“ମାଲିକ ପାଖରୁ କୁକୁର ଖସି ଛୋଟ ପିଲାଟି ସହ ଯାହା କଲା ନା”… ଦେଖନ୍ତୁ କଣ କହୁଛନ୍ତି ସେହି ଛୁଆର ବାପା

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଘଟଣା ଭାଇରାଲ ହେବାରେ ଲାଗିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । କୁକୁର ହେଉଛି ଏକ ଗୃହପାଳିତ ପଶୁ । ଆଉ ଏହି କୁକୁର ବିରୋଧରେ କଲୋନୀ ବାସୀ ଥାନାରେ ଅଭିଯୋଗ କରିଛନ୍ତି ।

ଏହି କୁକୁରଟି ଏକ କୁନି ଛୁଆକୁ ତିନି ଥର କାମୁଡି ସାରିଲାଣି ତେଣୁ ଛୁଆର ବାପା ଏବେ ଏହି କୁକୁରର ମାଲିକ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଛୁଆର ବାପା ଗଣମାଧ୍ୟମ ଆଗରେ କହିଛନ୍ତି “ମୋର ଆଉ ସମସ୍ତଙ୍କର ଏଠି ଗୋଟିଏ ଦାବି ଥିଲା ଯେ, ଏହି କୁକୁରକୁ ଏଠୁ ବାହାର କରିଦିଅନ୍ତୁ । ତା ଛଡା ଆମର ତାଙ୍କ ସହ ବ୍ୟକ୍ତିଗତ କୌଣସି ଶତ୍ରୁତା ନାହି । ଆମେ କହୁନୁ ଜାଣିଶୁଣି ସେମାନେ କୁକୁରକୁ ବାହାରକୁ ଛାଡି ଦେଇଥିଲେ ।

ଯେହେତୁ କୁକୁର ଟି କଣ୍ଟ୍ରୋଲରେ ରହୁ ନାହି ତେଣୁ ତାକୁ ତୁରନ୍ତ ଏଠାରୁ ବାହାର କରାଯାଉ । କାରଣ ସେ ଯେଉଁ ଛୁଆକୁ କାମୁଡିଛି ସେ ଛୁଆ ଯେତେବେଳେ ଜାଣିବ ଆଉ କୁକୁର ନାହିଁ ସେ ବିନା ଡରରେ ଏଠି ବୁଲିବ । କୁକୁରକୁ ବାହାର କରି ଦୟା କରି ସମସ୍ତେ ଏଠାରେ ଶାନ୍ତିରେ ରୁହନ୍ତୁ । ମୋ ଛୁଆକୁ କୁକୁର କାମୁଡିଲା ପରେ ୨୫ ମିନିଟ ସିଲେଇ ହେଇଛି ବିନା ଆନେସ୍ଥେସୀଆରେ ଆପଣ ଭାବନ୍ତୁ ଯୁବକ ମାନଙ୍କୁ ଯଦି ଫୋଡି ଦେଉଛନ୍ତି ସେମାନେ କେତେ କାନ୍ଦୁଛନ୍ତି ।

୨୫ ମିନିଟ ତା ପିଠି ଆଉ ପେଟରେ ସିଲେଇ କରିଛନ୍ତି ପୋଡିଛନ୍ତି ସେ ରଡି କରୁଥିଲା ୨୫ ମିନିଟ । ଯେଉଁ କଷ୍ଟ ଆମ ଛୁଆ ପାଇଛି ସେଇଟା ଆମେ କେବେ ବି ଭୁଲି ପାରିବୁନି । ଯଦି ପୁଣି ବି କିଛି କ୍ରୀମିନାଲ କେସ କରିବାକୁ କିଏ ଚାହୁଁଛନ୍ତି ତାହା କେବଳ ସରକାର କରିବେ । ୮ ବର୍ଷର ଛୁଆ ୬ ବର୍ଷର ଛୁଆ ଆମେ ଅସାନ୍ତି ଜାଗାରେ ବଡ କେମିତି କରିବୁ ? ଏ ଭିତରେ ପଶିବାକୁ ଚାହୁଁ ନାହୁଁ । ବିଏମସି ଆସନ୍ତୁ କି ସରକାର ଆସନ୍ତୁ ଦୟା କରି ଏ କୁକୁରକୁ ଏଠାରୁ ନେଇକି ଯାଆନ୍ତୁ । ଆମର ଆଉ କିଛି ଦରକାର ନାହି ।

କୁକୁର ମାଲିକ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ଆମେ ବି ଦରକାର ପଡିଲେ ସେମିତି କରିବୁ” । ଏ ନେଇ ଅନ୍ୟ ଜଣେ ମହିଳା କହିଛନ୍ତି କି ” ପିଲାବେଳୁ କୁକୁରର ସ୍ଵଭାବର ଏମିତି ହୋଇଥାଉ ପାରେ ଯାହା ମାଲିକ ହୋଇ ପରିବର୍ତ୍ତନ କରିପାରି ନାହାନ୍ତି କିମ୍ବା ତାର କୌଣସି ଅଭାବ ହେଉଛି କି ଖାଇବାକୁ ଦିଆହେଉ ନାହି । ଯେବେ କୁକୁରଟି ପ୍ରଥମ ଥର ଆକ୍ରମଣ କରିଲା ମାଲିକ ବୁଝିବାର ଥିଲା କଣ ସମସ୍ଯା ରହିଛି ଟ୍ରେନିଙ୍ଗରେ ହେଉ ବା ରଖିବାରେ ହେଉ ।

ଯାହା ପାଇଁ କୁକୁର ହିଂସ୍ର ହୋଇଯାଉଛି । ଛୋଟ ପିଲାଙ୍କୁ ଅଧିକ ଆକ୍ରମଣ କରୁଛି କୁକୁରଟି ଆମେ କଣ ସବୁବେଳେ ପିଲାଙ୍କୁ ହାତ ଧରି ରହିବୁ କି ” ? ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *