ଏହି ଦୁନିଆ ଏତେ ବଡ କିନ୍ତୁ କେହି ବି ବିନା ଚମତ୍କାର ରେ ମାନି ନଥାନ୍ତି ଯେ ପର୍ଯ୍ୟନ୍ତ ଚମତ୍କାର ଆଖି ଆଗରେ ନ ଦେଖିଛନ୍ତି ତାହାକୁ ବିଶ୍ଵାସ କରିବେ ନାହିଁ । ଏମିତି ହିଁ ଏକ ଚମତ୍କାର ବନାରସ ରେ ହୋଇଛି କି ଏକ ମୃତ ବ୍ୟକ୍ତି ଚିତାରେ ଶୋଇବା ପୂର୍ବରୁ ହିଁ ବଞ୍ଚିଗଲା । ଯାହାକୁ ଦେଖି ତାର ସବୁ ସମ୍ପର୍କୀୟ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ କଣ ଓ କେମିତି ହେଲା ଏହି ବିଷୟରେ ଜାଣିବା ପାଇଁ ପଢନ୍ତୁ ସଂପୂର୍ଣ୍ଣ ଖବର । ଆସନ୍ତୁ ଜାଣିବା ପୁରା ଘଟଣା ।
ଶ୍ମଶାନକୁ ଆଣିଥିବା ୨୧ ବର୍ଷର ବ୍ୟକ୍ତିକୁ ପୁଣିଥରେ ବଞ୍ଚିଥିବାର ଦେଖି ଆଖପାଖ ର ଲୋକ ଆଶ୍ଚଜ୍ୟ ହୋଇଯାଇଛନ୍ତି ଏବଂ ଶ୍ମଶାନରେ ଭିଡ ଜମି ଗଲା । ୨୧ବର୍ଷ ବ୍ୟକ୍ତିକୁ ସଡକ ଦୁର୍ଘଟଣାରେ ବହୁତ ଗମ୍ଭୀର ଆଘାତ ଲାଗିଥିଲା ଯାହାପରେ ସେ ବିଏଚୟୁ ହସ୍ପିଟାଲରେ ଡକ୍ଟର ଦେଖିବା ପରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସେ ମୃତ ବୋଲି ଜାଣି ତାଙ୍କ ସମ୍ପର୍କୀୟ ତାଙ୍କୁ ଶ୍ମଶାନ କୁ ନେଇଗଲେ । ସେଟାକୁ ଯାଇ ତାଙ୍କର ଅନ୍ତିମ ସତ୍କାର ପାଇଁ ପ୍ରସ୍ତୁତ କରାଗଲା ।
ବନାରସ ର ଗଙ୍ଗା ଘାଟ ଉପରେ ବୁଧବାର ସନ୍ଧ୍ଯାରେ ଯେତବେଳେ ତାଙ୍କ ଶରୀରକୁ ଚିତା ଉପରେ ଶୁଆଇବା ପୂର୍ବରୁ ଗଙ୍ଗାରେ ଗାଧୋଇ ଦିଆଗଲା । ଯେମିତି ତାଙ୍କୁ ପାଣି କୁ ନେଲେ ସେମିତି ତାଙ୍କ ଗୋଡ ହାତ ଚାଲି ବାକୁ ଲାଗିଲା ଏବଂ ତାଙ୍କ ଶରୀରରେ ନିଶ୍ଵାସ ଫେରି ଆସିଥିଲା । ତାଙ୍କ ଶରୀରରେ କିଛି ବ୍ୟବହାର ଦେଖି ସମ୍ପର୍କୀୟ ମାନେ ଖୁସି ହୋଇଗଲେ ଏବଂ ତାଙ୍କୁ BHUହସ୍ପିଟାଲରେ ପହଞ୍ଚିଲେ । BHU ରେ ଡାକ୍ତର ତାଙ୍କର ଚିକିସା ଆରମ୍ଭ କଲେ ଏବଂ ଯେମିତି ତାଙ୍କର ଚିକିସା ଆରମ୍ଭ ହେଲା ମାତ୍ର ୧୫ ମିନିଟ ପରେ ତାଙ୍କୁ ପୁଣି ଠାରେ ମୃତ ବୋଲି ଘୋଷଣା କରାଗଲା ।
ତାଙ୍କ ସମ୍ପର୍କୀୟ କହିଲେ କି ମାତ୍ର ୧୫ମିନିଟ ପାଇଁ ହିଁ ତାର ଜୀବନ ଫେରି ଆସିଥିଲା ଏହା କୌଣସି ଚମତ୍କାର ଠାରୁ କମ ନୁହେଁ । ଏହା ଦେଖି ତାଙ୍କର ସମ୍ପର୍କୀୟ ମାନେ ଯେତିକି ଦୁଖଃ କଲେ ସେତିକି ଆସ୍କଜ୍ୟ ବି ହୋଇଗଲେ । ସେହି ବ୍ୟକ୍ତିଙ୍କ ନାମ ବିକାଶ ଥିଲା ଏବଂ ସେ ବନାରସ ରେ ବିବାହ ଗୁଡିକରେ ପାଣି ସପ୍ଳାଏ କାମ କରୁଥିଲେ । ତାଙ୍କ ବାପା ମାଆ କହିଛନ୍ତି କି ଯଦି ବିକାଶଙ୍କର ଆଉ କେଉଁ ହସ୍ପିଟାଲରେ ଚିକିସା ହୋଇଥାନ୍ତା ତାହେଲେ ସେ ବଞ୍ଚିଯାଇଥାନ୍ତେ ।
ଆପଣ କଣ ଭାବୁଛନ୍ତି ହସପିଟାଲର ଅବହେଳା ପାଇଁ ବିକାଶ ଙ୍କର ଜୀବନ ଚାଲିଗଲା । ଏବେ ଯାହା ବି ହେଉ ତାଙ୍କ ବାପାମାଆ ତ ୨୧ ବର୍ଷର ପୁଅକୁ ହରାଇ ସାରିଛନ୍ତି ,ଯଦି ଏହା ଡାକ୍ତରଙ୍କ ଅବହେଳା ପାଇଁ ହୋଇଛି ତାହେଲେ ତାଙ୍କ ଠାରୁ ହିସାବ ନେବା ନିହାତି ଦରକାର ।