ଯାହା ପାଇଁ ମଥାରେ ସିନ୍ଦୁର ପିନ୍ଧିଥିଲି ସେ ମୋତେ ଘରୁ ତଡ଼ିଦେଲା, ବୁଢ଼ୀ ମା’ର ସାହାରା ପାଲଟିଛି ଏହି ATM… ବୁଢୀ ମା’ ଯାହା କହୁଛନ୍ତି ଶୁଣି ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣଙ୍କ ଆଖି ରୁ ବି ଲୁହ ଝରି ଆସିବ । ତେବେ ଆଜିର ସମୟରେ ବୃଦ୍ଧାଙ୍କୁ ପୁଅ ବୋହୂ ମାନେ ପଚାରୁ ନାହାନ୍ତି ଯାହାର ଅନେକ ଘଟଣା ଦିନଉ ଦିନ ସୋସିଆଲ ମିଡିଆରେ ସାମନା କୁ ଆସୁଛି । କିନ୍ତୁ ଆଜିର ଏହି ଭିଡିଓ ରେ ଜଣେ ସ୍ତ୍ରୀ ଙ୍କୁ ତାଙ୍କ ସ୍ଵାମୀ ସନ୍ତାନ ନ ଥିବାରୁ ଘରୁ ତଡି ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ମୋର କେହି ନାହାନ୍ତି ବୋଲି ମତେ ଘରୁ ତଡି ଦେଲେ ।

ମୋର ଘର ହେଉଛି ଏଟିଏମ । ମାଗିଲେ ଏଠି ଯଦି ଦେଉଛନ୍ତି ତା ହେଲେ ଖାଉଛି ନ ହେଲେ ଉପାସ ରହୁଛି । ମୋର ପୁଅ ନାହି ବୋଲି ମୁଁ ଆଜି ଏତେ ହନ୍ତସନ୍ତ । ଯାହା ପାଇଁ ମଥାରେ ସିନ୍ଦୁର ନାଇଛି ସେ ମୋତେ ଘରୁ ତଡି ଦେଲା । ମୋର ଦୋକାନ, ଘର ବିଲ ବାଡି ସବୁ ନେଇଗଲେ । ସେଥିପାଇଁ ଏବେ ସାହାରା ପାଲଟିଛି ଏଟିଏମ । ଏ ହେଉଛି ଜଣେ ବୃଦ୍ଧାଙ୍କ ଦୁଖ । ଯାହାଙ୍କୁ ସମ୍ପତି ଲୋଭରେ ଘରୁ ତଡି ଦେଇଛନ୍ତି ଶ୍ଵଶୁର ଘର ଲୋକେ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଇଛି ଯାଜପୁର ଜିଲ୍ଲା ବଋ ବ୍ଲକ ରାମଚାନ୍ଦପୁର ଥାନା ଅନ୍ତର୍ଗତ ରତଲାଲ ଗାଁ ର ଦାମିନୀ ମଲ୍ଲିକା ଯାହାଙ୍କର ବୟସ ୫୫ ବର୍ଷ ହେଲାଣି । ପରିବାରର ଅତ୍ୟାଚାର ସହି ନ ପାରିବାରୁ ବିଞ୍ଝାରପୁର ସେଣ୍ଟ୍ରାଲ ବ୍ଯାଙ୍କ ଏଟିଏମରେ  ଦୀର୍ଘ ମାସ ଧରି ମାଗି ଯାଚି ଖାଇ ଜୀବନ ବିତାଉଛନ୍ତି । ଶୋଇବା ଠାରୁ ଆରମ୍ଭ କରି ଖାଇବା ସବୁ କିଛି ଏଟିଏମ ଭିତରେ କରୁଛନ୍ତି । ସକଳ ହେଲେ ବଜାର ବୁଲି ଚାଲିବା ସହ ସଂଗ୍ରହ କରୁଛନ୍ତି ବୃଦ୍ଧା ଜଣକ ।

ସୂଚନା ଅନୁଯାୟୀ ତାଙ୍କର ଘର ବାଡି ସବୁ ଅଛି । ହେଲେ ଦାମିନୀ ଙ୍କର ପୁତ୍ର ସନ୍ତାନ ନାହାନ୍ତି ବୋଲି ଏମିତି ଅସୁବିଧାର ସମୁଖିନ୍ନ ହୋଇଛନ୍ତି । ତେବେ ଗଣମାଧ୍ୟମରେ ଦାମିନୀ ଙ୍କ ଖବର ପ୍ରଚାର ହେବା ପରେ ଥାନା ଅଧିକାରୀ ଉକ୍ତ ବୃଦ୍ଧା ଙ୍କୁ ଘରକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ । ହେଲେ ବୃଦ୍ଧା ଜଣକ ତାଙ୍କ ଘରକୁ ଫେରିବା ପାଇଁ ମନା କରି ଦେଇଛନ୍ତି । ସେପଟେ ଥାନା ଅଧିକାରୀ ବୃଦ୍ଧ ଆଶ୍ରମ ରେ ତାଙ୍କୁ ସ୍ଥାନାନ୍ତର କରିବାକୁ ଯୋଗାଯୋଗ କରିଛନ୍ତି ।

ବହୁତ ଜଲ୍ଦି ଦାମିନୀ ଙ୍କୁ ଆଶ୍ରମ ପଠାଇବେ ବୋଲି ଥାନା ଅଧିକାରୀ କହିଛନ୍ତି । ତେବେ ପରିଣତ ବୟସରେ ଏମିତି କଷ୍ଟ ଭଗବାନ କାହାକୁ ନ ଦିଅନ୍ତୁ । ଆଜି ନିଜର ପରିବାର ଥାଇ ମଧ୍ୟ ଅସହାୟ ଅବସ୍ଥାରେ ବଞ୍ଚିବା ଦାମିନୀ ଙ୍କ ପାଇଁ କଷ୍ଟସାଧ୍ୟ ଅଟେ । ବାକି ଜୀବନ ଭଲରେ କାଟୁ ବୋଲି ଆମେ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବର ବିଷୟରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *