12 ବର୍ଷ ପରେ ଫେରିଲା ମରିଥିବା ପୁଅ ! ବିଶ୍ଵାସ ନହେଲେ ବି ସତ… ଦେଖନ୍ତୁ କଣ ସମ୍ପୁର୍ଣ ଘଟଣା

ଦର୍ଶକ ବନ୍ଧୁ ସମସ୍ତେ ଭାବିଥିଲେ ପୁଅ ମ-ରି-ଯା-ଇ-ଛି । ପୁଅ ଆଉ ଘରକୁ କେବେ ହେଲେ ଫେରିବ ନାହି । ସେଥିପାଇଁ ଘର ଲୋକେ ପୁଅର ଶୁ-ଦ୍ଧି-କ୍ରି-ୟା କରିଥିଲେ । ହେଲେ ହଠାତ ପୁଅ ଘରେ ଆସି ପହଞ୍ଚି ଥିଲା । 7 ବର୍ଷରେ ଘରୁ ଯାଇଥିଲା ଯେ ଦୀର୍ଘ 12 ବର୍ଷ ପରେ ଘରକୁ ଫେରିଛି ଉଅ । ଆଉ ପୁଅକୁ ଦେଖି ଘର ଲୋକଙ୍କ ଖୁସି ନ କହିଲେ ସରେ । ନାତି କୁ କୋଳକୁ ନେଇ ଗେଲ କରି ପକାଉଛନ୍ତି ଆଈ ଆଉ ଅଜା ।

ନାତି ର ପାଦ କୁ ଧୋଇ ଦେଇ ଘରକୁ ସ୍ଵାଗତ କରୁଛନ୍ତି । ପାଖରେ ବସାଇ ଆଖିରୁ ଲୁହ ଝରାଇ ଅନେକ କିଛି କଥା ହୋଇ ହେଉଛନ୍ତି ।ଏମିତି ଏକ ଖୁଶିର ମୁହୁର୍ତ୍ତ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ନୂଆ ଗାଁ ବ୍ଲକ କାଳିମ୍ବା ଗାଁ ରେ । ଅଜା, ନାତି, ଆଈ ଆଜି ସବୁ ଖୁସି ଅଛନ୍ତି । ଯେଉଁ ନାତି ମ-ରି ଯାଇଛି ବୋଲି ଅଜା ଆଈ ଭାବିଥିଲେ ସେହି ନାତି ଆଜି ଦୀର୍ଘ 12 ବର୍ଷ ପରେ ପୁଣି ଘରକୁ ଫେରି ଆସିଛି ।

ସମସ୍ତଙ୍କ ଖୁସି କହିଲେ ନ ସରେ । ଉକ୍ତ ଯୁବକ ଙ୍କ ନାମ ହେଉଛି ଶାନ୍ତୁନୁ । ତେବେ ଶାନ୍ତୁନୁ ଛୋଟ ବେଳୁ ବାପା ମା ଙ୍କୁ ହ-ରା-ଇ ଅଜା ଆଈ ଙ୍କ ପାଖରେ ରହୁଥିଲେ । ଯେବେ ତାଙ୍କୁ 7 ବର୍ଷ ହୋଇଥିଲା ସେତେବେଳେ ଗାଁ ର କିଛି ଲୋକଙ୍କ ସହ ଦାଦନ ଖଟିବାକୁ ପଣ୍ଡିଚେରି ଲୁଚି ପଳାଇ ଥିଲେ ।

ସେଠାରେ କାମ ନ ପାଇ ଏଣେତେଣେ ଘୁରି ବୁଲୁଥିଲେ । ପରେ ଜଣେ ଓଡିଆ ଠିକାଦାର ଙ୍କ ପାଖରେ ଏକ ଫ୍ୟାକ୍ଟଋ ରେ କାମ କରିଲେ । ହେଲେ ଶାନ୍ତୁନୁ ଙ୍କୁ ବିନା ପଇସାରେ କାମ କରିବାକୁ ବାଧ୍ୟ କରାଗଲା । କାରଣ ସେତେବେଳେ ସେ ବହୁତ ଛୋଟ ପିଲା ଥିଲେ । ଇଚ୍ଛା ନ ଥିଲେ ବି କାମ କରିବାକୁ ଏତେ କମ ବୟସରୁ ରାଜି ହୋଇଥିଲେ ଶାନ୍ତୁନୁ ।

ଗାଁ କୁ ଆସିବାକାଉ ସୁଯୋଗ ଦେଉ ନ ଥିଲେ ଠିକାଦାର । ବର୍ଷ ବର୍ଷ ବୀତି ଚାଲିଲା । ପଣ୍ଡିଚେରି ରେ ଥିବା ସମୟରେ ହଠାତ ଜଣେ ଓଡିଆ ଶ୍ରମିକ ଖୋର୍ଦ୍ଧା ଅଞ୍ଚଳର ରଶ୍ମୀ ରଞ୍ଜନ ବେହେରାଙ୍କ ସହ ଦେଖା ହେଲା । ଶାନ୍ତୁନୁଙ୍କ ଠାରୁ ସବୁ କଥା ଜଣାଇବା ପରେ ଦେବଦୂତ ସାଜି ଉଧାର କରିବାକୁ ପ୍ରାଣ କରିଥିଲେ ରଶ୍ମୀ । ସମ୍ପୃକ୍ତ ଠିକାଦାରଙ୍କ ଠାରୁ ଶାନ୍ତୁନୁ ଲୁଚି ପଳାଇ ଆସିଥିଲେ ।

କିଛି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଭେଟିବା ପରେ ଶାନ୍ତୁନୁ ଙ୍କ ଅସଲ ଠିକଣା ମିଳିଥିଲା । ଗଣମାଧ୍ୟମ ପ୍ରତିନିଧି ଙ୍କ ଠାରୁ ଖବର ପାଇ ସାହାଯ୍ୟରେ ହାତ ବଢାଇଥିଲେ ନୟାଗଡ ଜିଲ୍ଲାପାଳ । ଶାନ୍ତୁନୁ ଙ୍କୁ ଗାଁ ରେ ଛାଡିବା ଓ ତାଙ୍କର ପରିଚୟପତ୍ର କରିବାକୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ପ୍ରତିଶ୍ରୁତି ଦେଇଛନ୍ତି । ପରେ ଜିଲ୍ଲା ସାମାଜିକ ଅଧିକାରୀ ଶାନ୍ତୁନୁଙ୍କୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *