ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣଙ୍କ ଆଖି ରୁ ବି ଲୁହ ଝରି ଆସିବ । ତେବେ ଆଜିର ସମୟରେ ବୃଦ୍ଧାଙ୍କୁ ପୁଅ ବୋହୂ ମାନେ ପଚାରୁ ନାହାନ୍ତି ଯାହାର ଅନେକ ଘଟଣା ଦିନଉ ଦିନ ସୋସିଆଲ ମିଡିଆରେ ସାମନା କୁ ଆସୁଛି । କିନ୍ତୁ ଆଜିର ଏହି ଭିଡିଓ ରେ ଜଣେ ସ୍ତ୍ରୀ ଙ୍କୁ ତାଙ୍କ ସ୍ଵାମୀ ସନ୍ତାନ ନ ଥିବାରୁ ଘରୁ ତଡି ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ମୋର କେହି ନାହାନ୍ତି ବୋଲି ମତେ ଘରୁ ତଡି ଦେଲେ ।
ମୋର ଘର ହେଉଛି ଏଟିଏମ । ମାଗିଲେ ଏଠି ଯଦି ଦେଉଛନ୍ତି ତା ହେଲେ ଖାଉଛି ନ ହେଲେ ଉପାସ ରହୁଛି । ମୋର ପୁଅ ନାହି ବୋଲି ମୁଁ ଆଜି ଏତେ ହନ୍ତସନ୍ତ । ଯାହା ପାଇଁ ମଥାରେ ସିନ୍ଦୁର ନାଇଛି ସେ ମୋତେ ଘରୁ ତଡି ଦେଲା । ମୋର ଦୋକାନ, ଘର ବିଲ ବାଡି ସବୁ ନେଇଗଲେ । ସେଥିପାଇଁ ଏବେ ସାହାରା ପାଲଟିଛି ଏଟିଏମ । ଏ ହେଉଛି ଜଣେ ବୃଦ୍ଧାଙ୍କ ଦୁଖ । ଯାହାଙ୍କୁ ସମ୍ପତି ଲୋଭରେ ଘରୁ ତଡି ଦେଇଛନ୍ତି ଶ୍ଵଶୁର ଘର ଲୋକେ ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଇଛି ଯାଜପୁର ଜିଲ୍ଲା ବଋ ବ୍ଲକ ରାମଚାନ୍ଦପୁର ଥାନା ଅନ୍ତର୍ଗତ ରତଲାଲ ଗାଁ ର ଦାମିନୀ ମଲ୍ଲିକା ଯାହାଙ୍କର ବୟସ ୫୫ ବର୍ଷ ହେଲାଣି । ପରିବାରର ଅତ୍ୟାଚାର ସହି ନ ପାରିବାରୁ ବିଞ୍ଝାରପୁର ସେଣ୍ଟ୍ରାଲ ବ୍ଯାଙ୍କ ଏଟିଏମରେ ଦୀର୍ଘ ମାସ ଧରି ମାଗି ଯାଚି ଖାଇ ଜୀବନ ବିତାଉଛନ୍ତି । ଶୋଇବା ଠାରୁ ଆରମ୍ଭ କରି ଖାଇବା ସବୁ କିଛି ଏଟିଏମ ଭିତରେ କରୁଛନ୍ତି । ସକଳ ହେଲେ ବଜାର ବୁଲି ଚାଲିବା ସହ ସଂଗ୍ରହ କରୁଛନ୍ତି ବୃଦ୍ଧା ଜଣକ ।
ସୂଚନା ଅନୁଯାୟୀ ତାଙ୍କର ଘର ବାଡି ସବୁ ଅଛି । ହେଲେ ଦାମିନୀ ଙ୍କର ପୁତ୍ର ସନ୍ତାନ ନାହାନ୍ତି ବୋଲି ଏମିତି ଅସୁବିଧାର ସମୁଖିନ୍ନ ହୋଇଛନ୍ତି । ତେବେ ଗଣମାଧ୍ୟମରେ ଦାମିନୀ ଙ୍କ ଖବର ପ୍ରଚାର ହେବା ପରେ ଥାନା ଅଧିକାରୀ ଉକ୍ତ ବୃଦ୍ଧା ଙ୍କୁ ଘରକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ । ହେଲେ ବୃଦ୍ଧା ଜଣକ ତାଙ୍କ ଘରକୁ ଫେରିବା ପାଇଁ ମନା କରି ଦେଇଛନ୍ତି । ସେପଟେ ଥାନା ଅଧିକାରୀ ବୃଦ୍ଧ ଆଶ୍ରମ ରେ ତାଙ୍କୁ ସ୍ଥାନାନ୍ତର କରିବାକୁ ଯୋଗାଯୋଗ କରିଛନ୍ତି ।
ବହୁତ ଜଲ୍ଦି ଦାମିନୀ ଙ୍କୁ ଆଶ୍ରମ ପଠାଇବେ ବୋଲି ଥାନା ଅଧିକାରୀ କହିଛନ୍ତି । ତେବେ ପରିଣତ ବୟସରେ ଏମିତି କଷ୍ଟ ଭଗବାନ କାହାକୁ ନ ଦିଅନ୍ତୁ । ଆଜି ନିଜର ପରିବାର ଥାଇ ମଧ୍ୟ ଅସହାୟ ଅବସ୍ଥାରେ ବଞ୍ଚିବା ଦାମିନୀ ଙ୍କ ପାଇଁ କଷ୍ଟସାଧ୍ୟ ଅଟେ । ବାକି ଜୀବନ ଭଲରେ କାଟୁ ବୋଲି ଆମେ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବର ବିଷୟରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।