9 ଡିସେମ୍ବର 2018 ରବିବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ:-

ଆଜି ବୋଧେ ଆପଣ କୌଣସି ନୁଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ । ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେମଧ୍ୟ ସମାଧାନ କରି ପ୍ରଶଂସିତ ହେବେ । ପାରିବାରିକସ୍ତର ହସ ଖୁସିରେ କଟିବ । କର୍ମ ପ୍ରତି ହତୋତ୍ସାହ ଏବଂ ସ୍ଵାସ୍ଥ୍ୟରେ ଅବନତି ଦେଖାଦେବ । ପ୍ରତିକାର-ଉପହାର ସ୍ୱରୂପ ଲାଲରଙ୍ଗର ବସ୍ତ୍ର ଓ ଲାଲରଙ୍ଗର ବସ୍ତୁ ଗ୍ରହଣ କରନ୍ତୁ ନାହିଁ ।

ବୃଷ:-

ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ ।  ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ । ମନଭିତରେ ରାଗରେ ଜଳୁଥିଲେ ମଧ୍ୟ କିଛି କାହାକୁ କହିବାକୁ ସାହସ ହେବ ନାହିଁ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ବାଧ୍ୟ ହେବେ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ସନ୍ତାନ ଯୋଗେ ଚିନ୍ତିତ ରହିବେ । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

ମିଥୁନ:-

ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ବିଦ୍ୟାରେ ଉନ୍ନତି କରିବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପାରିବାରିକ ପରିସ୍ଥିତି ଯୋଗୁ କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ । ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

କର୍କଟ:-

ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି । ଭଲ ଭାବରେ ବୁଝିବିଚ଼ାରି କାମ କରନ୍ତୁ ଏବଂ ନିଜର ବିଚ଼ାରକୁ ଷ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ । କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ପୈତୃକ ସମ୍ପତ୍ତିକୁ ନେଇ ବାଦ-ବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରିପାରିବେ । ମହିଳା ମାନଙ୍କର ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ । ରାଜନୀତିରେ ଫାଇଦା ଉଠାଇବେ । ବ୍ୟବସାୟରେ ପ୍ରଚୁର ଲାଭହେବ । ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ ।

ସିଂହ:-

ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତାର ବିକାଶ କରିବାର ସୁଯୋଗ ମିଳିପାରେ । ଏହି ସୁଯୋଗର ଆପଣ ପୂରା ଲାଭ ଉଠାନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ପ୍ରତିକାର- ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।

କନ୍ୟା:-

ବୋଧହୁଏ ଆଜି ଆପଣଙ୍କୁ ନିଜ ଆଖପାଖ ଲୋକଙ୍କ ପାଇଁ ନିରାଶ ହେବାକୁ ପଡ଼େ । ହୁଏତ ଏହାର କାରଣ ଆପଣଙ୍କୁ ତାଙ୍କଠାରୁ ଅଧିକ ଆଶା ରଖିବାକୁ ପଡ଼ିବ । ଏହାହିଁ ସତ୍ୟ ଯେ ଆମକୁ କାହାଠାରୁ ଅଧିକ ଆଶା ନ ରଖିବା ଉଚ଼ିତ୍ । କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବା ପୂର୍ବରୁ ପରିବାରସହ ଆଲୋଚନା କରିବା ଉଚିତ୍ ନଚେତ୍ କ୍ଷତିରେ ପଡିବେ । ଶତୃମାନେ ଦୂରେଇ ଯିବେ । ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ । ପଢାପଢିରେ ମାନସିକ ଶାନ୍ତି ମିଳିବ । ପ୍ରତିକାର- ଭିକାରୀକୁ ନିରାଶ କରିବେ ନାହିଁ ।

ତୁଳା

ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ । ପାରିବାରିକ ଶାନ୍ତିର ମାହୌଲ ଆପଣଙ୍କ ମନକୁ ସ୍ଵସ୍ଥ ରଖିବ । ନିର୍ଦ୍ଧାରିତ କାମରେ ସଫଳତା ମିଳିବ । ଚାକିରିରେ ସାଥୀ କର୍ମଚାରିମାନଙ୍କର ସହଯୋଗ ମିଳିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଏବଂ ଶତ୍ରୁମାନଙ୍କ ଚାଲ ନିଷ୍ଫଳ ହେବ, ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ବିଛା

ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ସୌଭାଗ୍ୟ ହେତୁ ଉଚ୍ଚ ଅଧିକାରୀ ଆଜି ଆପଣଙ୍କ ସପକ୍ଷରେ ରହିବେ ,ଯାହା ଫଳରେ ଆପଣଙ୍କୁ ବହୁତ ଲାଭ ହେବ । ପ୍ରଣୟ, ରୋମାନ୍ସ, ମନୋରଞ୍ଜନ ଏବଂ ମଉଜ-ମସ୍ତୀରେ ଭରପୂର ରହିବ ଆଜିର ଦିନ । ସାର୍ବଜନିକ ଜୀବନରେ ଆପଣ ମହତ୍ତ୍ୱ ପ୍ରାପ୍ତ କରିବେ । ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ । ଭାଗିଦାରୀ ସହିତ ଲାଭ ହେବ । ସୁନ୍ଦର ବସ୍ତ୍ର କିମ୍ବା ବସ୍ତ୍ରାଭୂଷଣ କ୍ରୟ କରିବେ ।  ମଧ୍ୟାହ୍ନ ପରେ ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ । ଉଚ୍ଚ ଅଧିକାରୀମାନଙ୍କ ଦ୍ୱାରା ଆପଣଙ୍କ ସହିତ କରାଯାଇଥିବା ବ୍ୟବହାରରେ ଦୁଖ ପହଁଚିପାରେ । ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ଧନୁ

ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ଆଜି ଆପଣଙ୍କ ମନ ବହୁତ ଆସ୍ୱସ୍ତି ଅନୁଭବ କରିବ । ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହ ବୃଦ୍ଧି କରିବ । ପଡ଼ୋଶୀମାନଙ୍କ ଏବଂ ଭାଇ-ଭଉଣୀମାନଙ୍କ ସହିତ ଅଧିକ ମେଳ-ମିଳାପ ରହିବ|ପ୍ରତିକାର– ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ମକର

ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ । କାର୍ଯ୍ୟରେ ଅସଫଳତା ହତାସ ସୃଷ୍ଟି କରିପାରେ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବେ । ପେଟ ସମ୍ବନ୍ଧୀତ ରୋଗରେ ଯନ୍ତ୍ରଣା ହୋଇପାରେ । ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ପଡ଼ି ସମସ୍ୟା ସୃଷ୍ଟି ହୋଇପାରେ । ପ୍ରତିକାର– ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

କୁମ୍ଭ

ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ । କୌଟୁମ୍ବିକ କ୍ଲେଶ ଆପଣଙ୍କ ମନକୁ ବ୍ୟଥିତ କରିପାରେ । ମାତାଙ୍କର ସ୍ଵାସ୍ଥ୍ୟ ଚିନ୍ତା ସୃଷ୍ଟି ହୋଇପାରେ । ସାର୍ବଜନିକ ଜୀବନରେ ଅପଯଶ କିମ୍ବା ଅପକୀର୍ତ୍ତି ଆପଣଙ୍କ ମାନ-ପ୍ରତିଷ୍ଠାକୁ ହାନି ପହଁଚାଇପାରେ । ପର୍ଯ୍ୟାପ୍ତ ଆରାମ ଏବଂ ନିଦ ନ ମିଳିବାରରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ । ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମୀନ

ଆଜି ଆପଣ ଆଶ୍ଚର୍ଯ୍ୟ ହେବେ ,ବହୁଦିନର ସମସ୍ୟାର ସମାଧାନ ଆପଣ କରିଦେଲେ ଯାହା ଆପଣ ବହୁ ଦିନରୁ କରିପାରୁ ନଥିଲେ । ଏହି ସମସ୍ୟା ଆପଣଙ୍କର ପ୍ରିୟଜନ ମାନଙ୍କ ମଧ୍ୟରେ ଚ଼ାଲିଥିଲା । ଆପଣଙ୍କ ଖର୍ଚ୍ଚ ଯୋଗୁଁ ଅତିରିକ୍ତ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବାପାଇଁ ଉପଦେଶ । କାହା ସହିତ ଯୁକ୍ତି ହେବାର ଆଶଂକା ଅଛି । ଆର୍ଥିକ ମାମଲାରେ କିମ୍ବା ଆଦାନ-ପ୍ରଦାନରେ ସାବଧାନ ରହିବେ । ପାରିବାରିକ ସଦସ୍ୟମାନଙ୍କ ସହିତ ଝଗଡ଼ା ହୋଇପାରେ । ନକାରାତ୍ମକ ବିଚାର ମନ ଉପରେ ରହିବ,ପ୍ରତିକାର- ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *