ଦ୍ରୁତ ବେଗରେ ମାଡି ଆସିଲା Car, ସ୍ୱାମୀ ସ୍ତ୍ରୀଙ୍କୁ ପିଟି କାର୍ ଛାଡି ଦୌଡିଲା Driver, ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଆଜିର ସମୟରେ କାର ଦୁର୍ଘଟଣା କୁ ନେଇ ଅନେକ ଖବର ସାମ୍ନା କୁ ଆସୁଛି ଯାହାର ଖବର ସୋସିଆଲ ମିଡିଆରେ ଦେଖା ଯାଇଛି । ତେବେ ବର୍ତ୍ତମାନ ଭାଇରାଲ ହୋଇଥିବା ଏହି ଭିଡିଓ ଠିକ ଏମିତି କିଛି ଦୁର୍ଘଟଣା ଘଟିଛି । ହଠାତ ଦ୍ରୁତ ବେଗରେ ମାଡି ଆସିଲା କାର ଆଉ କେହି କିଛି ବୁଝିବା ଆଗରୁ ଘଟିଗଲା ବଡ ଅଘଟଣ । ସାମନା ରୁ ଆସୁଥିବା ବାଇକ କୁ ପିଟିଲା କାର ।

ଆଉ ସେହି ବାଇକ ରେ ଥିଲେ ସ୍ଵାମୀ ସ୍ତ୍ରୀ । ଆଉ କାର ଟି ବାଇକ କୁ ଏତେ ଜୋର ରେ ପିଟିଲା ଯେ ବାଇକ ରେ ଥିବା ସ୍ଵାମୀ ସ୍ତ୍ରୀ ଛିଟିକି ପଡିଲେ । ହେଲେ କାର ଡ୍ରାଇଭର ପିଟି ସାରିବା ପରେ କାର କୁ ଛାଡି ଦୌଡିଲା । ଦୌଡିବାର କାରଣ ଥିଲା କାର ଭିତରେ ଥିଲା ମଦ । ଆପଣ ମାନେ ଏହି ଭିଡିଓ ରେ ସେହି ସମୟରେ ଭିଜୁଆଲ ଦେଖି ପାରିବେ କିପରି କାର ଭିତରେ ରହିଛି  ।

ଏମିତି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଯୁବଳି ଟାଉନ ସାହି ଭିତରେ କର ଦୃଷ୍ଟ ଗତିରେ ଯାଉଥିବା ବେଳେ ଏସବିଆଇ ଏଟିଏମ ପାଖରେ ଏକ ବାଇକ କୁ ଧକ୍କା ଦେଇଥିଲା । ଫଳରେ ବାଇକ ରେ ଥିବା ସ୍ଵାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ସାହି ଲୋକେ ଗାଡି କୁ ଘେରିଯିବା ପରେ ଗାଡି ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଦଉଡି କି କୁଟୂଣିଆ ଜଙ୍ଗଲ କୁ ପଳାଇ ଯାଇଥିଲେ ।

ଏହି କାର ଟି ପ୍ରଥମେ କଇବଲ୍ୟ ବାର ପାରିବା ବଜାର ଠାରେ ଏକ ଇଣ୍ଡିକା କାର କୁ ଧକ୍କା ଦେଇ ଦେଉଳସାହୀ ଓ ଜୋବଲି ଟାଉନ ଗାଳି ଭିତରେ ପଶି ଭାପୁର ଆଡକୁ ପଳାଇ ଯିବାକୁ ଚେଷ୍ଟା କରୁଥିଲା । ଆଉ ଠିକ ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଯାହାର ସିସିଟିଭି ଫୋଟେଜ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଟାଉନ ପୋଲିସ କାର କୁ ଜବତ କରି ଥାନାକୁ ନେଇଛି ।

ଗାଡି ଭିତରେ ରହିଛି ପ୍ରବଳ ମାତ୍ରା ରେ ଦେଶୀ ମଦ ଯାହାର  ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ । ଅନୁଗୁଳ ନମ୍ବର ଏହି କାର ଓ ଡ୍ରାଇଭର ମାନେ ଭୟରେ ମୋବାଇଲ ଫିଙ୍ଗି ଚାଲି ଯାଇଥିଲେ ଯାହାକୁ ପୋଲିସ ଜବତ କରିଛି । ତେବେ କୋରଙ୍ଗା ଅଞ୍ଚଳର ଗାଡି ବୋଲି ପ୍ରାଥମିକ ତଦନ୍ତ ରୁ ପୋଲିସ ଜାଣି ପାରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *