ଆପଣ ପ୍ରାୟତଃ ନିଜ ଜେଜେ ମାଁ ବା ଆଇ ମାଁ ଦ୍ଵାରା ପାତାଳ ଲୋକ ଉପରେ କେତେ ପ୍ରକାର କାହାଣୀ ଶୁଣି ଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଗୋଟେ ପାତାଳ ଲୋକ ଜମି ଉପରେ ଅଛି, ଯେଉଁଠି ଜମି ତଳେ ଲୋକ ଘର ତିଆରି କରି ବାସ କରନ୍ତି । ଏହାର କାରଣ ମଧ୍ୟ ବହୁତ ଅଜବ ଅଟେ, ଏହା ଆଫ୍ରିକା ଦେଶ ଟ୍ଯୁନିଶିୟା ର ଦଜେବେଲ ଦାହର ଜାଗା ଅଟେ ।
ଏହି ଜାଗାରେ ଏବେ ବି ଲୋକ କୋଟି କୋଟି ବର୍ଷ ଧରି ପୁରୁଣା ଘରେ ବାସ କରୁଛନ୍ତି ।
ଏହି ଘର ଗୁଡିକ ଜମି ତଳେ ବନା ହୋଇ ଥାଏ, ଏହି ଅଣ୍ଡରଗ୍ରାଉଣ୍ଡ ଗାଁ କୁ ତିଜମା ନାମ ଦ୍ଵାରା ସମସ୍ତେ ପରିଚିତ । ୧୦୦ ବର୍ଷ ପୁରୁଣା ଏହି ଘର ଗୁଡିକ ରେ ଲୋକ ରୁହନ୍ତି, ଏଆହା ସହ ସେ ନିଜ ଜୀବନ ଜ୍ଞାପ୍ନ ପାଇଁ ସବୁ ପ୍ରକାର ସୁବିଧା ଏଠାରେ ଜୋଗାଡି ରଖିଛନ୍ତି । ଏଠାରେ ରହୁଥିବା ଲୋକ ତାଙ୍କ ଘର ଆଖ ପାଖ ଜମି ରେ ଚାଷ କରନ୍ତି ଓ ନିଜ ଆବଶ୍ୟକ ଜିନିଷ ଚାଷ କରନ୍ତି ।
ଏହା ଛଡା ବହୁତ ଲୋକ ଏମିତି ମଧ୍ୟ ଥିଲେ ଯିଏ ଏଠାରେ ଆଗରୁ ରହୁଥିଲେ କିନ୍ତୁ ଏବେ ଶହର ଜାଗାକୁ ପଳେଈଛନ୍ତି । ଯେଉଁ ଲୋକ ଏଠାରେ ଜମି ତଳେ ରହି ଯାଇଛନ୍ତି ତାଙ୍କ ଅନୁଯାଇ ସେ ନିଜ ଜମି ଓ ନିଜ ସଂସ୍କୃତି କୁ ବହୁତ ଭଲ ପାନ୍ତି, ସେଥିପାଇଁ ସେ ଏହାକୁ ଛାଡି ଯିବା ପାଇଁ ଚାହୁଁନାହାନ୍ତି ।
ଏହି ଜାଗାରେ ଛୁଟିରେ ବୁଲିବା ପାଇଁ ବାହାର ଲୋକ ମଧ୍ୟ ଆସନ୍ତି, ଏହି ଘର ଗୁଡିକୁ ଆଗ କାଳିଆ ଲୋକ ଏହି ଭଳି ଭାବରେ ତିଆରି କରି ଥିଲେ ଯାହା ଦ୍ଵାରା ତାଙ୍କୁ ଏଠାର ଗରମ ପବନ ଦ୍ଵାରା ରକ୍ଷା ମିଳି ପାରୁ । ଏଠାର ପ୍ରାୟତଃ ଘର ମାଟି ର ଅଟେ ଯାହା ଦ୍ଵାରା ଭୀଷଣ ଗରମ ରେ ମଧ୍ୟ ଏହି ଘର ଥଣ୍ଡା ରହି ଥାଏ ଓ ଲୋକଙ୍କୁ ଆରାମ ଦେଇ ଥାଏ । ଏହା ଛଡା ଘର ଏହି ଭଳି ଭାବରେ ତିଆରି ହୋଇ ଥାଏ ଯାହା ଦ୍ଵାରା ପବନ ପାସ କରି ପାରୁ ଓ ଲୋକଙ୍କୁ ସବୁ ପ୍ରକାର ସୁବିଧା ପ୍ରାପ୍ତ ହୋଇ ପାରୁ ।