6 ମାସରେ ଥରେ ଖାଆନ୍ତୁ, ପେଟର ଥିବା କୃମି ମଳ ବାଟ ଦେଇ ବାହାରି ଯିବ (Worms in Stomach Home Remedies)

ନମସ୍କାର ବନ୍ଧୁଗଣ, ପେଟ ଜନିତ ସମସ୍ୟା ବର୍ତ୍ତମାନ ସମୟରେ ଅନେକ ଲୋକ ଭୋଗ କରୁଛନ୍ତି । ତେବେ ସମସ୍ତଙ୍କ ସମସ୍ୟା ସମାନ ନଥାଏ କିଏ କେଉଁ ପ୍ରକାର କଷ୍ଟ ଅନୁଭବ କରୁଛନ୍ତି ସେହିଭଳି ଭାବରେ ତାଙ୍କର ଚିକିତ୍ସା ମଧ୍ୟ କରାଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଯଦି ଆପଣଙ୍କ ପେଟରେ କୃମି ହୋଇଛନ୍ତି ଆଉ ସେଥିପାଇଁ ଆପଣ ବହୁତ କଷ୍ଟ ପାଉଛନ୍ତି ଆଉ ତାହାର ଚିକିତ୍ସା ସଠିକ ରୂପରେ ହେଉନାହିଁ ତେବେ ଆପଣ ମାନେ ଆମର ଏହି ଉପଚାରକୁ ପ୍ରୟୋଗ କରନ୍ତୁ ଏବଂ ପେଟରେ ଥିବା କୃମିକୁ ସହଜରେ ବାହାର କରନ୍ତୁ ।

ଆପଣ ଖାଉଥିବା ଖାଦ୍ୟ ଯଦି ଠିକ ଭାବରେ ହଜମ ହୋଇନଥାଏ ଏବଂ ଅଜିର୍ଣ ହୋଇଥାଏ ତେବେ ପେଟରେ କୃମି ଜନ୍ମ ନେଇଥାଏ । ଯଦି  ଆପଣଙ୍କର ହଜମ ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖା ଦେଉଥାଏ ତେବେ ଆପଣଙ୍କୁ ମନ ଇଚ୍ଛା ଯେକୌଣସି ଖାଦ୍ୟ ଖାଇବା ଉଚିତ ନୁହେଁ । ରାତିରେ ନିଦ୍ରା ପୁରା କରିବା ସହ ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ ହୋଇଥାଏ ।

ଏବଂ ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ କରିବା ଉଚିତ ହୋଇଥାଏ । ନଚେତ ଯଦି ଆପଣଙ୍କର ଯୁବାବସ୍ଥାରୁ କୃମି ସମସ୍ୟା ଦେଖାଦିଏ ତେବେ ଆପଣ ଜୀବନସାରା ରୋଗାଗ୍ରସ୍ତ ରହିଥାନ୍ତି । କୃମି ହେବାଦ୍ୱାରା ଆପଣଙ୍କୁ ଭୋକ ଠିକ ଭାବରେ ଲାଗିନଥାଏ । ଏବଂ ବହୁତ ଅଧିକ ଦୁର୍ବଳ ଲାଗିଥାଏ । କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା ହୋଇନଥାଏ । ଡାଇରିଆ ଭଳି ସମସ୍ୟା ମଧ୍ୟ ଦେଖାଦିଏ । ଚେହେରାରେ ବ୍ରଣ ହେବା ସହ ମଳଦ୍ଵାର କୁଣ୍ଡାଇ ହେବା ଭଳି ଲକ୍ଷଣ ସବୁ ଦେଖାଦିଏ ।

ତେବେ ଏହି କୃମି ସମସ୍ୟାରୁ ଉପସମ ପାଇଁ ଆପଣ ଏକ ଉପାୟ ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଆପଣ ବିଡଙ୍ଗ ଚୂନ ଅଧା ଚାମଚ ନିଅନ୍ତୁ ଏବଂ ମହୁ ଅଧା ଚାମଚ ସେଥିରେ ମିଶାନ୍ତୁ । ଏହାକୁ ଆପଣ ସାତ ଦିନ ଯାଏ ନିୟମିତ ଖାଆନ୍ତୁ । ଆପଣ ସକାଳେ ଖାଲି ପେଟରେ ଏକ ଚାମଚ ଏଥିରୁ ଖାଆନ୍ତୁ ଏବଂ ସନ୍ଧ୍ୟାରେ ଖାଲି ପେଟରେ  ଏଥିରୁ ଏକଚାମଚ ଖାଆନ୍ତୁ ।

ଏହାପରେ ଆପଣ ରାତିରେ ଏକ ଚାମଚ ତ୍ରିଫଳ ଚୂନ ନିଅନ୍ତୁ । ଏଥିରେ ଦୁଇ ଚାମଚ ଜଡା ତେଲ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ଉପାୟକୁ ଆପଣ ରାତିରେ ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କ ପେଟ ସକାଳୁ ସମ୍ପୂର୍ଣ ଭାବରେ ସଫା ହୋଇଯିବ । ପେଟରେ ରହିଥିବା ସବୁ କୃମି ମଳବାଟେ ବାହାରି ଯିବ । ଯଦି ଛୋଟ ପିଲାଙ୍କୁ ଆପଣ ଏହାକୁ ଦେବାକୁ ଚାହୁଁଛନ୍ତି ତେବେ ଏହାର ଅଧା ଆପଣ ସେମାନଙ୍କୁ ଦିଅନ୍ତୁ ।

ଛୋଟ ପିଲାଙ୍କ ପାଇଁ ଆପଣ ଖିସମିସକୁ ପାଣିରେ ପାଞ୍ଚ ଘଣ୍ଟା ଭିଜାଇ ଦିଅନ୍ତୁ ଏବଂ ସେହି ପାଣିରେ ଖିସ ମିସକୁ ଚକଟି ଦେଇ ତାହାକୁ ଛାଣି ଦିଅନ୍ତୁ ଏବଂ ଛୋଟ ପିଲାଙ୍କୁ ଖାଇବା ପାଇଁ ଦିଅନ୍ତୁ ଦେଖିବେ କୃମି ସମସ୍ୟା ସମ୍ପୂର୍ଣ ଭାବରେ ଠିକ ହୋଇଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *