ପେଟରୁ ବାହାରିଲା 187ଟି କଏନ୍, ଯାହାର ଓଜନ ଜାଣି ଆପଣଙ୍କ ହୋସ ଉଡିବ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ରହିଛି ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ଏହି ଖବର କିଛି ଏମିତି ରହିଛି ଯାହା ସମସ୍ତଙ୍କୁ ଚକିତ କରି ରଖି ଦେବ । ଆପଣ ଏହି ଦୃଶ୍ୟ ନ ଦେଖିଲେ ଜମା ବି ବିଶ୍ଵାସ କରି ପାରିବେ ନାହି । ସୂଚନା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଛି ୧୮୭ଟି କଏନ ଆଠେଣୀ ଠାରୁ ଆରମ୍ଭ କରି ରହିଛି ୧୦ ଟଙ୍କିଆ କଏନ । ଆଉ ଯାହାର ଓଜନ ରହିଛି ଗୋଟେ କେଜି ୨୦୦ ଗ୍ରାମ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବର ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ଆଉ ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ବାଗଲକୋର୍ଟ ରେ । କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଛି ୧୮୭ଟି କଏନ । ସେହି ବ୍ୟକ୍ତି ଜଣକ ମେଡିକାଲ ରେ ପେଟ ଯନ୍ତ୍ରଣା ଓ ବାନ୍ତି ହେବାର ଅଭିଯୋଗ ନେଇ ପହଞ୍ଚି ଥିଲେ । ଡାକ୍ତର ମାନେ ସେହି ବ୍ୟକ୍ତିଙ୍କ ର ଅଲଗା ଅଲଗା ଟେଷ୍ଟ କରାଇ ଥିଲେ । ଇଣ୍ଡୋଶ୍କୋପି ରୁ ଜଣା ପଡିଥିଲା ଯେ ବ୍ୟକ୍ତିଙ୍କ ପେଟରେ ବହୁତ ସାରା କଏନ ରହିଛି । ଅପରେସନ କରିବା ପରେ ବ୍ୟକ୍ତିଙ୍କ ପେଟରୁ ଟଙ୍କିକିଆ, ଦୁଇ ଟଙ୍କିଆ ଓ ପାଞ୍ଚ ଟଙ୍କିଆ ଅଲଗା ଅଲଗା କଏନ ବାହାରି ଥିଲା ।

ମୋଟ ୪୬୨ ଟଙ୍କାର ୧୮୭ ଟି କଏନ ବାହାର କରିଛନ୍ତି ଡାକ୍ତର । ଡାକ୍ତରଙ୍କ କହିବା ମୁତାବକ, ବ୍ୟକ୍ତି ଜଣଙ୍କୁ ସିଜୋଫୋର୍ଣ୍ଣିଆ ନାମକ ରୋଗ ରହିଛି । ଏହି ୮୫ ବର୍ଷୀୟ ବ୍ୟକ୍ତିଙ୍କ ନାମ ହେଉଛି ଦୟମପା ହରିଚନ୍ଦ । ସେ ରାୟପୁରରୁ ଜିଲ୍ଲାର ଲୀଙ୍ଗସୁଗୁଡ ସହରରେ ରହୁଛନ୍ତି । ଗତ ୨୬ ନଭେମ୍ବର ଶନିବାର ଦିନ ପେଟ ଯନ୍ତ୍ରଣା ହେଉଛି କହି ସେ ମେଡିକାଲ ଆସିଥିଲେ । ପୁଅ ରବି କୁମାର ତାଙ୍କ ଏଚଏସକେ ମେଡିକାଲ ଆଣିଥିଲେ ।

ସେଠାରେ ଡାକ୍ତର ତାଙ୍କର ସମସ୍ତ ଲକ୍ଷଣକୁ ଦେଖି ଇଣ୍ଡୋଶ୍କୋପି ଆଉ ଏକ୍ସରେ କରାଇ ଥିଲେ । ଇଣ୍ଡୋସ୍କୋପିରୁ ଜଣା ପଡିଥିଲା କି ବ୍ୟକ୍ତିଙ୍କ ପେଟରେ ୧.୨ କିଲୋଗ୍ରାମ କଏନ ରହିଛି । ଆଉ ଏହା ପରେ ଅପରେସନ କରିବାର ନିଷ୍ପତ୍ତି ନିଆ ଯାଇଥିଲା । ଡାକ୍ତରଙ୍କ କହିବା ମୁତାବକ ସିଜୋଫୋର୍ଣ୍ଣିଆ ରୋଗରେ ପୀଡିତ ଥିବାରୁ ଦୟମପାଙ୍କୁ କଏନ ଢୋକି ଦେବାର ଅଭ୍ଯାସ ଥିଲା ।

ସିଜୋଫୋର୍ଣ୍ଣିଆ ରୋଗୀ ମାନେ ଅସାମାନ୍ୟ ଭାବରେ ଭାବନ୍ତି, ଅନୁଭବ କରନ୍ତି ଓ ବ୍ୟବହାର କରନ୍ତି । ବ୍ୟକ୍ତି ଜଣକ ମୋଟ ୧୮୭ ଟି କଏନ ଗିଳି ଥିଲେ । ଆଉ ସେଥିରେ ପାଞ୍ଚ ଟଙ୍କିଆ ୫୬ଟି କଏନ, ୨ ଟଙ୍କିଆ ୫୧ଟି କଏନ ଓ ୧ ଟଙ୍କା ୮୦ଟି କଏନ ଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *