁଛି ଆଉ ଏକ ଲଘୁଚାପ, ଏହି ଜିଲ୍ଲାକୁ ପ୍ରବଳ ବର୍ଷା, ସତର୍କ କରାଇଲେ ପାଣିପାଗ ବିଭାଗ

ବନ୍ଧୁଗଣ, ଆଜିଠାରୁ ସୃଷ୍ଟି ହୋଇଥିବା ଲାଗୁଚାପ । ଏହାର ପ୍ରଭାବରେ ଆଞ୍ଚଳିକ ପାଣିପାଗ ଭୁବନେଶ୍ୱର କେତୋଟି ଜିଲ୍ଲା ରେ ୟେଲ୍ଲୋ ଆଲର୍ଟ ଜାରି କରିଅଛି । ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲା ରେ ବିପଦ ସଙ୍କେତ ରହିଅଛି ।

ଏହ ସହିତ କେଉଁ କେଉଁ ଜିଲ୍ଲା ମାନଙ୍କରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି । ଉପକୂଳ ଓଡିଶା ଏବଂ ସଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣୀ ବଳୟ ସୃଷ୍ଟି ହୋଇଅଛି । ଏହାର ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ଏବଂ ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ତଥା ଆନ୍ଦ୍ରପ୍ରଦେଶ ଏବଂ ଉପକୂଳ ଓଡିଶା ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏଠି ସହିତ ରାଜସ୍ଥାନ ରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଥିବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟ ର ଅଧିକାଂଶ ସ୍ଥାନରେ ହାଲ୍କା ରୁ ମାଧ୍ୟମ ଧରଣର ବର୍ଷା ଲାଗି ରହିବ ।

ଦକ୍ଷିଣ ଓଡିଶା ର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ପାଣିପାଗ ବିଭାଗ ର ନିର୍ଦ୍ଧେଶକ ଏଚ ଆର ବିଶ୍ଵାସ କହିଛନ୍ତି ଯେ ଓଡିଶା ର ମୌସୁମୀ ଦୁର୍ବଳ ରହିଛି । ଯେଉଁଥିପାଇଁ ଅଧା ଓଡିଶା ରେ ବହୁଳ ମାତ୍ରାରେ ବର୍ଷା ମଧ୍ୟ ହୋଇଅଛି । ଚଳିତ ବର୍ଷ ଜୁନ ୧୪ ରୁ ଜୁଲାଇ ପହିଲା ମଧ୍ୟରେ ୨୫୩.୯ ମି.ଲି ବର୍ଷା ହୋଇଅଛି ।

ଏହି ସମୟ ମଧ୍ୟରେ ସ୍ଵାଭାବିକ ଭାବରେ ୩୧୬.୩ ମି.ଲି ବର୍ଷା ହେବା କଥା । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ପ୍ରତିଶତ କମ ବର୍ଷା ର ରେକର୍ଡ କରାଯାଇଅଛି । ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଅଛି, ଭଦ୍ରକ, ଯାଜପୁର, ଗଜପତି ଜିଲ୍ଲାରେ ସବୁଠାରୁ ଅତି ନନିଅଣ୍ଟିଆ ରହିଅଛି । ମାତ୍ର ବାକି ୧୬ ଟି ଜିଲ୍ଲାରେ ସ୍ଵଭାବିକ କିମ୍ବା ତା ଠାରୁ ଅଧିକ ବର୍ଷା ହୋଇଅଛି ।

ରବିବାର ଓଡିଶା ଉପକୂଳ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା ବେଳେ, ଏହା ପ୍ରଭାବରେ ଦକ୍ଷିଣ ଓଡିଶାର ୨ ରୁ ୩ ଟି ଜିଲ୍ଲା ରେ ପ୍ରବଳ ବର୍ଷା ହେବ । ତେବେ ୧୨ ତାରିଖ ଏବଂ ୧୩ ତାରିଖରେ ମାଲକାନାଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡା, ନୂଆପଡା, ନବରଙ୍ଗପୁର ଏବଂ ମୟୂର ଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି ।

ସେହିଭଳି ୧୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ରେ ପ୍ରବଳ ବର୍ଷା ହେବ । ବାକି ଜିଲ୍ଲା ଗୁଡିକରେ ହାଲ୍କା ରୁ ମାଧ୍ୟମ ଧରଣର ବର୍ଷା ହୋଇପାରେ । ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲା ର ନରାଜ ଠାରେ ୯୦.୮ ମିନିଟ ର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି । ବନ୍ଧୁଗଣ ଆପଣ ମାନଙ୍କୁ ନିଶ୍ଚିତ ସତର୍କ ରହିବାକୁ ହେବ ।

Leave a Reply

Your email address will not be published. Required fields are marked *