ଦୁର୍ଘଟଣାର ତିନି ଦିନ ପରେ Live ଆସି କାନ୍ଦି କାନ୍ଦି ସେ ଦିନ ରାତି ବିଷୟରେ କହିଲେ Rani Panda

ବନ୍ଧୁଗଣ ରାଣୀ ପଣ୍ଡା କର ଦୁର୍ଘଟଣା କୁ ନେଇ ନିଜର ସଫେଇ ଦେଲେ । ଭୋଜି ଖାଇ ଫେରିବା ସମୟରେ ରାନୀ ପଣ୍ଡା ଙ୍କ କର ସହ ବାଇକ ଆରୋହି ଙ୍କ ଧକ୍କା ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ଙ୍କ ମୃତ୍ୟୁ ଘଟିଛି । ଏ ନେଇ ବାଇକ ଆରୋହି ଙ୍କ ମା ରାଣୀ ପଣ୍ଡା ଙ୍କୁ ସିଧା ସଳଖ ଦାୟୀ କରିଛନ୍ତି ଆଉ ନ୍ୟାୟ ମଧ୍ୟ ମାଗିଛନ୍ତି । ସୂଚନା ଅନୁଯାୟୀ ଘଟଣା ର ୩ ଦିନ ପରେ ସଫେଇ ଦେଲେ ରାଣୀ ପଣ୍ଡା ।

ରାଣୀ ପଣ୍ଡା ଓ ବାଇକ ଆରୋହି ଙ୍କ ହୋଇଥିବା ଦୁର୍ଘଟଣାରେ ତାଙ୍କର କିଛି ଭୁଲ ନ ଥିବା ସେ କହିଛନ୍ତି । ଏହା ସହ ଅନେକ କଥା ମିଥ୍ୟା ପ୍ରଚାର ହେଉଥିବା ସହ ଦୋଷ ନ କରି ଦୋଷୀ ଥିବା କହିଛନ୍ତି ରାଣୀ ପଣ୍ଡା । ସେ କହିଛନ୍ତି ଏହା ସହ ମୁଁ ଗରିବର ସାଥି ମୁଁ ଗୋଟିଏ ଗରିବ ପିଲା ମୁଁ କେବେ କାହାକୁ ମାରିପାରିବି ନାହି । ତେଣୁ ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କା ଦିଆଯିବା କଥା ମଧ୍ୟ କହିଛନ୍ତି ରାଣୀ ପଣ୍ଡା । ମୃତ ସୁକାନ୍ତ ଙ୍କ ପିଲାଙ୍କ ଭବିଷ୍ୟତ ଗଢିବା ସହ ଅନ୍ୟ  ବିଭିନ୍ନ ପ୍ରକାରର ସାହାଜ୍ଯ କଥା ମଧ୍ୟ କହିଛନ୍ତି ରାଣୀ ପଣ୍ଡା ।

ଏ ନେଇ ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ରାଣୀ ପଣ୍ଡା । ଆଜି ସକାଳୁ ସକାଳୁ ମଧ୍ୟ ରାଣୀ ପଣ୍ଡା ନିଜ ସୋସିଆଲ ଆକାଉଣ୍ଟ ରେ ଲାଇଭ ଆସି ନିଜ ଫ୍ୟାନ୍ସ ମାନଙ୍କୁ ତାଙ୍କ ଦୁଖ ଜଣାଇ ଛନ୍ତି । ଘଟଣା ସମ୍ପର୍କରେ ସବୁ କିଛି ଜଣାଇବା ସହ ଦୁଇ ଦିନ ଧରି ମେଡିକାଲରେ ପଡିଥିବା କଥା ମଧ୍ୟ କହିଛନ୍ତି ରାନୀ ପଣ୍ଡା । ଏହା ସହ ତାଙ୍କର କିଛି ଦୋଷ ନ ଥିବା ବେଳେ ଓଡିଶା ବାସୀ ତାଙ୍କୁ ବିଭିନ୍ନ ପ୍ରକାରର ମିଥ୍ୟା ପ୍ରଚାର ମଧ୍ୟ କରୁଛନ୍ତି ବୋଲି କହିଛନ୍ତି ।

ଏମିତିକି ତାଙ୍କ ର ହାତ, ଗୋଡ ଓ ଛାତିରେ ଆଘାତ ଲାଗିଥିବା କଥା ମଧ୍ୟ କହିଛନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡା ଲାଇଭ ଆସି କହିଛନ୍ତି କି ସୁକାନ୍ତ ର ଶୁଦ୍ଧିକ୍ରିୟା ପାଇଁ ପାଇଁ ମୁଁ ସାହାଜ୍ଯ କରିଛି । ଆଗକୁ ବି ତା ପିଲା ମାନଙ୍କର ଦାୟିତ୍ଵ ନେବା ପାଇଁ ମୁଁ ଚେଷ୍ଟା କରିବି । ମୋ ଦ୍ଵାରା ଯାହା ଯେତିକି ହେବ ମୁଁ ପିଲା ମାନଙ୍କ ପାଇଁ କରିବି ।

ମୁଁ ଏତେ ଅବିବେକୀ, ନିଷ୍ଠୁର ମଣିଷ ନୁହେଁ ମୋର ଦୋଷ ନ ଥାଇ ବି ମୋତେ ଦୋଷୀ କୁହା ଯାଉଛି । ଏତେ ଲୋକ ଥାଉ ଥାଉ ମୋରି ଗାଡି ଆଗରେ ତାର ଜୀବନ ଯିବାର ଥିଲା” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ରାଣୀ ପଣ୍ଡା ଦେଇଥିବା ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *