କରୋନାର ପ୍ରକୋପ : ଚୀନରେ ମରିବା ଲୋକଙ୍କ ସଂଖ୍ୟା ୧୦୦୦ ରୁ ଅଧିକ, ୪୦୦୮ ରୁ ଅଧିକ ନୂଆ କେସ ସାମ୍ନା କୁ ଆସିଛି

ଚୀନରେ କୋରୋନା ଭାଇରସ ର ପ୍ରକୋପ ଲାଗିରହିଛି । ଏଥିରେ ମାରିବା ଲୋକଙ୍କ ସଂଖ୍ୟା ୧୦୧୬ ହୋଇଗଲାଣି ।ଏହା ସହିତ ହିଁ ୪୦୦୦ ରୁ ଅଧିକ ନୂଆ ଘଟଣା ସାମ୍ନାକୁ ଆସିଛି । ଏଥିରେ ଏହି ଭାଇରସ ଦ୍ଵାରା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଏବେ ପର୍ଯ୍ୟନ୍ତ ୪୨,୬୦୦ ରେ ପହଞ୍ଚି ଗଲାଣି । ଏହା ପୂର୍ବରୁ ଚୀନରେ କୋରୋନା ଭାଇରସ ରେ ରବିବାର କୁ ଗୋଟେ ହିଁ ଦିନରେ ୯୭ଲୋକଙ୍କର ମୃତ୍ୟୁ ହୋଇଯାଇଛି ଯାହାକି ଗୋଟେ ଦିନରେ ସବୁଠାରୁ ଅଧିକ ସଂଖ୍ଯାର ମୃତ୍ୟୁ ହୋଇଛି ।

ସେହି ରବିବାର ଦିନ ୪୮୦୦ ନୂଆ କେସ ସାମ୍ନାକୁ ଆସିଛି ଯେଉଁଥିରେ ୨୯୬ରୋଗୀଙ୍କର ହାଲତ ବହୁତ ଖରାପ ଥିଲା ।

ରବିବାର ଦିନ ୩୨୮୧ ଲୋକଙ୍କ ଭିତରେ ସଂକ୍ରମଣ ଶେଷ ହେବା ପରେ ହସ୍ପିଟାଲରୁ ମୁକ୍ତ କରାଗଲା । ଏପରଜ୍ଯନ୍ତ ୪୦ ହଜାର ରୁ ଅଧିକ କେସ ସାମ୍ନାକୁ ଆସି ସାରିଛି । ୨୭ ଟି ଦେଶରେ ଏହି ଭାଇରସ ହାତ ଦେଇସାରିଛି ।

ଚୀନ ରାଷ୍ଟ୍ରପତି ଶ୍ରୀଜିନପିଙ୍ଗ ମାକ୍ସ ପିନ୍ଧି ନେଲେ ତଲାସି

ଚୀନ ରାଷ୍ଟ୍ରପତି ଶ୍ରୀ ଜିନଫିଙ୍ଗ ସୋମବାର ଦିନ ମାକ୍ସ ପିନ୍ଧି ଯେଉଁଠାରେ ତିଆରି ହୋଇଛି କୋରୋନା ଭାଇରସ ଚିକିସା କେନ୍ଦ୍ର ରେ ପହଞ୍ଚିଲେ ଏବଂ ଏହି ରୋଗ ଉପରେ ନୀୟତ୍ରଣ ପାଇବାର ଉପାୟ ଉପରେ ଚାଲି ଥିବା କାର୍ଯ୍ୟକ୍ରମର ତଲାସି ନେଲେ । ଏହି ରୋଗ ସାମ୍ନାକୁ ଆସିବା ପରେ ରାଷ୍ଟ୍ରପତି ପ୍ରଥମ ଥର ଏହି ଭାଇରସରୁ ବଞ୍ଚିବା ପାଇଁ ଯୁଦ୍ଧ କରୁଥିବା ଲୋକମାନଙ୍କୁ ଦେଖାକଲେ । ସେ ଏହି ଦିଗରେ ଚୋୟାଙ୍ଗ ଜିଲ୍ଲାରେ ଚିକିସା ପାଇଁ ବନାଯାଇଥିବା କେନ୍ଦ୍ରରେ ପହଞ୍ଚିଥିଲେ । ସରକାରୀ ସୂଚନା ଅନୁସାରେ ରାଜଧାନୀ ରେ ସୋମବାର ଦିନ କାର୍ଯ୍ୟକ୍ରମ ସାରି ଫେରୁଛନ୍ତି ।

ମୋଦିଙ୍କ ଚିଠିର ଉତ୍ତରରେ ଚୀନ କହିଲା ଧନ୍ୟବାଦ

ପିଏମ ମୋଦି ଚୀନ ରାଷ୍ଟ୍ରପତି ଶ୍ରୀ ଜିନଫିଙ୍ଗ ଙ୍କୁ ସାହାଯ୍ୟ କୁ ନେଇ ଲେଖିଥିବା ଚିଠିର ଉତ୍ତର ଦେଲା ଉତ୍ତର । ଚୀନ ଏହି ନିଷ୍ପତିକୁ ଭରତ ଏବଂ ଚୀନର ଗମ୍ଭୀର ବନ୍ଧୁତ୍ଵର ପ୍ରତୀକ ବୋଲି କହିଛନ୍ତି । ଚୀନ ବିଦେଶ ମନ୍ତ୍ରାଳୟର ରେ ନିଜର ମନ୍ତବ୍ୟ ରଖିଛି ଭାରତ ପକ୍ଷରୁ କୋରୋନା ଭାଇରସ ପାଇଁ କୁହାଯାଇଥିବା ସାହାଯ୍ୟର କଥା କହିଛନ୍ତି , ତାଙ୍କ ପାଇଁ ଆମେ ଧନ୍ୟବାଦ କରୁଛୁ ।

ଭାରତର ଏମିତି କହିବା ଚୀନ ସହିତ ତାଙ୍କର ଗମ୍ଭୀର ବନ୍ଧୁତ୍ବକୁ ଦର୍ଶାଇଛି । ଆମେ ଭାରତ ଏବଂ ଦୁନିଆର ସବୁ ଦେଶ ସହିତ କାମ କରିବା ପାଇଁ ପ୍ରସ୍ତୁତ ଅଛୁ ,ଯାହାଫଳରେ କି ଏହି ଭାଇରସ ବିରୁଦ୍ଧରେ ଲଢାଇ କରିପାରିବା । କୁହାଯାଇଛି କି ରବିବାର ଦିନ ମୋଦି ଜିନପିଙ୍ଗଙ୍କୁ ଚିଠି ଲେଖିଥିଲେ । ଏଥିରେ ଏପରଜ୍ଯନ୍ତ କୋରୋନା ଭାଇରସ କାରଣରୁ ଚୀନରେ ହୋଇଥିବା କ୍ଷତି ଉପରେ ଅବଶୋଷ ଜାହିରି କରିଛନ୍ତି ଏବଂ ଭାରତ ଠାରୁ କୌଣସି ବି ପ୍ରକାର ସାହାଯ୍ୟ କରିବା କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *