ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତା ଜ୍ଞାନ ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଜ୍ଞାନ ଜଣେ ଲୋକପ୍ରିୟ କମେଡିଆନ ଅଟନ୍ତି ସେ ଅନେକ ଫିଲ୍ମ ଆଉ ରିଆଲିଟି ସୋରେ କାମ କରିଛନ୍ତି । ଆମ ଓଡିଶା ତଥା ଓଲିଉଡ ଇଣ୍ଡଷ୍ଟ୍ରିରେ ରେ ଜ୍ଞାନଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଆଉ ଏହାରି ମଧ୍ୟରେ ଜ୍ଞାନ ଗଣମାଧ୍ୟମ ଆଗରେ ଆସି ପରକ୍ରିୟା ପ୍ରୀତିକୁ ନେଇ ଏକ ବଡ ବୟାନ ଦେଇଛନ୍ତି ।
ଜ୍ଞାନ ଏ ନେଇ ଗଣ ମାଧ୍ୟମ ଆଗରେ କହିଛନ୍ତି-‘ମୁଁ କହିବା କଥା ଯେଉଁ ଜିନିଷ ଏବେ ଚାଲିଛି ପୁଅ ଝିଅଙ୍କର ଯେଉଁ ପ୍ରେମ ଯେଉଁ ପରକ୍ରିୟା ପ୍ରୀତି ଏବେ ଚାଲିଛି ଭୁବନେଶ୍ବରରେ ମୁଁ ଦେଖିଲି ଭାଉଜ ମାନେ ଯେଉଁ ହିସାବରେ ମାତି ଛନ୍ତି ଏମିତି ତ ଶଣ୍ଢ ମାତିବେନି । କୁକୁର ବି ମାତିବେନି ଭାଉଜ ମାନେ ଭୁବନେଶ୍ବରରେ ଯେଉଁ ଭଳି ପ୍ରେମରେ ମାତି ଛନ୍ତି ଏମାନେ ଦିଅର ମାନଙ୍କ ପଥଭ୍ରଷ୍ଟ କରି ସାରିଲେଣି ।
ପୁଅ ପିଲା କଣ କରିବେ ଆଉ ଥୋଡାଏ ସ୍ଵାମୀ ଅଛନ୍ତି ସେମାନେ ତ ରହୁ ନାହାନ୍ତି ରାତିରେ ଦେଖା ହେଉ ନାହାନ୍ତି ସେ ଦିନ ସାରା କୁଆଡେ ଚାଲି ଯାଉଅଛନ୍ତି । ସଂପୂର୍ଣ୍ଣ ଭାବରେ ମୁଁ କହିବି ଝିଅ ମାନେ ଯେଉଁ ପାତ୍ର ବ ବରପାତ୍ର ଖୋଜୁ ଛନ୍ତି ସେମାନେ ଠିକ ଭାବରେ ସିଲେକ୍ସନ କରିପାରୁ ନାହାନ୍ତି । ସେ ଝିଅ ପିଲା ଚାହୁଁଛି ତା ସହିତ ଯଦି ଶାରୀରିକ ସମ୍ପର୍କ ହୋଇଗଲା ମୋ ମନ ଖୁସି । ପ୍ରକୃତରେ ଯଦି ସେ ନାରୀ ବା ଝିଅକୁ ତାର ବାପା ମାଆ ସଂସ୍କୃତି ପରମ୍ପରା ସବୁ ଶିଖେଇ ଥିବ ସେ କେବେ ବି ପାର୍କ ଫାର୍କ ଯିବନି ।
ଏହା ସହ ସେ ରାତିରେ କାହା ସହ ଶୋଇବନି କି ରହିବନି ପୁଅ ପିଲାଙ୍କ ସହିତ । ବହୁତ ପୁଅ ପିଲା ଏଠି ରହିଲେଣି ଯେଉଁ ମାନେ ଫ୍ରଡ କରୁଛନ୍ତି ମିଛରେ ପ୍ରେମ କରି ପ୍ରତାରଣା ଦେଉଛନ୍ତି ଆଉ ଝିଅ ମାନେ କାହିଁକି ତାଙ୍କ ପାଖରେ ଫସୁ ଛନ୍ତି । ଝିଅ ମାନଙ୍କର ଭୁଲ ପ୍ରଥମେ ସେ ଯାଉଛନ୍ତି କାହିଁକି । ମୁଁ ଏବେ କହି ଦେବୀ ଆଇ ଲଭ ୟୁ ତମେ କଣ ଜାଣିଛ ମୋ ବିଷୟରେ । ତା ପରେ ୧୫ ଦିନ ଭିତରେ ଦେଖିବ ମୁଁ ବି ବିବାହିତା ମୋ ସ୍ତ୍ରୀ ଅଛି ମୋ ସହ କାହିଁକି ଫସିବ ?
ମୁଁ ଯେତେ ବଡ କଳାକାର ହୁଏ କି ବିଜନେସମ୍ୟାନ ହୁଏ ତୁମେ କାହିଁକି ଫସିବ ? ଗୋଟେ ନାରୀ ତମେ ଆଗକୁ ଭବିଷ୍ୟତ କ୍ୟାରିୟର ଅଛି । ବାହାଘରର ଦୁଇ ତିନି ବର୍ଷ ପରେ ସବୁ ସ୍ତ୍ରୀ ମାନଙ୍କୁ ସ୍ଵାମୀ ମାନେ ଗନ୍ଧାଇଥାନ୍ତି କାହିଁକି ସେଟା ମୁଁ ବି ଜାଣିନି । KFC DFC ରେ ବସି ଖାଇଦେଲେ ତମର ପ୍ରେମ ହେଇଗଲା ରାତିରେ ଯାଇ ସୋଇପଡିବ” । ତା ହେଲେ ବନ୍ଧୁଗଣ ଜ୍ଞାନଙ୍କର ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।