ମାଣବସା ଗୁରୁବାର ରାତିରେ ଘରେ କରନ୍ତୁ ଏହି ଛୋଟ ଉପାୟ, ସ୍ଵୟଂ ମା’ ଲକ୍ଷ୍ମୀ ଆସିବେ ଘରକୁ… ରାତା ରାତି ହେବେ ମାଲାମାଲ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଗୁରୁବାର ମାଣବସା ଦିନ ରାତିରେ କେଉଁ ଉପାୟ କରିଲେ ଧନର ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ବର୍ଷର ପ୍ରତେକ ଗୁରୁବାର ମା ଲକ୍ଷ୍ମୀଙ୍କ ବାର ହେଲେ ମଧ୍ୟ ୪ ଗୋଟି ପବିତ୍ର ମାସ ମଧ୍ୟରୁ ମାର୍ଗଶିର ମାସର ପ୍ରତେକ ଗୁରୁବାର ଗୁଡିକର ସ୍ଵତନ୍ତ୍ର ମହତ୍ଵ ରହିଛି । ଏହି ଦିନ ଗୁଡିକରେ ଧନୀ, ଗରିବ, ଉଚ୍ଚ, ନିଚ୍ଚା ଜାତିର ବ୍ୟକ୍ତି ଧାନ ମାଣ ବସାଇ ଅର୍ଣ୍ଣଦାତ୍ରୀ ମା ଲକ୍ଷ୍ମୀଙ୍କର ପୂଜା ଆରାଧନା କରିଥାନ୍ତି ଓ ଲକ୍ଷ୍ମୀ ପୁରାଣ ପାଠ କରିଥାନ୍ତି ।

ପ୍ରତେକ ଓଡିଆଣୀ ଏହାକୁ ଭକ୍ତି ଓ ନିଷ୍ଠାର ସହ ପୂଜା କରିଥାନ୍ତି । ପୂଜାର ପୂର୍ବ ଦିନ ଘର ଧୋଇ ପୋଛା ମାରି ଗୋବରରେ ଲିପି ଅରୁଆ ଚାଉଳ ବାଟି ଚିତା ପକାଇଥାନ୍ତି । ପ୍ରଥମେ କୁସୁମ, ମଣ୍ଡା ଫୁଲ, ପଦ୍ମ ଫୁଲ ଓ ଅନ୍ୟ ସବୁ ଦରକାରୀ ଜିନିଷ ରେଡି କରି ରଖିଥାଉ । ଏହା ପରେ ଏକ ଖଟୁଲି ନେଇଥାଉ ଯେଉଁଥିରେ ପଦ୍ମ ଫୁଲର ଚିତା ପକାଯାଇଥିବ । ଖଟୁଲିରେ ଶୁକ୍ଲ ଧାନ ରଖିବା ସହ ଫଳ, ଭୋଗ, ଧୂପ, ଦୀପ ଦେଇ ହିରି, ପୁରୀ, ଖେଛେଦୀ, ପିଠା ପଣାରେ ଘର ପବିତ୍ର ହୋଇଥାଏ ।

ସକାଳ ପାଇଁ ବାଳ ଭୋଗ ସ୍ୱରୂପ ଫଳ ଭୋଗ ଲଗାଇବେ । ଝୋଟି ୧୬ କୋଟି କରି ଖଟୁଲି ରଖିପାରିବେ । ଏହିପରି ପୂଜା କରିବା ଉଚିତ ମାଣବସା ଗୁରୁବାର ଦିନ । ଏହା ପରେ ଖଟୁଲିରେ ଧାନ ଭରପୁର କରି ରଖିବେ ମା ଲକ୍ଷ୍ମୀ ସେତିକି ସନ୍ତୁଷ୍ଟ ହେବା ସହ ଘରେ ଧନର ବର୍ଷା କରିବେ । ଏବେ ଧାନ ଉପରେ ମାଣ ରଖି ଧାନ ଭରି ଆଉ ଗୋଟେ ସେର ମାଣ ବସାଇବେ । ଏହା ପରେ ବଡ ତସଲା ନେଇ କିଛି ହଳଦୀ ପାଣି, ମଥାଗନ୍ଧା ମିଶାଇ ଖଟୁଲିରେ ଦୁବ ଘାସରେ ସିଞ୍ଚନ କରିବେ ।

ମନକୁ ସଜାଯିବା ପରେ କଳସ ବସାଇବେ । ପରେ ମାନ ଉପରେ ୩ଟି ଗୁଆ ଓ ହଳଦୀ ରଖିବେ । ମାତା ଙ୍କୁ ବସ୍ତ୍ର ପିନ୍ଧାଇବା ପାଏ ସୁନ୍ଦର ଭାବେ ସଜାଇବେ । ଏହା ପରେ ସୋରିଷ, କନ୍ଦମୂଳ, ମୂଳା, ଅଁଳା ପତ୍ର ଆଉ ମା ଲକ୍ଷ୍ମଙ୍କ ଯାହା ପସନ୍ଦ ସବୁ ରଖିବେ । ନୀତି ନିୟମ ସହ ମାଣବସା ପୂଜା କରିବେ । ଦିନ ପୂଜା ସାରିବା ପରେ ରାତିରେ ଏହି ଛୋଟ କାମ କରିଲେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ପ୍ରଥମେ ଦୁଇଟି ଯୋଡା କଦଳୀ ନେଇ ମା ଲକ୍ଷ୍ମୀଙ୍କ ପାଖରେ ରଖିବା ସହ ନିଜର ଦୁଖ କଥା ଜଣାନ୍ତୁ ।

ମାଙ୍କୁ ମନ ଖୋଲି ମାଗନ୍ତୁ । ପରେ ସିନ୍ଦୁର ଓ ତେଲ ନେଇ ମିଶ୍ରଣ କରି କଦଳୀ ଉପରେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ । ଏହା ପରେ ଓମ ନମହ ଭଗବତେ ବାସୁଦେବାୟ ନମହ ମନ୍ତ୍ର ୨୧ ଥର ଜପ କରିବା ପରେ କଦଳୀକୁ ରାତି ସାରା ସେଠାରେ ରଖନ୍ତୁ । ସକାଳୁ ସ୍ନାନ କରି ପୂଜା କରିବା ପରେ କଦଳୀକୁ ପରିବାର ସଦସ୍ୟଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଏହି ଉପାୟ କରିଲେ ଗ୍ରହ ଦୋଷ ଦୂର ହେବା ସହ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *