ଦର୍ଶକ ବନ୍ଧୁ ଆଜିର ସମୟରେ ସୋସିଆଲ ମିଡିଆରେ ପ୍ରତି ଦିନ କିଛି ନା କିଛି ଘଟଣା ବିଷୟରେ ଚର୍ଚ୍ଚା ହେଉଛି । ଖାସ କରି ଆଜିକା ଡେଟରେ ଝିଅ ମାନଙ୍କ ପ୍ରେମକୁ ନେଇ ତ ସ୍ଵାମୀ ସ୍ତ୍ରୀ କୁ ଘରୁ ବାହାର କରି ଦେଲା ଏଭଳି ମାମଲାରେ ଅନେକ ଘଟଣା ସାମ୍ନା କୁ ଆସୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଘଟଣା ନଜର କୁ ଆସିଛି । ଜଣେ ମହିଳା ନିଜ ଶ୍ଵଶୁର ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ଆଉ କିଛି ଏପରି କହିଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ବାପା ସମାନ ଶ୍ଵଶୁର ବୋହୂ ସହ ଏମିତି ବ୍ୟବହାର କରିପାରେ ତାହା ନ ଦେଖିଲେ ବିଶ୍ଵାସ କରି ହେବ ନାହି । ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମହିଳା ଜଣକ କହିଛନ୍ତି କି “ମୁଁ ବାହା ହୋଇଥିଲି ୨୦୧୩ ଜୁଲାଇ ୭ରେ ସୁଶେନ କୁମାର ମହାରଣାଙ୍କୁ । ବାହାଘର ପରେ ମୋତେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଲେ ଆଉ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଲେ । ଢେଙ୍କାନାଳରେ ଜାଗା, ହୋଣ୍ଡା କାର ଡିମାଣ୍ଡ କରିଲେ ମୋ ଶ୍ଵଶୁର ଘର ଲୋକେ ।
ମୋ ଘର ଲୋକେ ୫ଲକ୍ଷ ଟଙ୍କା ଯୌତୁକ ଆକାରରେ ଦେବା ସହ ସୁନା ଜିନିଷ ମଧ୍ୟ ଦେଲେ । ମୋ ଶ୍ଵଶୁର ବହୁତ କଦର୍ଯ୍ୟ ବ୍ୟବହାର କରିଛନ୍ତି ଯାହା ବିଷୟରେ ମୁଁ ମୋ ସ୍ବାମୀଙ୍କୁ କହିଲି ତଥାପି ସେ ବିଶ୍ଵାସ କରିଲି ନାହି । ଥରେ ରାତିରେ ମୋ ଶ୍ଵଶୁର ମୋ ପେଟରେ ହାତ ମାରିଥିଲେ ଯାହା ବିଷୟରେ ସ୍ବାମୀଙ୍କୁ କହିଲି କିନ୍ତୁ ସେ ଖିଲେ ମୋ ବାପା ଏମିତି କରି ନାହାନ୍ତି । ଶ୍ଵଶୁରଙ୍କୁ ପ୍ରତିବାଦ କରିବାରୁ ସେ କହିଲେ ପାଟି କରନି ଗାଁ ଲୋକେ ଶୁଣିଲେ ମୋ ଇଜ୍ଜତ ମହତ ତଳେ ପଡିବ ।
ତା ପରେ ମୋତେ ଶ୍ଵଶୁର ଭୁଲ ମାଗିଲେ ଆଉ ବାରମ୍ବାର କରି ଚାଲିଲେ । ସେ ଜାଣିଗଲେଣି ମୋ ବାଥରୁମରେ କେଉଁ ଅବସ୍ଥାରେ ଗାଢୁଛି ମୋ ସ୍ବାମୀଙ୍କୁ ଆସି ଅଭିଯୋଗ କରିବେ ମୋ ଶ୍ଵଶୁର । ବହୁତ କଦର୍ଯ୍ୟ ଜିନିଷ ମୋ ଶ୍ଵଶୁର ମୋତେ ପଚାରନ୍ତି ଯେଉଁଟା ମୋ ସ୍ଵାମୀଙ୍କୁ କହିଲେ ବି ସେ ଭାବିଲେ ମିଛ କହୁଛି । ମୋତେ ମାରିବାକୁ କାହାକୁ ଟଙ୍କା ଦେଇଛନ୍ତି । କୁମାର ପୂର୍ଣ୍ଣିମାରେ ମୋତେ ଭାର ଦେଇ ବାପଘରକୁ ପଠାଇଲେ ଆଉ କହିଲେ ୧୫ ଦିନ ପରେ ଆସି ନେବୁ ।
କିନ୍ତୁ ତ ପରେ କୋର୍ଟରେ ମୋ ନାଁ ରେ କେସ କରିଛନ୍ତି । ଢେଙ୍କାନାଳ ଓ ସାଲେପୁର ଥାନାରେ ମୁଁ ଏତାଲା ଦେଇଥିଲେ ବି କେସ ପ୍ରତିକ୍ରିୟା ଦେଖାଇ ନାହାନ୍ତି କି ପରିବାର ଲୋକ ଶୁଣୁ ନାହାନ୍ତି । ମୋତେ ମୋ ସ୍ଵାମୀ ଦରକାର ନ୍ୟାୟ ଦରକାର । ମୋ ଚରିତ୍ର ଉପରେ ଆଙ୍ଗୁଳି ଉଠାଯାଇଛି ତାହାର ନ୍ୟାୟ ଦରାକର । ନାଁ ଖାଇବି ନାଁ ପିଇବି ମୁଁ ଜୀବନକୁ ଶେଷ କରିଦେବି ମୋତେ ନ୍ୟାୟ ନ ମିଳିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।