ଏଥର ଆଉ କାହାସହ ଚେନ୍ନାଇ ନୁହଁ, ନିଜ ସ୍ତ୍ରୀ Truptiଙ୍କୁ ଧରି ମୁମ୍ବାଇ ବାହାରିଲେ ସୁପରଷ୍ଟାର Babushaan Mohanty, କଣ କହୁଛନ୍ତି ଦେଖନ୍ତୁ Video

ଦର୍ଶକ ବନ୍ଧୁ ଦିନେ ପତି-ପତ୍ନୀ ଓ ଓଡିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଙ୍କ ବିବାଦ ଦାନ୍ଡ ରେ ପଡି ହାତରେ ଗଡିଥିଲା । ଆଉ ଟା ପରେ ବାବୁସାନ ଚେନ୍ନାଇ ପଳାଇ ଯାଇଥିଲେ ତାହା ପୁଣି ସେହି ଅଭିନେତ୍ରୀ ଙ୍କ ସହ । କିନ୍ତୁ ଆଜି ବାବୁସାନ ଚେନ୍ନାଇ ଯାଉ ନାହାନ୍ତି ଆଜି ସେ ମୁମ୍ବାଇ ଯାଉଛନ୍ତି । ତାଙ୍କ ସ୍ତ୍ରୀ ତୃପ୍ତି ଙ୍କୁ ନେଇ । ଅନେକ ବିବାଦ ପରେ ତାଙ୍କ ପାରିବାରିକ ଜୀବନ ଏବେ ସୁଖମୟ ହେଉଛି ।

ଏ କଥା ଆମେ ଏଥିପାଇଁ କହୁଛୁ କାରଣ ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ପରେ ପ୍ରଥମ ଥର ପାଇଁ ସ୍ଵାମୀ ସ୍ତ୍ରୀ ଦର୍ଶକ ଦେଖିଥିଲେ ଏକ ହସ୍ପିଟାଲ ରେ । ଆଉ ସ୍ତ୍ରୀ ତୃପ୍ତି ସବୁ ରାଗ ଅଭିମାନ ଭୁଲି ସ୍ଵାମୀ ବାବୁସାନ ଙ୍କ ଦେହ ଯେବେ ଖରାପ ହୋଇଥିଲା ହସପିଟାଲ ରେ ଅହଞ୍ଚି ଥିଲେ । ସ୍ଵାମୀ କେତେବେଳେ କେଉଁ ଔଷଧ ଖାଇବେ ତାହା ବୁଝି ହସ୍ପିଟାଲ ରୁ ଡିଶଚାର୍ଜ ସ୍ଵାମୀ ଙ୍କୁ ଘରକୁ ଆଣିଥିଲେ । ଆଉ ସେବେ ଠାରୁ ସ୍ବାମୀଙ୍କ ଯତ୍ନ ନେଉଛନ୍ତି ତୃପ୍ତି ।

ପୁଅ ଗୁଆନ ବି ବାପା ପାଖକୁ ଫେରି ଆସିଛି । ଯେଉଁ ଚର୍ଚ୍ଚା ଯେଉଁ ଚର୍ଚ୍ଚା ଲାଗି ରହିଥିଲା ଯେ ପାରିବାରିକ ଝଡ ଉଠିଥିଲା, ତାହା ମଧ୍ୟ ଧୀରେ ଧୀରେ ସମାଧାନ ହୋଇଥିଲା । ଆଉ ସବୁକିଛି ଠିକଠାକ ହୋଇଗଲା ସେବେ, ଯେବେ ଦମନ ସିନେମା ଦେଖିବା ପାଇଁ ତୃପ୍ତି ଆଉ ବାବୁସାନ ମହାନ୍ତି ଏକାଠି ହଲ ଯାଇଥିଲେ । ଆଉ ବର୍ତ୍ତମାନ ଦେଖିବାକୁ ମିଳିଛି ଯେ ବାବୁସାନ ମୁମ୍ବାଇ ଯାଉଛନ୍ତି । ଆଉ ତାଙ୍କ ସହିତ କୌଣସି ଅଭିନେତ୍ରୀ ନାହାଁନ୍ତି ଅଛନ୍ତି ତାଙ୍କ ସ୍ତ୍ରୀ ତୃପ୍ତି ।

କାରଣ ବାବୁ ଏବେ ବର୍ତ୍ତମାନ ତୃପ୍ତି ଙ୍କୁ ନେଇ ଜୀବନ ସାରା କେବଳ ତୃପ୍ତି ରେ ହିଁ ରହିବାକୁ ଚାହାଁନ୍ତି । ବାବୁସାନ କହିଛନ୍ତି ଯେ “ମୁଁ ବହୁତ ଖୁସି ଅଛି ଏବଂ ମୁଁ ଦର୍ଶକଙ୍କୁ ତଥା ସମଗ୍ର ଓଡିଶାବାସୀ ଙ୍କୁ, ବାହାରେ ଥିବା ଓଡିଆ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । କାରଣ ଏତେ ମାତ୍ରାରେ ଭଲ ପାଇବା ମିଳିଛି ଯେ ମୋ ଚଳଚିତ୍ର “ଦମନ” ଏକ ନ୍ୟାସନାଲ ଓଡିଅମ ରେ ଓଡିଆ ଚଳଚିତ୍ର ଟି ରିପ୍ରେଜେଣ୍ଟିଭ କରିବ ।

ଓଡିଆ ଭାଷା ତଥା କଲଚର କୁ ରିପ୍ରେଜେଣ୍ଟିଭ କରିବାର ସୁଯୋଗ ପାଇଛି ଏବଂ ଏହା ସମ୍ଭବ ହୋଇଛି ଦର୍ଶକଙ୍କ ନିମନ୍ତେ, ଓଡିଶାବାସୀ ଙ୍କ ନୀମନ୍ତେ, ସବୁ ଓଡିଆ ମାନଙ୍କ ପାଇଁ । ମୁଁ ବହୁତ ଗର୍ବ ଅନୁଭବ କରୁଛି । ଫିଲ୍ମ ଯେମିତି ଅଛି ସେମିତି ରହିବ ମାତ୍ର ଖାଲି ହିନ୍ଦୀ ରେ ଡବିଙ୍ଗ କରାଯିବ “ଦମନ” । ଗୀତ ଗୁଡିକ ହିନ୍ଦୀରେ ହେବ ଯେଉଁଠି ଦରକାର ସେଠାରେ ପାଳିଶ କରାଯିବ । ଓଡିଆ ଟା ଓଡିଆରେ ରହିବ କିନ୍ତୁ ଭାଷା ପାଇଁ ତାକୁ ଯେଉଁଠି ଯେଉଁଠି ଦରକାର ପରିବର୍ତ୍ତନ ହେବ ।

ଯେଉଁ ମାନେ ଅଣଓଡିଆ ଅଛନ୍ତି ସେମାନେ ମଧ୍ୟ ପ୍ରଶଂସା କରିଛନ୍ତି ଏହି ଚଳଚିତ୍ର ର” । ଏଥିପାଇଁ ବାବୁସାନ ବର୍ତ୍ତମାନ ଯେଉଁଠିକୁ ଯାଉଛନ୍ତି ନିଜ ପତ୍ନୀ ତୃପ୍ତି ଙ୍କୁ ନେଇ ଯାଉଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *